ଇଣ୍ଟରନେଟ୍‌ରେ ସୁରକ୍ଷିତ ରଖନ୍ତୁ ବ୍ୟକ୍ତିଗତ ତଥ୍ୟ: ଜାଣନ୍ତୁ ଏହାର ଉପାୟ

ଇଣ୍ଟରନେଟ୍‌ ସର୍ଫିଙ୍ଗ୍ କରୁଥିବା ବେଳେ ହ୍ୟାକରମାନେ ୟୁଜରଙ୍କ ସମସ୍ତ ଗତିବିଧିକୁ ଲକ୍ଷ୍ୟ ରଖିଥାନ୍ତି। ସୁଯୋଗ ଉଣ୍ଡି ଡାଟା ଚୋରାଇବା ସହିତ ସାଇଡ୍‌ ହ୍ୟାକ୍ କରିଦିଅନ୍ତି। ତେଣୁ ଇଣ୍ଟରନେଟ୍ ବ୍ୟବହାରକାରୀ ଏସବୁ କ୍ଷେତ୍ରରେ ସତର୍କ ରହିବା ନିହାତି ଆବଶ୍ୟକ। ଇଣ୍ଟରନେଟ୍ ବ୍ୟବହାର କଲାବେଳେ ଯଦି କେତେ ଗୁଡ଼ିଏ ସେଟିଂ ପ୍ରତି ଧ୍ୟାନ ଦିଆଯାଏ, ତାହେଲେ ହ୍ୟାକିଂରୁ କିଛି ମାତ୍ରାରେ ରକ୍ଷା ମିଳିପାରିବ। ଆସନ୍ତୁ ଜାଣିବା ଏହି ସବୁ ସେଟିଂ ବିଷୟରେ। Incognito mode: ପ୍ରାୟ ସବୁ ବ୍ରାଉଜରରେ ପ୍ରାଇଭେସି […]

internate

internate

Rakesh Mallick
  • Published: Friday, 08 December 2017
  • Updated: 08 December 2017, 06:51 PM IST

ଇଣ୍ଟରନେଟ୍‌ ସର୍ଫିଙ୍ଗ୍ କରୁଥିବା ବେଳେ ହ୍ୟାକରମାନେ ୟୁଜରଙ୍କ ସମସ୍ତ ଗତିବିଧିକୁ ଲକ୍ଷ୍ୟ ରଖିଥାନ୍ତି। ସୁଯୋଗ ଉଣ୍ଡି ଡାଟା ଚୋରାଇବା ସହିତ ସାଇଡ୍‌ ହ୍ୟାକ୍ କରିଦିଅନ୍ତି। ତେଣୁ ଇଣ୍ଟରନେଟ୍ ବ୍ୟବହାରକାରୀ ଏସବୁ କ୍ଷେତ୍ରରେ ସତର୍କ ରହିବା ନିହାତି ଆବଶ୍ୟକ। ଇଣ୍ଟରନେଟ୍ ବ୍ୟବହାର କଲାବେଳେ ଯଦି କେତେ ଗୁଡ଼ିଏ ସେଟିଂ ପ୍ରତି ଧ୍ୟାନ ଦିଆଯାଏ, ତାହେଲେ ହ୍ୟାକିଂରୁ କିଛି ମାତ୍ରାରେ ରକ୍ଷା ମିଳିପାରିବ। ଆସନ୍ତୁ ଜାଣିବା ଏହି ସବୁ ସେଟିଂ ବିଷୟରେ।

Incognito mode: ପ୍ରାୟ ସବୁ ବ୍ରାଉଜରରେ ପ୍ରାଇଭେସି କିମ୍ବା Incognito mode ରହିଥାଏ। ଏଠାରେ ବ୍ରାଉଜିଂ ହୋଇଥିବା କୌଣସି ହିଷ୍ଟ୍ରି ସେଭ୍ ହୋଇ ରହି ନଥାଏ। ଇଣ୍ଟରନେଟ୍‌ ବ୍ୟବହାର ପାଇଁ ଯଦି ଆପଣ ସାଇବର କାଫେ କିମ୍ବା ଅନ୍ୟର କମ୍ପ୍ୟୁଟର କିମ୍ବା ମୋବାଇଲ୍‌ରେ କିଛି ସର୍ଚ୍ଚ କରୁଛନ୍ତି, ତାହେଲେ ତା'ର ହିଷ୍ଟ୍ରି ସେଭ୍‌ ହୋଇ ରହିଯାଏ। ଏହି ହିଷ୍ଟ୍ରିକୁ ଫଲୋ କରି ହ୍ୟାକର ସହଜରେ ଆପଣଙ୍କ ଆଇଡି ପାଖରେ ପହଞ୍ଚି ଯାଇପାରେ। ଏଥିପାଇଁ ବ୍ରାଉଜରରେ Incognito mode ରଖି ସର୍ଚ୍ଚ କଲେ ବ୍ରାଉଜିଂ ହୋଇଥିବା ଡାଟା ସେଭ୍ ହୋଇ ରହେ ନାହିଁ।

