ଆସନ୍ତାକାଲି ମଧ୍ୟରାତ୍ରରେ ହେବ ଜିଏସଟି ଲଞ୍ଚ: ପୁଣି ଇତିହାସ ରଚିବ ସଂସଦର ସେଇ ସେଣ୍ଟ୍ରାଲ ହଲ

ନୂଆଦିଲ୍ଲୀ:ପାଖେଇ ଆସୁଛି ସମୟ। ବଢୁଛି ଉତ୍କଣ୍ଠା ଆଉ ଉତ୍ସାହ। ଆସନ୍ତା କାଲି ମଧ୍ୟରାତ୍ରିରେ ଇତିହାସ ରରିବ ଭାରତ। ଆର୍ଥିକ କ୍ଷେତ୍ରରେ ସବୁଠାରୁ ବଡ଼ ସଂସ୍କାର ଆୟମାରମ୍ଭ ହେବାକୁ ଯାଉଛି। ଅର୍ଥାତ ଆସନ୍ତା ଶନିବାର ଜିଏସଟି ଲାଗୁ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଶୁକ୍ରବାର ମଧ୍ୟରାତ୍ରରେ ସଂସଦର ସେଣ୍ଟ୍ରାଲ ହଲରେ ଜିଏସଟି ଲଞ୍ଚ(ଶୋଭାରମ୍ଭ) ନେଇ ବିଧିବଦ୍ଧ ଘୋଷଣା ହେବ। ଏଥିପାଇଁ ସ୍ୱତନ୍ତ୍ର ବୈଠକ ଡାକିଛନ୍ତି ସରକାର। ଏଥିରେ ବହୁ ରଥୀମହାରଥୀମାନେ ଯୋଗ ଦେବେ। ମେଗାଷ୍ଟାର ଅମିତାବ ବଚ୍ଚନ, […]

IMG_1913

Rakesh Mallick
  • Published: Thursday, 29 June 2017
  • , Updated: 29 June 2017, 10:51 PM IST

ନୂଆଦିଲ୍ଲୀ:ପାଖେଇ ଆସୁଛି ସମୟ। ବଢୁଛି ଉତ୍କଣ୍ଠା ଆଉ ଉତ୍ସାହ। ଆସନ୍ତା କାଲି ମଧ୍ୟରାତ୍ରିରେ ଇତିହାସ ରରିବ ଭାରତ। ଆର୍ଥିକ କ୍ଷେତ୍ରରେ ସବୁଠାରୁ ବଡ଼ ସଂସ୍କାର ଆୟମାରମ୍ଭ ହେବାକୁ ଯାଉଛି। ଅର୍ଥାତ ଆସନ୍ତା ଶନିବାର ଜିଏସଟି ଲାଗୁ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଶୁକ୍ରବାର ମଧ୍ୟରାତ୍ରରେ ସଂସଦର ସେଣ୍ଟ୍ରାଲ ହଲରେ ଜିଏସଟି ଲଞ୍ଚ(ଶୋଭାରମ୍ଭ) ନେଇ ବିଧିବଦ୍ଧ ଘୋଷଣା ହେବ। ଏଥିପାଇଁ ସ୍ୱତନ୍ତ୍ର ବୈଠକ ଡାକିଛନ୍ତି ସରକାର। ଏଥିରେ ବହୁ ରଥୀମହାରଥୀମାନେ ଯୋଗ ଦେବେ। ମେଗାଷ୍ଟାର ଅମିତାବ ବଚ୍ଚନ, ରତନ ଟାଟା ଭଳି ପ୍ରତିଷ୍ଟିତ ବ୍ୟକ୍ତିମାନେ ସାମିଲ ହେବେ। ସରକାର ବିରୋଧୀ ଦଳକୁ ଆମନ୍ତ୍ରଣ କରିଥିଲେ ମଧ୍ୟ ୟୁପିଏ ଏହାକୁ ବର୍ଜନ କରିବ ବୋଲି ଜଣାପଡ଼ିଛି। ଏହି ଜିଏଟି ଲଞ୍ଚ୍ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଏଥିଲାଗି ସମସ୍ତ ବିରୋଧୀ ଦଳ, ସାଂସଦ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି।

ତେବେ ବିରୋଧୀ ଏହି ଉତ୍ସବକୁ ବର୍ଜନ କରିବେ ବୋଲି ଜଣାପଡିଛି । କେନ୍ଦ୍ର ସରକାର ଦଳର ଦାବି ରଖି ନ ଥିବାରୁ ପ୍ରତିବାଦ ସ୍ୱରୁପ ଉତ୍ସବରେ ସେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସିପିଏମ୍ ନେତା ସୀତାରାମ ୟେଚୁରୀ ଓ ସିପିଆଇ ନେତା ଡି. ରାଜା ମଧ୍ୟ ଏହି ଅଧିବେଶନରେ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି ।

ତେବେ ଏହି ଅଧିବେଶନ ବର୍ଜନ ନ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ଅର୍ଥ ସଚିବ ତୁହୀନକାନ୍ତ ପାଣ୍ଡେ ଏହି ଉତ୍ସବରେ ଯୋଗ ଦେବେ। ସୂଚନା ଅନୁଯାୟୀ ୧୯୯୭ ମସିହାରେ ସଂସଦର ସେଣ୍ଟ୍ରାଲ ହଲ୍‌ରେ ଏମିତି ଏକ କାର୍ଯକ୍ରମର ଆୟୋଜନ ହୋଇଥିଲା। ଦେଶ ସ୍ୱାଧୀନ ହେବାର ସୁବର୍ଣ୍ଣ ଜୟନ୍ତୀ ଅବସରରେ ସଂସଦର ସେଣ୍ଟ୍ରାଲ ହଲରେ ସ୍ୱତନ୍ତ୍ର ବୈଠକ ଡକାଯାଇଥିଲା।

Related story