ନିଃସଙ୍ଗତାରୁ କେମିତି ପାଇବେ ମୁକ୍ତି , ଜାଣନ୍ତୁ କିଛି ଟିପ୍ସ

ଏକୁଟିଆପଣ ବା ନିଃସଙ୍ଗତା ମଣିଷ ଜୀବନର ସବୁଠୁ ବଡ଼ ରୋଗ କହିଲେ ଭୁଲ ହେବନାହିଁ। ମଣିଷ ଏକୁଟିଆ ରହିଲେ ଏଣୁତେଣୁ ଚିନ୍ତାଧାରା ମୁଣ୍ଡରେ ପଶିଥାଏ। ଯେଉଁଥିପାଇଁ  ଅନେକ ରୋଗର ଶିକାର ହେବାକୁ ପଡ଼େ । ଏହାର ଉତ୍ତର ଖୋଜିଲେ ବି ମିଳେ ନାହିଁ। ତେବେ ଚାଲନ୍ତୁ ଜାଣିବା ଏହି ଏକଲାପଣକୁ  କିଭଳି ଦୂର କରିବେ। ୧-ନିଜକୁ ସାମାଜିକ କାର୍ଯ୍ୟକ୍ରମରେ ସାମିଲ କରନ୍ତୁ। ଲୋକମାନଙ୍କ ସହ ମିଳାମିଶା ଦ୍ୱାରା ଏକୁଟିଆପଣ ଦୂର ହୋଇଥାଏ। ଏହା ଦ୍ୱାରା ମାନସିକ ସ୍ଥିତି […]

LOVE

LOVE

Rakesh Mallick
  • Published: Monday, 05 March 2018
  • Updated: 05 March 2018, 11:34 PM IST

Sports

Latest News

ଏକୁଟିଆପଣ ବା ନିଃସଙ୍ଗତା ମଣିଷ ଜୀବନର ସବୁଠୁ ବଡ଼ ରୋଗ କହିଲେ ଭୁଲ ହେବନାହିଁ। ମଣିଷ ଏକୁଟିଆ ରହିଲେ ଏଣୁତେଣୁ ଚିନ୍ତାଧାରା ମୁଣ୍ଡରେ ପଶିଥାଏ। ଯେଉଁଥିପାଇଁ  ଅନେକ ରୋଗର ଶିକାର ହେବାକୁ ପଡ଼େ । ଏହାର ଉତ୍ତର ଖୋଜିଲେ ବି ମିଳେ ନାହିଁ। ତେବେ ଚାଲନ୍ତୁ ଜାଣିବା ଏହି ଏକଲାପଣକୁ  କିଭଳି ଦୂର କରିବେ।

୧-ନିଜକୁ ସାମାଜିକ କାର୍ଯ୍ୟକ୍ରମରେ ସାମିଲ କରନ୍ତୁ। ଲୋକମାନଙ୍କ ସହ ମିଳାମିଶା ଦ୍ୱାରା ଏକୁଟିଆପଣ ଦୂର ହୋଇଥାଏ। ଏହା ଦ୍ୱାରା ମାନସିକ ସ୍ଥିତି ବି ଭଲ ରହିଥାଏ।

୨-ନିଜକୁ ଅଲଗା ରଖିବା ପରିବର୍ତ୍ତେ ଆପଣ ଅଧିକ ଅଧିକରୁ  ନିଜ ପରିବାର ଓ ବନ୍ଧୁ ମେଳରେ ମିଳି ମିଶି ରୁହନ୍ତୁ।

୩-ଦିନଚର୍ଯ୍ୟାର ସୂଚୀ ପ୍ରସ୍ତୁତ କରନ୍ତୁ । ଯେମିତି ଆପଣ ଅଧିକ ସମୟ ନିଜ ପରିବାର ଓ ବନ୍ଧୁଙ୍କୁ କାମରେ ସାହାଯ୍ୟ କରି ପାରୁଥିବେ।

୪-ଅନ୍ୟ ଲୋକମାନଙ୍କର ଭାବନା ତଥା ସେମାନଙ୍କ ଆବଶ୍ୟକତାକୁ ବୁଝନ୍ତୁ। ଯଥାସମ୍ଭବ ସେମାନଙ୍କୁ ସାହାଯ୍ୟ କରନ୍ତୁ। ଏମିତି କରିବା ଦ୍ୱାରା ଏକୁଟିଆ ପଣ ଦୂର ହୋଇଥାଏ।

୫-କୌଣସି କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ। ନୂଆ ଲୋକଙ୍କ ସହ ମିସନ୍ତୁ। ତାଙ୍କ ସହ କଥା ହୁଅନ୍ତୁ।

୬-ନିଜ ଜୀବନକୁ ନିୟନ୍ତ୍ରଣ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos