ରକ୍ତର ରଙ୍ଗ ବଦଳାଉଥିବା କଙ୍କଡ଼ା: ବାଲେଶ୍ୱର ବେଳାଭୂମିକୁ ରଙ୍ଗିନ୍‌ ମିଜାଜରେ ଆସନ୍ତି ସ୍ତ୍ରୀ-ପୁରୁଷ

ହର୍ଷକ୍ରାବ ଏକ ବିରଳ ପ୍ରଜାତିର ପ୍ରାଣୀ। ବିଶ୍ୱର ପ୍ରାୟ ସର୍ବ ପୁରାତନ ଜୀବାଷ୍ମ ଭାବେ ଏହାକୁ ବିବେଚନା କରାଯାଏ। ଏହା ରକ୍ତର ରଙ୍ଗ ଧଳା। ମାତ୍ର ବାୟୁ ଶଂସ୍ପର୍ଶରେ ଆସିଲେ ଏହାର ରକ୍ତ ନୀଳ ହୋଇଯାଏ। ସେଥିପାଇଁ ଏହି ବିରଳ ପ୍ରଜାତିର ପ୍ରାଣୀକୁ ନୀଳ ରକ୍ତ କଙ୍କଡ଼ା କୁହାଯାଏ। ଏମାନେ ଆମେରିକା, ଇଣ୍ଡୋନେସିଆ, ଚୀନ ଓ ମାଲେସିଆ ବ୍ୟତୀତ ଭାରତ ସୁନ୍ଦରବନଠାରୁ ପାରାଦୀପ ମଧ୍ୟରେ ଦେଖିବାକୁ ମିଳନ୍ତି। ମାତ୍ର ସେମାନଙ୍କ ପାଇଁ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର, ବାହାବଳପୁର, […]

Horseshoe Crab14

Horseshoe Crab14

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 08:53 PM IST

ହର୍ଷକ୍ରାବ ଏକ ବିରଳ ପ୍ରଜାତିର ପ୍ରାଣୀ। ବିଶ୍ୱର ପ୍ରାୟ ସର୍ବ ପୁରାତନ ଜୀବାଷ୍ମ ଭାବେ ଏହାକୁ ବିବେଚନା କରାଯାଏ। ଏହା ରକ୍ତର ରଙ୍ଗ ଧଳା। ମାତ୍ର ବାୟୁ ଶଂସ୍ପର୍ଶରେ ଆସିଲେ ଏହାର ରକ୍ତ ନୀଳ ହୋଇଯାଏ। ସେଥିପାଇଁ ଏହି ବିରଳ ପ୍ରଜାତିର ପ୍ରାଣୀକୁ ନୀଳ ରକ୍ତ କଙ୍କଡ଼ା କୁହାଯାଏ। ଏମାନେ ଆମେରିକା, ଇଣ୍ଡୋନେସିଆ, ଚୀନ ଓ ମାଲେସିଆ ବ୍ୟତୀତ ଭାରତ ସୁନ୍ଦରବନଠାରୁ ପାରାଦୀପ ମଧ୍ୟରେ ଦେଖିବାକୁ ମିଳନ୍ତି। ମାତ୍ର ସେମାନଙ୍କ ପାଇଁ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର, ବାହାବଳପୁର, ବଳରାମଗଡ଼ି ଓ ବାରହଜାରିଆ ବେଳାଭୂମି ସୁରକ୍ଷିତ ଥିବାରୁ ବେଶୀ ଦେଖିବାକୁ ମିଳନ୍ତି। ମାତ୍ର ଏବେ ଏମାନଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାର ଲାଗିଛି। ଏହି କଙ୍କଡ଼ା ହ୍ରାସ ପାଇବାର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ପଶ୍ଚିମବଙ୍ଗ ଦେଇ ପଡ଼ୋଶୀ ଦେଶକୁ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି।

