କଳାହାଣ୍ଡିରେ ବାଦଲ ଫଟା ବର୍ଷା: ପାହାଡ଼ ଧସିଲା, ଗଛ ଉପୁଡ଼ିଲା

ରାୟଗଡ଼ା ନୁହେଁ, କଳାହାଣ୍ଡି ଜିଲ୍ଲାରେ ବି ବନ୍ୟା ସ୍ଥିତି ସାଂଘାତିକ। ବିଶେଷ କରି ଥୁଆମୂଳ-ରାମପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜିଲ୍ଲାର ଅଧିକାଂଶ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଜୁନାଗଡ଼ ନିକଟ ହାତୀନଦୀ ପୋଲ ଉପରେ ପାଣି ଚାଲୁଥିବାରୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।

ବର୍ଷାରେ ବେହାଲ୍ କଳାହାଣ୍ଡିର କେଉଁଠି ଟଳି ପଡ଼ିଛି ବଡ଼ ବଡ଼ ଗଛ ତ ଆଉ କେଉଁଠି ଓଲଟି ପଡ଼ିଛି ଟ୍ରକ୍। ଥୁଆମୂଳ-ରାମପୁର ବ୍ଲକ ଅଞ୍ଚଳରେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଲଗାଣ ବର୍ଷା ଯୋଗୁ ଥୁଆମୂଳ-ରାମପୁର ବ୍ଲକର ଅଧିକାଂଶ ପଞ୍ଚାୟତରେ ଜୀବନଯାତ୍ରା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଗୁଣପୁର, ନବରଙ୍ଗପୁର, କଲମପୁର ଓ ଭବାନୀପାଟଣା ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଚୁଲିବାଡ଼ି ଗାଁରେ ମାଟି ଅତଡ଼ା ଧସିବା ପରେ ଗୋଟିଏ ପରିବାରକୁ ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଜୁନାଗଡ଼ ନିକଟ ହାତୀ ନଦୀ ପୋଲ ଉପରେ ଆଜି ଅପରାହ୍ନରୁ ପାଣି ଚାଲୁଥିବାରୁ ଏହି ରାସ୍ତା ଦେଇ ଭବାନୀପାଟଣା, ଧର୍ମଗଡ଼, ନବରଙ୍ଗପୁରକୁ ଗମନାଗମନ ପ୍ରଭାବିତ ହୋଇଛି।

Ordigital Desk
• Published: Sunday, 16 July 2017
• Updated: 16 July 2017, 02:04 PM IST

ରାୟଗଡ଼ା ନୁହେଁ, କଳାହାଣ୍ଡି ଜିଲ୍ଲାରେ ବି ବନ୍ୟା ସ୍ଥିତି ସାଂଘାତିକ। ବିଶେଷ କରି ଥୁଆମୂଳ-ରାମପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜିଲ୍ଲାର ଅଧିକାଂଶ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଜୁନାଗଡ଼ ନିକଟ ହାତୀନଦୀ ପୋଲ ଉପରେ ପାଣି ଚାଲୁଥିବାରୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।

ବର୍ଷାରେ ବେହାଲ୍ କଳାହାଣ୍ଡିର କେଉଁଠି ଟଳି ପଡ଼ିଛି ବଡ଼ ବଡ଼ ଗଛ ତ ଆଉ କେଉଁଠି ଓଲଟି ପଡ଼ିଛି ଟ୍ରକ୍। ଥୁଆମୂଳ-ରାମପୁର ବ୍ଲକ ଅଞ୍ଚଳରେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଲଗାଣ ବର୍ଷା ଯୋଗୁ ଥୁଆମୂଳ-ରାମପୁର ବ୍ଲକର ଅଧିକାଂଶ ପଞ୍ଚାୟତରେ ଜୀବନଯାତ୍ରା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଗୁଣପୁର, ନବରଙ୍ଗପୁର, କଲମପୁର ଓ ଭବାନୀପାଟଣା ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଚୁଲିବାଡ଼ି ଗାଁରେ ମାଟି ଅତଡ଼ା ଧସିବା ପରେ ଗୋଟିଏ ପରିବାରକୁ ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଜୁନାଗଡ଼ ନିକଟ ହାତୀ ନଦୀ ପୋଲ ଉପରେ ଆଜି ଅପରାହ୍ନରୁ ପାଣି ଚାଲୁଥିବାରୁ ଏହି ରାସ୍ତା ଦେଇ ଭବାନୀପାଟଣା, ଧର୍ମଗଡ଼, ନବରଙ୍ଗପୁରକୁ ଗମନାଗମନ ପ୍ରଭାବିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos