ଜବରଦଖଲ ଜମିରେ ତିଆରି ଚାଲିଛି ମନ୍ତ୍ରୀଙ୍କ କୋଠା

ଭୁବନେଶ୍ୱର : ସରକାରୀ ଜମିକୁ ଜବରଦଖଲରେ ରଖିଥିବା ବ୍ୟକ୍ତିଙ୍କୁ ମାଲିକାନା ସ୍ୱତ୍ୱ ଦେବା ପାଇଁ ରାଜ୍ୟ ସରକାର କରୁଥିବା ଉଦ୍ୟମର ପ୍ରକୃତ କାରଣ ଏବେ ପଦାକୁ ଆସିଛି। ଚର୍ଚ୍ଚା ହେଉଛି, ରାଜଧାନୀ ଭୁବନେଶ୍ୱରର କେତେକ ମୂଲ୍ୟବାନ ସରକାରୀ ଜମିକୁ କୁଆଡ଼େ କିଛି ସରକାରୀ ପଦାଧିକାରୀ ଓ ମନ୍ତ୍ରୀମାନେ ଜବରଦଖଲରେ ରଖିଛନ୍ତି। ପୂର୍ବରୁ ବିବାଦୀୟ ରାଜଧାନୀ ଉପକଣ୍ଠସ୍ଥିତ ୨ଟି ଅଞ୍ଚଳରେ କିଛି ସରକାରୀ ଜମିକୁ ଜବରଦଖଲରେ ରଖି ସେଠାରେ କୁଆଡ଼େ ରାଜ୍ୟର ୨ଜଣ ମନ୍ତ୍ରୀ ଓ ଜଣେ ପୂର୍ବତନ […]

gussip

Ordigital Desk
  • Published: Sunday, 12 August 2018
  • , Updated: 12 August 2018, 09:24 PM IST

ଭୁବନେଶ୍ୱର : ସରକାରୀ ଜମିକୁ ଜବରଦଖଲରେ ରଖିଥିବା ବ୍ୟକ୍ତିଙ୍କୁ ମାଲିକାନା ସ୍ୱତ୍ୱ ଦେବା ପାଇଁ ରାଜ୍ୟ ସରକାର କରୁଥିବା ଉଦ୍ୟମର ପ୍ରକୃତ କାରଣ ଏବେ ପଦାକୁ ଆସିଛି। ଚର୍ଚ୍ଚା ହେଉଛି, ରାଜଧାନୀ ଭୁବନେଶ୍ୱରର କେତେକ ମୂଲ୍ୟବାନ ସରକାରୀ ଜମିକୁ କୁଆଡ଼େ କିଛି ସରକାରୀ ପଦାଧିକାରୀ ଓ ମନ୍ତ୍ରୀମାନେ ଜବରଦଖଲରେ ରଖିଛନ୍ତି।

ପୂର୍ବରୁ ବିବାଦୀୟ ରାଜଧାନୀ ଉପକଣ୍ଠସ୍ଥିତ ୨ଟି ଅଞ୍ଚଳରେ କିଛି ସରକାରୀ ଜମିକୁ ଜବରଦଖଲରେ ରଖି ସେଠାରେ କୁଆଡ଼େ ରାଜ୍ୟର ୨ଜଣ ମନ୍ତ୍ରୀ ଓ ଜଣେ ପୂର୍ବତନ ମନ୍ତ୍ରୀ ବିରାଟ ଅଟ୍ଟାଳିକାମାନ ନିର୍ମାଣ କରୁଛନ୍ତି।

ସାଧାରଣ ପ୍ରଶାସନ ଓ ଅର୍ଥ ବିଭାଗ ପକ୍ଷରୁ ହୋଇଥିବା ଅଡିଟ ବେଳେ କୁଆଡ଼େ ଏହି ପ୍ରଭାବଶାଳୀ ନେତାଙ୍କ ସମେତ କିଛି ଅଫିସର୍ଙ୍କ ଜବରଦଖଲ ସମ୍ପର୍କିତ ତଥ୍ୟ ପଦାକୁ ଆସିଛି।