ନୀଳରକ୍ତ କଙ୍କଡ଼ାର ରକ୍ତରୁ ତିଆରି ହୁଏ ଲାଲ୍‌ ଟେଷ୍ଟ୍‌ କିଟ୍‌

ନୀଳରକ୍ତ କଙ୍କଡ଼ାର ରକ୍ତରୁ ତିଆରି ହେଉଛି ଲାଲ ଟେଷ୍ଟ କିଟ୍‌ (lal test kit)। ୧୯୬୪ ମସିହାର ଆମେରିକାର ବିଶିଷ୍ଟ ବୈଜ୍ଞାନିକ ଲେଭି ଆଣ୍ଡ ମେଙ୍ଗ ଏହି କିଟ୍‌ ବାହାର କରିଥିଲେ। ଏହି କିଟ୍‌ ମାଧ୍ୟମରେ ଔଷଧର ନମୂନା ପରୀକ୍ଷା କରାଯାଏ। ପୂର୍ବରୁ ଔଷଧର ନମୂନା ଠେକୁଆ କାନରେ ପକାଇ ପରୀକ୍ଷା କରାଯାଉଥିଲା। ଏହା ଦ୍ୱାରା ବହୁ ସଂଖ୍ୟକ ଠେକୁଆଙ୍କ ମୃତ୍ୟୁ ହେଲା। ସେଥିପାଇଁ ଏହାର ବିକଳ୍ପ ଭାବେ ଲାଲ୍‌ ଟେଷ୍ଟ୍‌ କିଟ୍‌ ବାହାର କରାଯାଇଥିଲା। ଏହି କିଟ୍‌ ମାଧ୍ୟମରେ ଅତି ସହଜରେ ଔଷର ନମୂନା ପରୀକ୍ଷା କରାଯାଉଛି। ଏହାଛଡ଼ା ଏହି କଙ୍କଡ଼ାରେ ଏକ ପ୍ରୋଟିନ୍‌ ଆବିଷ୍କାର କରାଯାଇଛି। ଯାହା ମଣିଷ ଶରୀର ଭିଟାମିନ୍‌ ବି-୧୨ ପୂରଣ କରିଥାଏ। ଏହାଛଡ଼ା ଡାକ୍ତର ସି.ହୁରିଆନା ହୋମିଓପାଥିକ ଚିକିତ୍ସାରେ ଲିମୁଲୁସନରୁ ନିର୍ମିତ ଔଷଧ ତିଅରି କରିଛନ୍ତି। ଯାହା ନୀଳରକ୍ତ କଙ୍କଡ଼ାର ହିମୋଲିମ୍ପରୁ ତିଆରି ହୋଇଥାଏ। ଏହା ମାନସିକ କ୍ଲାନ୍ତି, ହଜମ ଜନିତ ସମସ୍ୟା ଓ ହଇଜା ଆଦି ଚିକିତ୍ସା ହୋଇପାରୁଛି। ଡାଇବେଟିସ୍‌ ରୋଗର ଚିକିତ୍ସା ପାଇଁ ଏବେ ଏହି କଙ୍କଡ଼ା ଉପରେ ରିସର୍ଚ୍ଚ ଚାଲିଛି। ସମଗ୍ର ବିଶ୍ୱରେ ଏବେ ନୀଳରକ୍ତ କଙ୍କଡ଼ା ଉପରେ ୫୦୦ ବୈଜ୍ଞାନିକ ଗବେଷଣା କରୁଛନ୍ତି। ସେମାନଙ୍କ ମଧ୍ୟରେ ଭାରତରୁ ୨୦ରୁ ୨୫ ଜଣ ବୈଜ୍ଞାନିକ ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଆମେରିକା ଓ ଚୀନ ପରି ରାଷ୍ଟ୍ର ଏହି କଙ୍କଡ଼ାର ରକ୍ତରୁ ଔଷଧ ତିଆରି କରୁଥିବା ବେଳେ ଭାରତରେ ଏହା ସମ୍ଭବ ହୋଇପାରୁ ନାହିଁ।

