'ହ୍ଵାଟସ୍‌ଆପ୍‌ରେ ଯାଇଥିବା ତ୍ରୁଟିପୂର୍ଣ୍ଣ ମେସେଜ୍‌ ହୋଇପାରିବ ଡିଲିଟ୍ !

ସମ୍ପ୍ରତି ସମାଜ ଡିଜିଟାଲ ମୁହଁ ହେଲଣି । ସବୁକ୍ଷେତ୍ରରେ ଡିଜିଟାଲ ପଦ୍ଧତିକୁ ଆଦରର ସହ ଗ୍ରହଣ କରାଯାଉଛି। ହ୍ୱାଟସ୍‌ ଆପ୍‌, ଫସ୍‌ବୁକ, ଟୁଇଟର ଭଳି ସୋସିଆଲ ନେଟୱାର୍କିଂ ବ୍ୟବସ୍ଥା ଏବେ ଜନାଦ୍ରୁତ ହେବାରେ ଲାଗିଛି। କାର୍ଯ୍ୟ କ୍ଷେତ୍ରରେ ହେଉ କି ସାଙ୍ଗସାଥୀଙ୍କ ଭିତରେ ହେଉ, ଅବସର ବିନୋଦନ ଓ ଖବର ପଠାଇବା ପାଇଁ ଏହା ପ୍ରମୁଖ ମାଧ୍ୟମ ପାଲଟିଛି। ହେଲେ ବେଳେବେଳେ ଏମିତି ହୁଏ ଯେ, ଆମେ ଅସୁବିଧାରେ ପଡିଯାଉ । ହ୍ୱାଟସ୍‌ ଆପ୍‌ରେ ମେସେଜ୍ ପଠାଉ […]

whatsapp

whatsapp

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 05:55 PM IST

Sports

Latest News

ସମ୍ପ୍ରତି ସମାଜ ଡିଜିଟାଲ ମୁହଁ ହେଲଣି । ସବୁକ୍ଷେତ୍ରରେ ଡିଜିଟାଲ ପଦ୍ଧତିକୁ ଆଦରର ସହ ଗ୍ରହଣ କରାଯାଉଛି। ହ୍ୱାଟସ୍‌ ଆପ୍‌, ଫସ୍‌ବୁକ, ଟୁଇଟର ଭଳି ସୋସିଆଲ ନେଟୱାର୍କିଂ ବ୍ୟବସ୍ଥା ଏବେ ଜନାଦ୍ରୁତ ହେବାରେ ଲାଗିଛି। କାର୍ଯ୍ୟ କ୍ଷେତ୍ରରେ ହେଉ କି ସାଙ୍ଗସାଥୀଙ୍କ ଭିତରେ ହେଉ, ଅବସର ବିନୋଦନ ଓ ଖବର ପଠାଇବା ପାଇଁ ଏହା ପ୍ରମୁଖ ମାଧ୍ୟମ ପାଲଟିଛି। ହେଲେ ବେଳେବେଳେ ଏମିତି ହୁଏ ଯେ, ଆମେ ଅସୁବିଧାରେ ପଡିଯାଉ । ହ୍ୱାଟସ୍‌ ଆପ୍‌ରେ ମେସେଜ୍ ପଠାଉ ପଠାଉ ଭୁଲ ଭଟକା ହୁଏ। ଜଣଙ୍କ ପାଖକୁ ପଠାଉ ପଠାଉ ମେସେଜ୍ ଆଉ ଜଣଙ୍କ ପଟକୁ ଚାଲିଯାଏ । ଏମିତି ଅବସ୍ଥାରେ ଆପଣ ପଡିଥାଇପାରନ୍ତି। ଆଗକୁ ମଧ୍ୟ ପଡିପାରନ୍ତି। ହେଲେ ଚିନ୍ତା କରନ୍ତୁନି ଏହି ଅସୁବିଧାର ନିଦାନ ବି ବାହାରିଗଲାଣି। ଶୁଣିଲେ ଖୁସି ହେବେ ଯେ, ଏଭଳି ତ୍ରୁଟିପୂର୍ଣ୍ଣ ମେସେଜ୍ ଡିଲିଟ୍‌ କରିବାର ଅପସନ୍ ଏବେ ଆସିଯାଇଛି । ହ୍ଵାଟସଆପ୍‌ ଆଣିଛି ଏକ ନୂଆ  ଫିଚର ଯାହାର ନାଁ ହେଉଛି 'ଡିଲିଟ ଫର ଏଭ୍ରିୱାନ୍'

ଏହି ଫିଚର ମାଧ୍ୟମରେ ପଠାଯାଇଥିବା ମେସେଜ୍ ଡିଲିଟ୍ ହୋଇପାରିବ। ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ଓ୍ଵିଣ୍ଡୋଜ୍ ପ୍ଲାଟଫର୍ମରେ ଏହି ନୂଆ ଫିଚର ରହିବ। ପ୍ରେରକ ପଠାଇଥିବା ମସେଜ୍‌ ଯଦି ସମ୍ପୃକ୍ତ ବ୍ୟକ୍ତି(ଯାହାକୁ ପଠାଯାଇଛି) ପଢି ନ ଥିବେ ବା ଦେଖି ନ ଥିବେ ପଠାଇବାର ୭ମାନିଟ୍ ମଧ୍ୟରେ ଏହାକୁ ଡିଲିଟ୍ କରିହେବ। ଫଟୋ , ଭିଡିଓ, ଜିଆରଏଫ୍ ସବୁକୁ ଆପଣ ପୁଣିଥରେ ଡିଲିଟ କରିବାର ସୁଯୋଗ ପାଇବେ। ଉଭୟ ଗ୍ରୁପ୍‌ ଓ ବ୍ୟକ୍ତିଗତ ଚାଟିଂ ପାଇଁ ଏହି ଫିଚର ଉପଯୋଗ ହେବ ବୋଲି ଜଣାପଡିଛି ।

ଆହୁରି ମଧ୍ୟ ପଢନ୍ତୁ: ମୁନ୍ନାଭାଇ ମାର୍କା ପରୀକ୍ଷା ଦେଉ ଦେଉ ଧରାପଡିଲେ ଆଇପିଏସ୍‌ ଅଧିକାରୀ

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos