ବିଜେଡି ନେତା ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ୮ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନ୍ଏସି ବିଜେଡି କାଉନ୍‌ସଲ୍‌ର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ୍‌ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ କୋର୍ଟରେ ଆବେଦନ କରିବ। ଏନେଇ ଆଜି ଗଞ୍ଜାମ ଏସ୍‌ପି ଆଶିଷ ସିଂ ସୂଚନା ଦେଇଛନ୍ତି। ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି। ଏଥିପାଇଁ ବହୁ ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। […]

ganjam crime

Rakesh Mallick
  • Published: Friday, 22 September 2017
  • , Updated: 22 September 2017, 05:06 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନ୍ଏସି ବିଜେଡି କାଉନ୍‌ସଲ୍‌ର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ୍‌ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ କୋର୍ଟରେ ଆବେଦନ କରିବ। ଏନେଇ ଆଜି ଗଞ୍ଜାମ ଏସ୍‌ପି ଆଶିଷ ସିଂ ସୂଚନା ଦେଇଛନ୍ତି।

ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି। ଏଥିପାଇଁ ବହୁ ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ମାତ୍ର ହତ୍ୟା କରିବା ପାଇଁ ସୁଯୋଗ ମିଳୁନଥିଲା। ତେବେ ଗତ ୧୬ ତାରିଖରେ ଲକ୍ଷ୍ମୀ ତାଙ୍କର ସମର୍ଥକଙ୍କ ଗହଣରେ ନିଜ ଘର ଆଗରେ ବସିଥିବା ବେଳେ ଅଭିଯୁକ୍ତମାନେ ବିଭିନ୍ନ ମାରଣାଶନ୍ତ୍ର ଧରି ସଂଘବଦ୍ଧ ଭାବେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ଲକ୍ଷ୍ମୀ ଗୁରୁତର ଆହତ ହୋଇଥିଲେ। ବଡ଼ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ମଧ୍ୟ ଆକମଣରେ ଶିକାର ହୋଇଥିଲା। ପରିବାର ଲୋକେ ଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ଲକ୍ଷ୍ମୀଙ୍କ ଘର ଆଗରେ ଲାଗିଥିବା ସିସିଟିଭି ଓ ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରିଥିଲା। ଘଟଣାର ତଦନ୍ତ ପାଇଁ ଦୁଇ ଜଣ ଆସିଷ୍ଟାଣ୍ଡ ଏସ୍‌ପି ରାଙ୍କର ଅଫିଶରଙ୍କୁ ନେଇ ୩ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ  ଜିଲ୍ଲା ପୋଲିସର ଏବେ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଗିରଫ ମଧ୍ୟରୁ ୪ ଜଣଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ କୋର୍ଟରେ ଆବେଦନ କରିବ। ଏହି ହତ୍ୟାକାଣ୍ଡରେ ବ୍ୟବହୃତ  ୩ଟି ବାଇକ୍‌, କାର୍‌, ଖଣ୍ଡା, ଗୋଟିଏ ସ୍କୁଟି, ବାଡ଼ ଓ ପ୍ଲାଷ୍ଟିକ୍‌ ପାଇପ୍‌ ଜବତ କରିଛି ବୋଲି ଏସ୍‌ପି ଆଶିଷ ସିଂ କହିଛନ୍ତି।

Related story