ନୀଳରକ୍ତ କଙ୍କଡ଼ାକୁ ହନିମୋନିକ୍‌ କ୍ରାବ କୁହାଯାଏ

ନୀଳରକ୍ତ କଙ୍କଡ଼ାକୁ ହନିମୋନିକ କ୍ରାବ୍‌ କୁହନ୍ତି। କାରଣ-ଏମାନେ ସମୁଦ୍ର ଢେଉରେ ସାଥୀ (ପୁରୁଷ ଓ ସ୍ତ୍ରୀ) ହୋଇଆସନ୍ତି। ଯେତେ ଚେଷ୍ଟା କଲେ ସେମାନଙ୍କୁ ଅଲଗା କରିହୁଏ ନାହିଁ। ବିଶେଷଜ୍ଞଙ୍କ ମତରେ ସ୍ତ୍ରୀ କଙ୍କଡ଼ା ଦେହରେ ସୃଷ୍ଟି ହୋଇଥିବା ଫେନୋମେନା ପୁରୁଷ କଙ୍କଡ଼ାକୁ ଆକର୍ଷିତ ହୋଇଥାଏ। ସେଥିପାଇଁ ସେମାନେ ସବୁବେଳେ ସାଥୀ ହୋଇ ଆସନ୍ତି। ସ୍ତ୍ରୀ କଙ୍କଡ଼ା ବାଲିରେ ଗାତ କରି ଅଣ୍ଡା ଦେବା ପରେ ପୁରୁଷ କଙ୍କଡ଼ା ସ୍ପର୍ମ ଛାଡ଼ି ଥାଏ। ପରେ ସେମାନେ ସାଥୀ ହୋଇ ନୀଳ ସମୁଦ୍ରକୁ ଚାଲି ଯାଆନ୍ତି। ସ୍ତ୍ରୀ ନୀଳରକ୍ତ କଙ୍କଡ଼ା ଥରକେ ଗୋଟିଏ ଜାଗାରେ ୫୦୦ ଅଣ୍ଡ ଦେଇଥାଆନ୍ତି। ଗୋଟିଏ ସିଜିନ୍‌ରେ ସ୍ତ୍ରୀ କଙ୍କଡ଼ା ୫୦୦୦ରୁ ୮୦୦୦ ଅଣ୍ଡା ଦେଇଥାଏ।

ଥାଇଲାଣ୍ଡରେ ରହିଛି ହର୍ଷକ୍ରାବ୍‌ ରେସ୍ତୁରାଣ୍ଟ

ଭାରତକୁ ଛାଡ଼ା ଆମେରିକା, ଚୀନ, ମାଲେସିଆ ଓ ଇଣ୍ଡୋନେସିଆରେ ନୀଳରକ୍ତ କଙ୍କାଡ଼ାକୁ ଖାଦ୍ୟ ରୂପେ ବ୍ୟବହାର କରାଯାଏ। ଏପରି ଥାଇଲାଣ୍ଡରେ ହର୍ଷକ୍ରାବ୍‌ ନାଁରେ ଗୋଟିଏ ରେସ୍ତୁରାଣ୍ଟ ରହିଛି। ଯେଉଁଠି ନୀଳରକ୍ତ କଙ୍କଡ଼ାର ବିଭିନ୍ନ ପ୍ରକାର ବ୍ୟଞ୍ଜନ ମିଳିଥାଏ। ଦୂରଦୂରାନ୍ତରୁ ଆସୁଥିବା ଲୋକେ କଙ୍କଡ଼ାର ସ୍ୱାଦ ଉଠାଇ ଥାନ୍ତି।

ସଚେତନତା ଜରୁରି

ନୀଳରକ୍ତ କଙ୍କଡ଼ାରେ ବହୁ ଔଷଧୀୟ ଗୁଣ ଥିବା ସତ୍ତ୍ୱେ ପ୍ରଶାସନ ଏହାର ସଂରକ୍ଷଣ ପ୍ରତି ଧ୍ୟାନ ଦେଉନି। ଯାହାଦ୍ୱାରା ଏମାନଙ୍କ ସଂଖ୍ୟା ଧୀରେଧୀରେ କମିବାରେ ଲାଗିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଭାରତରେ ଏହି କଙ୍କଡ଼ାକୁ ଯଦି ଖାଦ୍ୟ ରୂପେ ଗ୍ରହଣ କରାନଯାଏ, ତାହାହେଲେ ଏମାନଙ୍କ ସଂଖ୍ୟା କମ୍‌ କ’ଣ ପାଇଁ? ସେ ଯାହା ହେଉନା କାହିଁକି ଏବେ ଏହି କଙ୍କଡ଼ାର ସରକ୍ଷଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ବାଲେଶ୍ୱର ବାସୀ। ‘ଆସୋସିଏସନ୍‌ ଫର୍‌ ବାୟୋ ଡାଇଭରସିଟି କଞ୍ଜରଭେସନ୍‌’ ନାମକ ଏକ ସଂସ୍ଥା ନୀଳରକ୍ତ କଙ୍କଡ଼ାର ସଂରକ୍ଷଣ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛି। ନିୟମିତ ଭାବେ ବେଳାଭୂମୀକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ସଚେତନତା କରାଯାଉଛି। ଏପରିକି ମତ୍ସ୍ୟଜୀବୀଙ୍କୁ ଏହି କଙ୍କଡ଼ା ଧରିବାକୁ ବାରଣ କରାଯାଉଛି। ଏହି କଙ୍କଡ଼ାର ଔଷଧୀୟ ଗୁଣ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ କରାଯାଉଛି।

