ବିଜେଡି ସାଂସଦଙ୍କୁ ଭେଟିଲେ ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳ ଗାନ୍ଧି, ଓଡ଼ିଶା ସହ ସଂପର୍କ ବିଷୟରେ ବଖାଣିଲେ

Ordigital Desk
• Published: Tuesday, 01 August 2017
• , Updated: 01 August 2017, 10:18 AM IST

ନୂଆଦିଲ୍ଲୀ: ଆସନ୍ତା ୫ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ। ତା’ପୂର୍ବରୁ ଆଜି ନୂଆଦିଲ୍ଲୀରେ ବିଜେଡି ସାଂସଦଙ୍କୁ ଭେଟିଛନ୍ତି ମିଳିତ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧି। ସାଂସଦ ଭତ୍ତୃର୍ହରି ମହତାବଙ୍କ ସରକାରୀ ବାସଭବନରେ ବିଜେଡି ସାଂସଦଙ୍କୁ ଗୋପାଳକୃଷ୍ଣ ଗାନ୍ଧି ଭେଟିଛନ୍ତି। ଏହି ସମୟରେ ସାଂସଦ ପିନାକି ମିଶ୍ର, ବୈଜୟନ୍ତ ପଣ୍ଡା, ପ୍ରତ୍ୟୁଷା ରାଜେଶ୍ୱରୀ, ପ୍ରସନ୍ନ ପାଟ୍ଟଶାଣୀ, ଅନୁଭବ ମହାନ୍ତି ଓ ପ୍ରତାପ ଦେବଙ୍କ ସମେତ ଅନ୍ୟ  ସାଂସଦମାନେ ଉପସ୍ଥିତ ଥିଲେ।  ବିଜେଡି ସାଂସଦଙ୍କୁ ଭେଟିବା ପରେ ଗୋପାଳକୃଷ୍ଣ ଗାନ୍ଧି କହିଛନ୍ତି,“ଓଡ଼ିଶା ସହ ମୋର ସଂପର୍କ ବହୁଦିନରୁ ରହିଛି। ପାଠପଢା ଓ ଚାକିରି ଦିନରୁ ମୋର ସଂପର୍କ ରହିଛି। ଉତ୍କଳମଣି ଗୋପବନ୍ଧୁ ଦାସ ଓ ରମା ଦେବୀ ମୋର ଆଦର୍ଶ।”

ଏହା ସହ ସହପାଠୀ ପ୍ରଭାତ ପଟ୍ଟନାୟକ ଓ ଜୟନ୍ତ ଦାସଙ୍କୁ ଗୋପାଳକୃଷ୍ଣ ଗାନ୍ଧି ସ୍ମରଣ କରିଛନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପକ୍ଷରୁ ମନୋନୀତ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଥିବା ବେଳେ, ଉପ-ରାଷ୍ଟ୍ରପତି ନିର୍ବାଚନରେ କିନ୍ତୁ ମିଳିତ ବିରୋଧୀ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ବିଜେଡି ସମର୍ଥନ କରିବ ବୋଲି ପୂର୍ବରୁ ଘୋଷଣା କରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଏନଡିଏ ପକ୍ଷରୁ ଏମ.ଭେଙ୍କିୟା ନାଇଡୁଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି।

Related story