ସାବଧାନ! ଗୁଗ୍‌ଲ୍‌ରେ ଏସବୁ ତଥ୍ୟ ସର୍ଚ୍ଚ କଲେ ଯିବେ ଜେଲ

ଆଜିର ଦିନରେ ଗୁଗଲ୍‌ ନିଜର ଏପରି ଏକ ପରିଚୟ ସୃଷ୍ଟି କରିଛି ଯାହାକୁ  ଅନ୍ଧ ଭାବେ ସମସ୍ତେ ଭରଷା କରୁଛନ୍ତି। ଯାହା କେହି ଜାଣି ନ ଥିବେ  ତାହା ଗୁଗୁଲ୍‌ ଜାଣିଛି। ହେଲେ ଏହା ଯେତେ ଭଲ ସେତେ ଖରାପ। ଗୁଗଲ୍‌ରେ କିଛି ଜିନିଷ ସର୍ଚ୍ଚ କରିବା ପୂର୍ବରୁ ସତର୍କ ରୁହନ୍ତୁ । କାରଣ କିଛି ଏପରି ଜିନିଷ ଅଛି ଯାହାକୁ ଆପଣ ସର୍ଚ୍ଚ କଲେ ଜେଲ ମଧ୍ୟ ଯାଇପାରନ୍ତି। ଆସନ୍ତୁ ସେ ସମ୍ପର୍କରେ କିଛି ତଥ୍ୟ […]

google-jail-1

google-jail-1

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 06:56 PM IST

Sports

Latest News

ଆଜିର ଦିନରେ ଗୁଗଲ୍‌ ନିଜର ଏପରି ଏକ ପରିଚୟ ସୃଷ୍ଟି କରିଛି ଯାହାକୁ  ଅନ୍ଧ ଭାବେ ସମସ୍ତେ ଭରଷା କରୁଛନ୍ତି। ଯାହା କେହି ଜାଣି ନ ଥିବେ  ତାହା ଗୁଗୁଲ୍‌ ଜାଣିଛି। ହେଲେ ଏହା ଯେତେ ଭଲ ସେତେ ଖରାପ। ଗୁଗଲ୍‌ରେ କିଛି ଜିନିଷ ସର୍ଚ୍ଚ କରିବା ପୂର୍ବରୁ ସତର୍କ ରୁହନ୍ତୁ । କାରଣ କିଛି ଏପରି ଜିନିଷ ଅଛି ଯାହାକୁ ଆପଣ ସର୍ଚ୍ଚ କଲେ ଜେଲ ମଧ୍ୟ ଯାଇପାରନ୍ତି। ଆସନ୍ତୁ ସେ ସମ୍ପର୍କରେ କିଛି ତଥ୍ୟ ଜାଣିବା। ଯାହା ଆପଣଙ୍କୁ ବିପଦରେ ପକାଇବ।

୧. ଅପରାଧିକ ବା ସନ୍ଧିଗ୍ଧ ଜିନିଷ: ଅନେକ ଥର ଏପରି ହୁଏ କିଛି ଲୋକ ଗୁଗଲ୍‌ରେ ବିନା ମତଲବର ଜିନିଷ ସର୍ଚ୍ଚ କରିଥାନ୍ତି। ଯେପରି କୌଣସି ସନ୍ଧିଗ୍ଧ ଗ୍ୟାଙ୍ଗ୍ ସମ୍ପର୍କରେ, ଆତ୍ମହତ୍ୟା କରିବାର ଭଲ ଉପାୟ ବା ବମ୍ ବନାଇବାର ବିଧି ସମ୍ପର୍କରେ ସର୍ଚ୍ଚ କଲାବେଳେ ଧ୍ୟାନ ଦିଅନ୍ତୁ। କାରଣ ଏପରି କରିବା ଦ୍ୱାରା ଆପଣ ସାଇବର ସେଲର ନଜରକୁ ଆସିପାରନ୍ତି। ତେଣୁ ଗୁଗଲ୍‌ରେ କେବେ ବି ସନ୍ଧିଗ୍ଧ ତଥ୍ୟ ସର୍ଚ୍ଚ କରନ୍ତୁ।

୨. ଇମେଲ୍ ଲଗଇନ୍ କରିବାରୁ ବଞ୍ଚନ୍ତୁ ଆପଣ ଯଦି କିଛି ଇମେଲ୍‌କୁ ଲଗ୍‌ଇନ୍ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଧ୍ୟାନ ଦିଅନ୍ତୁ ଗୁଗଲ୍‌ ତାର ସର୍ଚ୍ଚ ଇଞ୍ଜିନ ମାଧ୍ୟମରେ ଆପଣଙ୍କ ପରିଚୟ ଜାଣିପାରିବ। କମ୍ପାନୀ ପାଖରେ ଜଣେ ବ୍ୟକ୍ତିର ସମ୍ପୂର୍ଣ୍ଣ ସର୍ଚ୍ଚ ହିଷ୍ଟ୍ରି ରହିଛି। ତେବେ ଧ୍ୟାନ ଦିଅନ୍ତୁ ଯେପରି ପର୍ସନାଲ ଇମେଲ, ଇମେଲ ଲଗ୍‌ଇନ୍‌କୁ ଗୁଗଲ୍‌ରେ ସର୍ଚ୍ଚ କରିବେ ନାହିଁ। ଏପରି କଲେ ଆପଣଙ୍କ ଆକାଉଣ୍ଟ ହ୍ୟାକ୍ ହେଇପାରେ।

