୨୮ ଅକ୍ଟୋବର, ଶନିବାର: ଜାଣନ୍ତୁ କେଉଁମାନଙ୍କୁ ଚାକିରିରେ ମିଳିବ ପଦୋନ୍ନତି

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଜମିଜମାକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ଧନପ୍ରାପ୍ତିର ଯୋଗ ରହିଛି।

ବୃଷ: ସ୍ୱାସ୍ଥ୍ୟ ସମସ୍ୟା ରହିବ। ସମ୍ପତ୍ତିକୁ ନେଇ ବିବାଦ ଦେଖାଦେଇପାରେ। ଚାକିରି ପରିବର୍ତ୍ତନ କରିପାରନ୍ତି।

ମିଥୁନ: ଆର୍ଥିକ ସ୍ଥିତି ଭଲ ରହିବ। ଅଟକି ରହିଥିବା କାମ ହୋଇଯିବାର ସମ୍ଭାବନା ରହିଛି। ଦୂରଯାତ୍ରାରୁ ଲାଭ ପାଇବେ।

କର୍କଟ: ବିବାହ ଓ ପ୍ରେମ ମାମଲାରେ ସଫଳତା ପାଇବେ। ଆଜିର ଦିନଟି ଏଣେତେଣେ ଦୌଡ଼ାଦୌଡିରେ କଟିବ। ପଡ଼ି ରହିଥିବା ଧନ ପାଇବାରେ ସମସ୍ୟା ଦେଖାଦେବ।

ସିଂହ: ପିଲାମାନଙ୍କୁ ସଫଳତା ମିଳିବ। ଅଟକି ରହିଥିବା ଧନ ମିଳିଯିବ। ଜମିଜମା ବିବାଦର ସମାଧାନ ହୋଇଯିବ।

କନ୍ୟା: ଯୋଗ୍ୟ ପୁଅଝିଅଙ୍କ ବିବାହ ସ୍ଥିର ହେବାର ଆଶା ରହିଛି। ଶିକ୍ଷାକୁ ନେଇ ଥିବା ସମସ୍ୟା ଦୂର ହୋଇଯିବ। ଦୂରଯାତ୍ରା କରିପାରନ୍ତି।

ତୁଳା: ଆଜିର ଦିନଟି ଆଳସ୍ୟରେ କଟିବ। ପଡ଼ି ରହିଥିବା ଧନ ମିଳିବାରେ ସମସ୍ୟା ଦେଖାଦେଇପାରେ। ସ୍ୱାସ୍ଥ୍ୟ ସାଧାରଣ ରହିବ।

ବିଚ୍ଛା: ଅଟକି ରହିଥିବା ଧନ ସହଜରେ ମିଳିପାରେ। ଚାକିରିରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଦିନଟି କାର୍ଯ୍ୟବ୍ୟସ୍ତରେ କଟିବ।

ଧନୁ: ଚାକିରି କ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଧନପ୍ରାପ୍ତିର ସୁଯୋଗ ରହିଛି। ଦୂରଯାତ୍ରାର ଯୋଜନା କରିପାରନ୍ତି।

ମକର: ବ୍ୟବସାୟରେ ଲାଭ ମିଳିବ। ହଠାତ କୌଣସି ସ୍ଥାନକୁ ଯାଇପାରନ୍ତି। ଆଗକୁ ବଢ଼ିବାକୁ ନୂଆ ସୁଯୋଗ ମିଳିବ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତତା ଲାଗି ରହିବ। କାମର ନୂଆ ଦିଗ ଖୋଲିବ। ଧନସମ୍ପତ୍ତି ଠିକ୍‌ରେ ରହିବ।

ମୀନ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ବଡ଼ ସମସ୍ୟାରୁ ମୁକ୍ତି ମିଳିବ। ଦୂରସ୍ଥାନରୁ ଶୁଭ ଖବର ପାଇ ପ୍ରଫୁଲ୍ଲ ରହିବେ।