ସଚିନଙ୍କୁ ଜନ୍ମଦିନର ଶୁଭେଚ୍ଛା; ୪୪ ବର୍ଷରେ ମାଷ୍ଟର ବ୍ଲାଷ୍ଟର

ଭୁବନେଶ୍ୱର: ଆଜି ହେଉଛି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜନ୍ମ ଦିନ। ୧୯୭୩ ମସିହାରେ ଆଜିର ଦିନରେ ସେ ବମ୍ବେ(ଏବେ ମୁମ୍ବାଇ)ର ଦାଦର ସ୍ଥିତ ନିର୍ମଲ ନର୍ସିଂହୋମ୍‌ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାଁ ରମେଶ ତେନ୍ଦୁଲକର। ସେ ଜଣେ ଜଣାଶୁଣା ମରାଠୀ ଲେଖକ ଥିଲେ। ସଚିନଙ୍କ ମା’ ରଜନୀ ଏକ ଇନ୍‌ସ୍ୟୁରାନ୍ସ କଂପାନୀରେ ଚାକିରି କରୁଥିଲେ। ସଂଗୀତ ନିର୍ଦେଶକ ସଚିନ ଦେବ ବର୍ମନଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ ରମେଶ ତେନ୍ଦୁଲକର। ତେଣୁ ସେ […]

sachin

sachin

Rakesh Mallick
  • Published: Monday, 24 April 2017
  • Updated: 24 April 2017, 09:07 AM IST

Sports

Latest News

ଭୁବନେଶ୍ୱର: ଆଜି ହେଉଛି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜନ୍ମ ଦିନ। ୧୯୭୩ ମସିହାରେ ଆଜିର ଦିନରେ ସେ ବମ୍ବେ(ଏବେ ମୁମ୍ବାଇ)ର ଦାଦର ସ୍ଥିତ ନିର୍ମଲ ନର୍ସିଂହୋମ୍‌ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାଁ ରମେଶ ତେନ୍ଦୁଲକର। ସେ ଜଣେ ଜଣାଶୁଣା ମରାଠୀ ଲେଖକ ଥିଲେ। ସଚିନଙ୍କ ମା’ ରଜନୀ ଏକ ଇନ୍‌ସ୍ୟୁରାନ୍ସ କଂପାନୀରେ ଚାକିରି କରୁଥିଲେ। ସଂଗୀତ ନିର୍ଦେଶକ ସଚିନ ଦେବ ବର୍ମନଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ ରମେଶ ତେନ୍ଦୁଲକର। ତେଣୁ ସେ ପୁଅର ନାଁ ସଚିନ ରମେଶ ତେନ୍ଦୁଲକର ରଖିଥିଲେ। ସଚିନଙ୍କର ଦୁଇ ଜଣ ଭାଇ ଓ ଜଣେ ଭଉଣୀ ଅଛନ୍ତି। ଭାଇଭଉଣୀମାନେ ସଚିନଙ୍କଠାରୁ ବଡ଼। ସେମାନେ ସମସ୍ତେ ତାଙ୍କ ବାପାଙ୍କର ପ୍ରଥମ ସ୍ତ୍ରୀଙ୍କ ସନ୍ତାନ।

୪୪ ବର୍ଷରେ ପଦାର୍ପଣ କରିଥିବା ସଚିନଙ୍କୁ ଆଜି ଛୁଟିଛି ଶୁଭେଚ୍ଛାର ସୁଅ।

sachinph

କ୍ରିକେଟ୍ ସହ ପରିଚୟ

ସଚିନଙ୍କୁ କ୍ରିକେଟ୍ ସହିତ ପରିଚିତ କରାଇଥିଲେ ତାଙ୍କ ବଡ଼ ଭାଇ ଅଜିତ୍। ପ୍ରସିଦ୍ଧ କ୍ରିକେଟ୍ କୋଚ୍ ରମାକାନ୍ତ ଆଚରେକରଙ୍କ ସହିତ ସଚିନଙ୍କ ପରିଚୟ ସେ ହିଁ କରାଇଥିଲେ।ସଚିନ ୧୯୮୯ ମସିହା ନଭେମ୍ବର ମାସ ୧୫ ତାରିଖରେ ମାତ୍ର ୧୬ ବର୍ଷ ବୟସରେ ଟେଷ୍ଟ୍ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ। ଏହି ମ୍ୟାଚ୍‌ଟି ଥିଲା ପାକିସ୍ତାନ ବିପକ୍ଷରେ। ସେହିପରି ସେ ତାଙ୍କର ଦିନିକିଆ ଡେବ୍ୟୁ ମଧ୍ୟ ପାକିସ୍ତାନ ବିପକ୍ଷରେ କରିଥିଲେ। ୧୯୮୯ ମସିହା ଡିସେମ୍ବର ୧୮ ତାରିଖରେ ସେ ତାଙ୍କର ପ୍ରଥମ ଦିନିକିଆ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳିଥିଲେ। ସଚିନ ତାଙ୍କର ଶେଷ ଟେଷ୍ଟ୍ ମ୍ୟାଚ୍ ୨୦୧୩ ନଭେମ୍ବର ୧୪ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ। ସେହିପରି ଶେଷ ଦିନିକିଆ ମ୍ୟାଚ୍ ସେ ୨୦୧୨ ମାର୍ଚ୍ଚ ୧୮ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ।

୧୦୦ ଶତକ ଓ ଅନ୍ୟାନ୍ୟ ରେକର୍ଡ

୨୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରେ ସେ ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ୧୦୦ଟି ଅନ୍ତର୍ଜାତୀୟ ଶତକ (ଟେଷ୍ଟ୍ ଓ ଦିନିକିଆରେ ମିଶି) ହାସଲ କରିଛନ୍ତି। ସେହିପରି ଦିନିକିଆରେ ଦ୍ୱିଶତକ ହାସଲ କରିବାରେ ସେ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍। ଉଭୟ ଦିନିକିଆ ଓ ଟେଷ୍ଟରେ ସର୍ବାଧିକ ରନ୍ କରିବାର ରେକର୍ଡ ବି ତାଙ୍କ ନାଁରେ ରହିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏହି ଦୁଇଟି ଯାକ ଫର୍ମାଟ୍‌ରେ ସେ ୩୪,୦୦୦ ରୁ ଅଧିକ ରନ୍ କରିଛନ୍ତି।

ସଚିନ ୨୦୦ଟି ଟେଷ୍ଟ୍ ମ୍ୟାଚ୍‌ରୁ ୧୫,୯୨୧ ରନ୍ ସଂଗ୍ରହ କରିଥିବା ବେଳେ ଏଥିରେ ରହିଛି ୫୧ଟି ଶତକ ଓ ୬୮ଟି ଅର୍ଦ୍ଧଶତକ। ଟେଷ୍ଟ୍‌ମ୍ୟାଚ୍‌ରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୨୪୮ନଟ୍ ଆଉଟ୍। ଟେଷ୍ଟ୍‌ମ୍ୟାଚ୍‌ରେ ସେ ୪୬ଟି ୱିକେଟ୍ ନେଇଛନ୍ତି।

ସଚିନ ୪୬୩ଟି ଦିନିକିଆ ମ୍ୟାଚ୍ ଖେଳି ୧୮,୪୨୬ ରନ୍ କରିଛନ୍ତି। ଏଥିମଧ୍ୟରେ ରହିଛି ୪୯ଟି ଶତକ ଓ ୯୬ଟି ଅର୍ଦ୍ଧଶତକ। ଏହି ଫର୍ମାଟ୍‌ରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୨୦୦ ନଟ୍ ଆଉଟ୍। ଦିନିକିଆରେ ସେ ୧୫୪ଟି ୱିକେଟ୍ ନେଇଛନ୍ତି।

sachin

ଖେଳିଛନ୍ତି ୬ଟି ବିଶ୍ୱକପ୍‌

ସଚିନ ୬ଟି ବିଶ୍ୱକପ୍ ଖେଳିଛନ୍ତି। ସେ ୨୦୧୧ ବିଶ୍ୱକପ୍ ବିଜେତା ଟିମ୍‌ର ସଦସ୍ୟ ଥିଲେ। ୨୦୦୩ ବିଶ୍ୱକପ୍‌ରେ ସଚୀନ ମ୍ୟାନ୍‌ଅଫ୍ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ପାଇଥିଲେ।

ଭାରତରତ୍ନ ଓ ଅନ୍ୟାନ୍ୟ ସମ୍ମାନ

ସଚିନଙ୍କୁ ମିଳିଛି ଅନେକ ସମ୍ମାନ। ୧୯୯୪ରେ ତାଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଥିଲା। ୧୯୯୭ରେ ସେ ପାଇଥିଲେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର। ୧୯୯୯ ଓ ୨୦୦୮ରେ ତାଙ୍କୁ ଯଥାକ୍ରମେ ପଦ୍ମଶ୍ରୀ ଓ ପଦ୍ମବିଭୂଷଣ ପୁରସ୍କାର ଦିଆଯାଇଥିଲା। ୨୦୧୪ରେ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପ୍ରଦାନ କରାଯାଇଥିଲା। ଭାରତରତ୍ନ ପାଇବାରେ ସେ ହେଉଛନ୍ତି ପ୍ରଥମ କ୍ରୀଡ଼ାବିତ୍। ସେହିପରି ଏହି ସମ୍ମାନ ପାଇବାରେ ସେ ସର୍ବକନିଷ୍ଠ ମଧ୍ୟ।

ଜନ୍ମଦିନରେ ସଚିନଙ୍କୁ ଅନେକ ଅନେକ ଶୁଭେଚ୍ଛା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story