୩. ନିଜ ଲୋକେଶନ୍ ସର୍ଚ୍ଚ କରନ୍ତୁ ନାହିଁ: ଯଦି ଆପଣ ଗୁଗଲ୍‌ରେ ନିଜ ଲୋକେଶନ୍ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଚାହୁଁଛନ୍ତି ତେବେ ଆପଣ ହଇରାଣରେ ପଡ଼ିପାରନ୍ତି। କାରଣ ଏପରି କରିବା ଦ୍ୱାରା କେହି ଆପଣଙ୍କ ବୟସ, ଲୋକେଶନ୍ ଓ ଅନ୍ୟ ତଥ୍ୟ ସମ୍ପର୍କରେ ଅତି ସହଜରେ ଜାଣିପାରିବେ। ଏପରି କି ଗୁଗଲ୍‌ ଦ୍ୱାରା ଆପଣଙ୍କ ଲୋକେଶନକୁ ବ୍ୟବହାର କରାଯାଇପାରିବ। ଯାହା ଦ୍ୱାରା ଆପଣଙ୍କ ପ୍ରାଇଭେସିରେ ଆଞ୍ଚ ଆସପାରେ।

୪. ନିଜ ପରିଚୟ ଜାଣିବାକୁ ଚେଷ୍ଚା କରନ୍ତୁ ନାହିଁ: ମନେରଖନ୍ତୁ ଯେ ଆପଣଙ୍କ ସମ୍ପୁର୍ଣ୍ଣ ସର୍ଚ୍ଚ ହିଷ୍ଟ୍ରି ଗୁଗଲ୍‌ ପାଖରେ ରହିଛି। ତେଣୁ ଆପଣ ବାରମ୍ବାର ନିଜ ପରିଚୟ ସର୍ଚ୍ଚ କଲେ ଏଗୁଡ଼ିକ ଲିକ୍ ହେବାର ଆଶଙ୍କା ଥାଏ। ଧ୍ୟାନ ଦିଅନ୍ତୁ ଯେ, ହ୍ୟାକରମାନେ ସବୁବେଳେ ଅପେକ୍ଷାରେ ଥାଆନ୍ତି ଯେ, କିଛି ଗୋଟେ ହ୍ୟାକ୍ କରିବାକୁ ମିଳିଯାଉ। ତେଣୁ ଗୁଗଲ୍‌ଲରେ ନିଜ ପରିଚୟ ସର୍ଚ୍ଚ କରିବାକୁ ଚେଷ୍ଟା କରନ୍ତୁ ନାହିଁ।

୫. ଔଷଧ ସର୍ଚ୍ଚ କରନ୍ତୁ ନାହିଁ: ଯଦି ଆପଣ ଗୁଗଲ୍‌ରେ କୌଣସି ଔଷଧ ସମ୍ପର୍କରେ ସର୍ଚ୍ଚ କରୁଛନ୍ତି ତେବେ ସଚେତନ ହୋଇଯାଆନ୍ତୁ। କାରଣ ସର୍ଚ୍ଚର ଡାଟାକୁ ଥାର୍ଡ୍ ପାର୍ଟିକୁ ଟ୍ରାନ୍ସଫର୍ କରିଦିଆଯାଏ। ଯାହାପରେ ସେହି ଔଷଧ ସମ୍ପର୍କୀୟ ରୋଗ ସହ ଜଡ଼ିତ ବିଜ୍ଞାପନ ଦେଖାଯାଏ। ଏପରିକି ଏହି ତଥ୍ୟଗୁଡ଼ିକୁ କ୍ରିମିନାଲ ୱେବ୍‌ସାଇଟ୍‌ରେ ମଧ୍ୟ ସେୟାର କରିଦିଆଯାଏ। ଯାହାର ଅନ୍ୟ କୌଣସି ସ୍ଥାନରେ ଅପବ୍ୟବହାର କରାଯାଇପାରେ। ଏପରି ସର୍ଚ୍ଚ କରିବା ଦ୍ୱାରା ଆପଣଙ୍କ ବ୍ୟକ୍ତିଗତ ଜୀବନ କ୍ଷତି ହେବା ସହ ଆପଣ ଜେଲ୍ ମଧ୍ୟ ଯାଇପାରନ୍ତି। ସବୁବେଳେ ଧ୍ୟାନ ଦିଅନ୍ତୁ ଯେପରି ଆପଣଙ୍କ ବ୍ୟକ୍ତିଗତ ଜୀବନର ଗୋପନୀୟତା ରହୁ। ଆଜି ସମୟରେ ଇଣ୍ଟରନେଟ ଆପଣଙ୍କୁ ଯେତେ ସୁବିଧା ଦେଉଥିଲେ ମଧ୍ୟ କେଉଁଠି ନାଁ କେଉଁଠି ଏହା ଆପଣଙ୍କୁ ହଇରାଣରେ ପକାଇବାରର କାରଣ ସାଜିପାରେ। ତେଣୁ ଗୁଗଲ୍‌ ବ୍ୟବହାର କଲାବେଳେ ଏସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos