ଛାତି ଜଳାପୋଡ଼ା ହେଉଥିଲେ ଗ୍ୟାସ୍‌ ବୋଲି ଭାବନ୍ତୁ ନାହିଁ: କ୍ୟାନସରର ଲକ୍ଷଣ ବି ହୋଇପାରେ

ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ସମୟ ମିଳେନାହିଁ। ଠିକ୍‌ ସମୟରେ ଖାଇବା ପିଇବା ନ କରିବା ଯୋଗୁଁ  ବିଭିନ୍ନ ରୋଗ ଆକ୍ରାନ୍ତ  କରିଥାଏ। ବେଳେ ବେଳେ ଛାତି ଜଳାପୋଡ଼ା କରିଥାଏ।  ଗ୍ୟାସ୍‌ ଯୋଗୁଁ ଛାତି ଜଳାପୋଡ଼ା କରୁଛି ବୋଲି ଭାବି  ଗ୍ୟାସ୍‌ ମେଡିସିନ୍‌ ଆଣି ମଧ୍ୟ ଖାଇଥାଉ। କିନ୍ତୁ ସର୍ଭେରୁ ଜଣାପଡ଼ିଛି ଯେ ଛାତି ଜଳାପୋଡ଼ା କ୍ୟାନସର ହୋଇପାରେ। ଏହାକୁ ଗ୍ୟାଷ୍ଟିକ୍‌ କ୍ୟାନସର କୁହାଯାଏ। ଏକ୍ସପ୍ରେସ କୋ.ୟୁକେ ଅନୁସାରେ ପେଟରେ କ୍ୟାନସର ହେଲେ […]

mm

Rakesh Mallick
  • Published: Friday, 08 December 2017
  • , Updated: 08 December 2017, 02:46 PM IST

ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ସମୟ ମିଳେନାହିଁ। ଠିକ୍‌ ସମୟରେ ଖାଇବା ପିଇବା ନ କରିବା ଯୋଗୁଁ  ବିଭିନ୍ନ ରୋଗ ଆକ୍ରାନ୍ତ  କରିଥାଏ। ବେଳେ ବେଳେ ଛାତି ଜଳାପୋଡ଼ା କରିଥାଏ।  ଗ୍ୟାସ୍‌ ଯୋଗୁଁ ଛାତି ଜଳାପୋଡ଼ା କରୁଛି ବୋଲି ଭାବି  ଗ୍ୟାସ୍‌ ମେଡିସିନ୍‌ ଆଣି ମଧ୍ୟ ଖାଇଥାଉ। କିନ୍ତୁ ସର୍ଭେରୁ ଜଣାପଡ଼ିଛି ଯେ ଛାତି ଜଳାପୋଡ଼ା କ୍ୟାନସର ହୋଇପାରେ। ଏହାକୁ ଗ୍ୟାଷ୍ଟିକ୍‌ କ୍ୟାନସର କୁହାଯାଏ।

ଏକ୍ସପ୍ରେସ କୋ.ୟୁକେ ଅନୁସାରେ ପେଟରେ କ୍ୟାନସର ହେଲେ ଏହାର ଚିକିତ୍ସା ଡେରିରେ ହୋଇଥାଏ।  କାରଣ ଆରମ୍ଭରୁ ରୋଗର ଲକ୍ଷଣ କମ୍‌ ଜଣାପଡ଼ିଥାଏ।

ପେଟରେ କ୍ୟାନସର ହେଲେ ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ।  ଯଥା -ପେଟରେ ଯନ୍ତ୍ରଣା ହେବା। ଅଳ୍ପ ଖାଦ୍ୟ ଖାଇଲେ ପେଟ ଭରି ହୋଇଯିବା। ଖାଦ୍ୟ ଖାଇବା ସମୟରେ ଜଳପୋଡ଼ା କରିବା। ଝାଡ଼ା କଲା ବେଳେ ରକ୍ତ ପଡ଼ିବା। ଖାଦ୍ୟ ଖାଇଲେ ହଜମ ନ ହେବା । ନିଶ୍ୱାସ ଓ ପ୍ରଶ୍ୱାସ ନେବାରେ ଅସୁବିଧା  ମଧ୍ୟ ହୋଇଥାଏ।

ଗବେଷଣାରୁ ଜଣାପଡ଼ିଛି ଯେ- ଧୂମପାନ କରୁଥିବା ଲୋକଙ୍କ କ୍ଷେତ୍ରରେ ଏହି ରୋଗ ଦେଖାଯାଇଥାଏ। ଏହାସହ ବିଳାସବେସନରେ ରହୁଥିବା ବ୍ୟକ୍ତିଙ୍କୁ ଏହି ରୋଗ ହୋଇଥାଏ।  ୭୫ ବର୍ଷରୁ ଅଧିକ ବୟୟ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ଦେଖାଯାଇଥାଏ।

ଅଧିକ ଲୁଣ  ଖାଇଲେ, ଅଧିକ ମାଛ ମାଂସ ଖାଇଲେ, ମଦ ପିଇଲେ ଓ ବ୍ୟାୟାମ ନ କଲେ ଏହି ରୋଗ ହେବାର ଆଶଙ୍କା ଥାଏ ବୋଲି ସର୍ଭେରୁ ଜଣାପଡ଼ିଛି। ଏହି କ୍ୟାନସର ପେଟର ଯେକୌଣସି ସ୍ଥାନରେ ହୋଇପାରେ।

Related story