ଆଜି ରେଳମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ଦାବି ଜଣାଇବ ବିଧାନସଭା ଗୃହ କମିଟି

ଭୁବନେଶ୍ୱର: ଆସନ୍ତା ରେଳବଜେଟରେ ୫ହଜାର କୋଟି ଟଙ୍କାର ଅନୁଦାନ ଦାବି ନେଇ ଆଜି ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଭେଟିବ ରାଜ୍ୟ ଗୃହ କମିଟି।  ତା’ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯିବ। ଏନେଇ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ମେମୋରେଣ୍ଡମକୁ ଚୂଡାନ୍ତ କରିଛି ବିଧାନସଭାର ଗୃହ କମିଟି। ରେଳ ବଜେଟରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେବାକୁ କମିଟି ସଦସ୍ୟମାନେ ରେଳମନ୍ତ୍ରୀଙ୍କ ନିକଟରେ ଦାବି କରିବେ। ବଲାଙ୍ଗିର ଜିଲ୍ଲାରେ ୱାଗନ୍ କାରଖାନା ପ୍ରତିଷ୍ଠା ପାଇଁ ପୂର୍ବରୁ […]

bidhna

Rakesh Mallick
  • Published: Wednesday, 06 January 2016
  • , Updated: 06 January 2016, 02:16 AM IST

ଭୁବନେଶ୍ୱର: ଆସନ୍ତା ରେଳବଜେଟରେ ୫ହଜାର କୋଟି ଟଙ୍କାର ଅନୁଦାନ ଦାବି ନେଇ ଆଜି ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଭେଟିବ ରାଜ୍ୟ ଗୃହ କମିଟି।  ତା' ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯିବ। ଏନେଇ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ମେମୋରେଣ୍ଡମକୁ ଚୂଡାନ୍ତ କରିଛି ବିଧାନସଭାର ଗୃହ କମିଟି। ରେଳ ବଜେଟରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେବାକୁ କମିଟି ସଦସ୍ୟମାନେ ରେଳମନ୍ତ୍ରୀଙ୍କ ନିକଟରେ ଦାବି କରିବେ।

ବଲାଙ୍ଗିର ଜିଲ୍ଲାରେ ୱାଗନ୍ କାରଖାନା ପ୍ରତିଷ୍ଠା ପାଇଁ ପୂର୍ବରୁ ହୋଇଥିବା ଘୋଷଣା କାର୍ଯ୍ୟକାରୀ କରିବାକୁ ବିରୋଧୀ ଦଳ ନେତା ଦାବି କରିଛନ୍ତି। ମଙ୍ଗଳବାର ବିଧାନସଭାରେ ଗୃହ କମିଟିର ବୈଠକ ବସି ଡ୍ରାଫ୍ଟ ମେମୋରେଣ୍ଡମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

 

 

 

Related story