VPN: ଭର୍ଚୁଆଲ୍‌ ପ୍ରାଇଭେଟ୍ ନେଟ୍‌ୱାର୍କ ଅର୍ଥାତ୍ VPN ହେଉଛି ବ୍ରାଇଜିଂ ଡାଟାକୁ ସୁରକ୍ଷିତ ରଖିବାରେ ଏକ ଉତ୍ତମ ବିକଳ୍ପ। ଯଦି ଆପଣ ପବ୍ଲିକ ୱାଇ-ଫାଇ ସଂଯୋଗରେ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି, ତାହେଲେ ଏହି ବିକଳ୍ପକୁ ବ୍ୟବହାର କରନ୍ତୁ। କାରଣ ଏହା କମ୍ପ୍ୟୁଟକୁ ଆସୁଥିବା ଓ ଯାଉଥିବା ସମସ୍ତ ଡାଟାକୁ ଇନ୍‌କ୍ରିପ୍ଟ କରିଥାଏ। ଏହାକୁ ଅନ୍ କରିବା ମାତ୍ରେ କମ୍ପ୍ୟୁଟର ଓ VPNର ସର୍ଭର ମଧ୍ୟରେ ଏକ ଗୁପ୍ତ ସୁଡଙ୍ଗ ତିଆରି ହୋଇଥାଏ। ଫଳରେ ବ୍ୟବହାରକାରୀର ପ୍ରକୃତ ଲୋକେଶନ୍‌ ହ୍ୟାକରଙ୍କୁ ଜଣା ପଡ଼େନାହିଁ।

TOR: ଏହା ଏକ ଲୋକପ୍ରିୟ ଇଣ୍ଟରନେଟ୍‌ ବ୍ରାଉଜର। ଏହି ବ୍ରାଉଜର ଆପଣଙ୍କ ଡିଭାଇସ୍ (କମ୍ପ୍ୟୁର, ଲାପ୍‌ଟପ୍‌, ସ୍ମାର୍ଟଫୋନ୍)ରେ ବ୍ୟବହାର ହେଇଥିବା IP ଆଡ୍ରେସ୍‌କୁ ବଦଳାଇ ଦେଇଥାଏ। ଫଳରେ ବ୍ୟବହାରକାରୀଙ୍କ ପ୍ରକୃତ IP ଆଡ୍ରେସ୍‌ ହାଇଡ୍ ରହିଯାଏ। ଏହାଦ୍ୱାର ହ୍ୟାକର୍‌ମାନଙ୍କୁ ଆପଣଙ୍କୁ ଫଲୋ କରିପାରନ୍ତି ନାହିଁ।

Google Web history settings: ଏହି ସେଟିଂ କରି ଆପଣ ମୋବାଇଲ୍‌ରୁ ଗୁଗଲ୍‌କୁ ଡାଟା ନେବାରୁ ଅଟକାଇ ପାରିବେ। ଏଥିପାଇଁ ଗୁଗଲ Dashboardକୁ ଯାଆନ୍ତୁ। ଏହାପରେ ଗୁଗଲ୍ ପ୍ରାଇଭେସି ସେଟିଂକୁ ଚେକ୍‌ କରନ୍ତୁ । ସେଠାରେ ଗୁଗଲ୍‌ ଠୁଳ କରିଥିବା ସମସ୍ତ ଡାଟାକୁ ଆପଣ ଆଡ୍‌ଜଷ୍ଟ କରିପାରିବେ। ଏଥିପାଇଁ ଏହି ସବୁ ଷ୍ଟେପ୍ ଫଲୋ କରନ୍ତୁ Account Settings ->View, enable, or disable Web history -> Go to Web history -> Learn More କୁ ଯାଇ ହିଷ୍ଟ୍ରିକୁ ରିମୁଭ କରି ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos