ମିଶ୍ରି ଖାଇବା ଦ୍ୱାରା ମିଳିଥାଏ ଏସବୁ ଫାଇଦା

ମିଶ୍ରି ଖାଇବା ଶରୀର ଲାଗି ବଡ଼ ଉପକାରୀ। ମିଠା ଲାଗୁଥିବା ମିଶ୍ରିରେ ଔଷଧୀୟ ଗୁଣ ଭରି ହୋଇ ରହିଛି। ଏହାକୁ ମାଉଥ୍‌ ଫ୍ରେସ୍‌ନର୍‌ ଭାବେ ମଧ୍ୟ ବ୍ୟବହାର କରାଯାଏ। ତେବେ ଆସନ୍ତୁ ଜାଣିବା ମିଶ୍ରି ଖାଇବା ଦ୍ୱାରା ଶରୀରକୁ ଆଉ କେଉଁ ସବୁ ଫାଇଦା ମିଳିଥାଏ। ସୁସ୍ଥ ରହିବା ଲାଗି ଚିନି ବଦଳରେ ମିଶ୍ରିର ବ୍ୟବହାର କରନ୍ତୁ। ଏଥିରେ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। ଏହାକୁ ଖାଇବା ଦ୍ୱାରା ସୁଗାର ନିୟନ୍ତ୍ରଣରେ ରହେ। ମିଶ୍ରି ଖାଇବା […]

mishricopy

Rakesh Mallick
  • Published: Sunday, 28 January 2018
  • , Updated: 28 January 2018, 11:12 AM IST

ମିଶ୍ରି ଖାଇବା ଶରୀର ଲାଗି ବଡ଼ ଉପକାରୀ। ମିଠା ଲାଗୁଥିବା ମିଶ୍ରିରେ ଔଷଧୀୟ ଗୁଣ ଭରି ହୋଇ ରହିଛି। ଏହାକୁ ମାଉଥ୍‌ ଫ୍ରେସ୍‌ନର୍‌ ଭାବେ ମଧ୍ୟ ବ୍ୟବହାର କରାଯାଏ। ତେବେ ଆସନ୍ତୁ ଜାଣିବା ମିଶ୍ରି ଖାଇବା ଦ୍ୱାରା ଶରୀରକୁ ଆଉ କେଉଁ ସବୁ ଫାଇଦା ମିଳିଥାଏ।

  • ସୁସ୍ଥ ରହିବା ଲାଗି ଚିନି ବଦଳରେ ମିଶ୍ରିର ବ୍ୟବହାର କରନ୍ତୁ। ଏଥିରେ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। ଏହାକୁ ଖାଇବା ଦ୍ୱାରା ସୁଗାର ନିୟନ୍ତ୍ରଣରେ ରହେ।
  • ମିଶ୍ରି ଖାଇବା ଦ୍ୱାରା କାଶ ଓ ଥଣ୍ଡା ସମସ୍ୟା ଦୂର ହୋଇଥାଏ। ନିୟମିତ ଗରମ ପାଣିରେ ଏକ ଚାମଚ ମିଶ୍ରି ପକାଇ ପିଇବା ଦ୍ୱାରା ଥଣ୍ଡା ସମସ୍ୟାରୁ ମୁକ୍ତି ମିଳେ।
  • ଖାଇସାରିବା ପରେ ମିଶ୍ରି ଖାଇବା ଦ୍ୱାରା ମୁହଁରେ ଥିବା ବ୍ୟାକ୍ଟରିଆ ନଷ୍ଟ ହୁଏ ଓ ମୁହଁରୁ ଦୁର୍ଗନ୍ଧ ଦୂର ହୋଇଥାଏ।

Related story