ତେବେ ଯେଉଁ ୩ଜଣ ବିଜେଡି ନେତା ଏବେ ସେଠାରେ ନିର୍ମାଣ କାର୍ଯ୍ୟ କରୁଛନ୍ତି ସେମାନେ କୁଆଡ଼େ ଏକ ‘ରିଏଲ୍ ଇଷ୍ଟେଟ୍ ବିଜନେସ’ କମ୍ପାନୀ ବ୍ୟାନରରେ ଏସବୁ କାର୍ଯ୍ୟ କରୁଛନ୍ତି। ଧଉଳି ପାହାଡ଼ର ପାଦଦେଶ ଓ ରାଜଧାନୀ ଉପକଣ୍ଠର ଅନ୍ୟ ଏକ ବିବାଦୀୟ ଅଞ୍ଚଳରେ କୁଆଡ଼େ ଏସବୁ ନିର୍ମାଣ କାର୍ଯ୍ୟ ଚାଲିଛି।

ଆଶ୍ଚର୍ଯ୍ୟର କଥା, ସରକାରଙ୍କ ଅଡିଟ୍ ଟିମ୍ ଏସବୁ ବେଆଇନ ନିର୍ମାଣକୁ ଧରିଥିଲେ ମଧ୍ୟ ଏହି ପ୍ରଭାବଶାଳୀ ନେତାଙ୍କ ସମ୍ପୃକ୍ତି ଯୋଗୁ ଚୁପ୍ ରହିବାକୁ କୁଆଡ଼େ ବାଧ୍ୟ ହୋଇଛନ୍ତି।

ଚର୍ଚ୍ଚା ହେଉଛି, ଏହି ୩ ନେତା କୁଆଡ଼େ ପୂର୍ବରୁ ଅନ୍ୟ ଏକ କମ୍ପାନୀ ଗଢ଼ି କୋଲକାତାରେ ରିଏଲ୍ ଇଷ୍ଟେଟ୍ ବ୍ୟବସାୟରେ ବହୁକୋଟି ଟଙ୍କା ବିନିଯୋଗ କରିଥିଲେ। ଏହି ନେତାଙ୍କ ମଧ୍ୟରୁ ଜଣେ କ୍ୟାବିନେଟ୍ ମନ୍ତ୍ରୀ , ଜଣେ ରାଷ୍ଟ୍ରମନ୍ତ୍ରୀ ଓ ଜଣେ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ।

ଏହି ତିନି ନେତାଙ୍କ ଘର ଉପକୂଳ ଓଡ଼ିଶାର ୩ଟି ପ୍ରମୁଖ ଜିଲ୍ଲାରେ। ଦ୍ୱିତୀୟଥର ବିଧାୟକ ଭାବେ ନିର୍ବାଚିତ ଏହି ରାଷ୍ଟ୍ରମନ୍ତ୍ରୀ ଦୀର୍ଘଦିନ ଧରି ନିଜକୁ କୁଆଡ଼େ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ବୋଲି ଦାବି କରୁଛନ୍ତି। ସେହିପରି କ୍ୟାବିନେଟ୍ ମନ୍ତ୍ରୀଜଣକ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସହରରେ ବହୁ ସରକାରୀ ଜମିକୁ କୁଆଡ଼େ ବେଆଇନ ଭାବେ ଦଖଲରେ ରଖିଛନ୍ତି।

କୋଟି କୋଟି ଟଙ୍କାର ସେହି ସରକାରୀ ସମ୍ପତ୍ତିକୁ ଏହି ନେତାମାନଙ୍କ କବଳରୁ ମୁକ୍ତ କରିବା ବଦଳରେ କୁଆଡ଼େ ତାକୁ ଟେକିଦେବାକୁ ସରକାରୀସ୍ତରରେ ଷଡ଼ଯନ୍ତ୍ର ଚାଲିଛି। ସରକାରଙ୍କ ପାଖରେ ଏସବୁ ଖବର ଥିଲେ ଜାଣିଶୁଣି ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଚର୍ଚ୍ଚା।

Related story