କିଏ କଣ କହୁଛନ୍ତି

ପଣ୍ଡିଚେରି ବିଶ୍ୱବିଦ୍ୟାଳୟର ପ୍ରଫେସର ଜୟନ୍ତ କୁମାର ମିଶ୍ର କହିଛନ୍ତି-“କୋଟିକୋଟି ବର୍ଷ ହେଲା ସମୁଦ୍ର ଭିତରେ ରହିଆସୁଛନ୍ତି ଏହି ବିରଳ ପ୍ରଜାତିର ଜୀବ ନୀଳରକ୍ତ କଙ୍କଡ଼ା। ମାତ୍ର ମଣିଷର କୁପ୍ରକୃତି ପାଇଁ ସେମାନେ ଲୋପ୍‌ ପାଇଯିବାକୁ ବସିଲେଣି। ବେଳାଭୂମିର ପରିବେଶ ଓ ଅଣ୍ଡାଦାନ ସ୍ଥାନ ନଷ୍ଟ ହେଉଥିବାରୁ ସେମାନଙ୍କ ସଂଖ୍ୟା କମୁଛି। ଏଥିପ୍ରତି ସମୁଦ୍ର କୂଳିଆ ଲୋକଙ୍କ ମଧ୍ୟରେ ସଚେତନତା କରାଯିବା ଆବଶ୍ୟକ।”

ପରିବେଶବିତ୍‌ ସିଦ୍ଧାର୍ଥ ପତି କହିଛନ୍ତି-“ନୀଳରକ୍ତ କଙ୍କଡ଼ା ହେଉଛି ଜୈବ ଜୀବାସ୍ମ। ଡାଇନୋସର ବହୁ ପୂର୍ବରୁ ଏହି ଜୀବ ଆସିଛି। ବହୁ ପ୍ରତିକୂଳ ପରିବେଶ ସତ୍ତ୍ୱେ ଏବେବି ଏହି ଜୀବ ସମୁଦ୍ରରେ ତିଷ୍ଠି ରହିଛନ୍ତି। ଏବେ ଆମର ପ୍ରଥମ କର୍ତ୍ତବ୍ୟ ଏହି ଜୀବକୁ ବଞ୍ଚାଇ ରଖିବା। ଏହାଛଡ଼ା ଏହି ଜୀବ ଉପରେ ଗବେଷଣା ପାଇଁ ଏକ ରିସର୍ଚ୍ଚ ସେଷ୍ଟର ନିର୍ମାଣ ହେବା ଜରୁରି।”

ଶିଳ୍ପୀ କେଶୁ ଦାସ କହିଛନ୍ତି-“ପିଲାବେଳେ ବେଳାଭୂମିରେ ନୀଳରକ୍ତ କଙ୍କଡ଼ା ଦେଖି ଖେଳୁଥିଲି। ଯେତେବେଳେ ଏହାର ମହତ୍ୱ ଜାଣିଲି ଏହି କଙ୍କଡ଼ାର ସଂରକ୍ଷଣ ପାଇଁ ମନ ବଳାଇଲି। ସମୁଦ୍ର କୂଳବର୍ତ୍ତୀ ଲୋକଙ୍କ ମଧ୍ୟରେ ଏ ସମ୍ପର୍କରେ ସଚେତନ କରିବାକୁ କରୁଛି। ମୁଁ ଜଣେ ଚିତ୍ର ଶିଳ୍ପୀ ହୋଇଥିବାରୁ ନୀଳରକ୍ତ କଙ୍କଡ଼ା ସମ୍ପର୍କରେ ଚିତ୍ର କଳା ମାଧ୍ୟରେ ସଚେତନତା କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story