ହାଇ ବ୍ଲଡ୍‌ପ୍ରେସର ରୋଗୀଙ୍କ ପାଇଁ ଉପକାରୀ ଏହି ମସଲା

ଖାଦ୍ୟ ପ୍ରସ୍ତୁତ ସମୟରେ  ଆମେ ହେଙ୍ଗୁ ବ୍ୟବହାର କରୁ। ତେବେ ମସଲା ଭାବେ ବ୍ୟବହୃତ ହେଉଥିବା ହେଙ୍ଗୁରେ ଭରି ରହିଛି ଔଷଧୀୟ ଗୁଣ। ଆୟୁର୍ବେଦରେ ବିଭିନ୍ନ ରୋଗର ଉପଚାର ପାଇଁ ହେଙ୍ଗୁର ବ୍ୟବହାର କରାଯାଇଥାଏ।  ତା’ହେଲେ ଆସନ୍ତୁ ଜାଣିବା ହେଙ୍ଗୁର ଚମତ୍କାରୀ ଔଷଧୀୟ ଗୁଣ ବିଷୟରେ। ହେଙ୍ଗୁରେ coumarin ନାମକ ପଦାର୍ଥ ରହିଛି। ଏହା ରକ୍ତକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ। ରକ୍ତକୁ ପତଳା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଉଚ୍ଚ ରକ୍ତଚାପ ରୋଗୀ ଏହାକୁ ଖାଇବା […]

hengu

Rakesh Mallick
  • Published: Monday, 22 January 2018
  • , Updated: 22 January 2018, 01:34 PM IST

ଖାଦ୍ୟ ପ୍ରସ୍ତୁତ ସମୟରେ  ଆମେ ହେଙ୍ଗୁ ବ୍ୟବହାର କରୁ। ତେବେ ମସଲା ଭାବେ ବ୍ୟବହୃତ ହେଉଥିବା ହେଙ୍ଗୁରେ ଭରି ରହିଛି ଔଷଧୀୟ ଗୁଣ। ଆୟୁର୍ବେଦରେ ବିଭିନ୍ନ ରୋଗର ଉପଚାର ପାଇଁ ହେଙ୍ଗୁର ବ୍ୟବହାର କରାଯାଇଥାଏ।  ତା’ହେଲେ ଆସନ୍ତୁ ଜାଣିବା ହେଙ୍ଗୁର ଚମତ୍କାରୀ ଔଷଧୀୟ ଗୁଣ ବିଷୟରେ।

  • ହେଙ୍ଗୁରେ coumarin ନାମକ ପଦାର୍ଥ ରହିଛି। ଏହା ରକ୍ତକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ। ରକ୍ତକୁ ପତଳା କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
  • ଉଚ୍ଚ ରକ୍ତଚାପ ରୋଗୀ ଏହାକୁ ଖାଇବା ଦ୍ୱାରା ରକ୍ତଚାପ ସାମାନ୍ୟ ରହେ।
  • ପେଟ ସହ ଜଡ଼ିତ ସମସ୍ୟା ଦୂର କରିବା ଲାଗି ମଧ୍ୟ ହେଙ୍ଗୁର ବ୍ୟବହାର କରାଯାଇଥାଏ।
  • ଏଥିରେ ଆଣ୍ଟି-ଇମ୍ଫ୍ଲେମେଟୋରୀ ଓ ଆଣ୍ଟି-ଅକ୍ସିଡେଣ୍ଟ୍‌ ଗୁଣ ରହିଛି। ଏହାକୁ ଖାଇଲେ ଏସିଡିଟି ଓ ପେଟ ସମସ୍ୟାରୁ ମୁକ୍ତି ମିଳେ।
  • ହେଙ୍ଗୁ କାଶ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ମହୁ, ଅଦା ସହ ହେଙ୍ଗୁ ମିଶାଇ ଖାଇବା ଦ୍ୱାରା କାଶ ସମସ୍ୟା ଦୂର ହୁଏ।
  • ଥଣ୍ଡା ଓ ଜ୍ୱର ସମସ୍ୟା ପାଇଁ ହେଙ୍ଗୁ ଏକ ଭଲ ଔଷଧ।

Related story