GST ବାହାନାରେ ଠକୁଛନ୍ତି କି ଦୋକାନୀ? ଏହି ଉପାୟରେ ଜାଣିବେ କାହାର ଦାମ୍ କେତେ

GST ପରିଷଦ କିଛିଦିନ ତଳେ ୧୭୮ରୁ ଅଧିକ ଜିନିଷର ଦାମରେ ପରିବର୍ତ୍ତନ କରିଛି। ଏହା ପରେ କିଛି ଦ୍ରବ୍ୟର ଦରଦାମ କମିଛି। ହେଲେ କିଛି ସ୍ଥାନରୁ ଅଭିଯୋଗ ଆସୁଛି, ଜିଏସଟି ନାଁରେ ଅବୈଧ ଚାର୍ଜ ଆଦାୟ କରାଯାଉଛି। ଏପରି ଠକାମିରୁ ବର୍ତ୍ତିବା ପାଇଁ କିଛି ଉପାୟ ରହିଛି। ୧. ଯଦି କୌଣସି ଦୋକାନୀ ଆପଣଙ୍କୁ କୁହେ ନୂଆ ଷ୍ଟକ ଆସିବା ପରେ ନୂଆ ଦାମ୍ ଲାଗୁ ହେବ, ତାଙ୍କ କଥାକୁ ବିଶ୍ୱାସ କରନ୍ତୁ ନାହିଁ। କାରଣ କେନ୍ଦ୍ର […]

grocerycopy

grocerycopy

Rakesh Mallick
  • Published: Thursday, 30 November 2017
  • Updated: 30 November 2017, 08:18 AM IST

GST ପରିଷଦ କିଛିଦିନ ତଳେ ୧୭୮ରୁ ଅଧିକ ଜିନିଷର ଦାମରେ ପରିବର୍ତ୍ତନ କରିଛି। ଏହା ପରେ କିଛି ଦ୍ରବ୍ୟର ଦରଦାମ କମିଛି। ହେଲେ କିଛି ସ୍ଥାନରୁ ଅଭିଯୋଗ ଆସୁଛି, ଜିଏସଟି ନାଁରେ ଅବୈଧ ଚାର୍ଜ ଆଦାୟ କରାଯାଉଛି। ଏପରି ଠକାମିରୁ ବର୍ତ୍ତିବା ପାଇଁ କିଛି ଉପାୟ ରହିଛି।

୧. ଯଦି କୌଣସି ଦୋକାନୀ ଆପଣଙ୍କୁ କୁହେ ନୂଆ ଷ୍ଟକ ଆସିବା ପରେ ନୂଆ ଦାମ୍ ଲାଗୁ ହେବ, ତାଙ୍କ କଥାକୁ ବିଶ୍ୱାସ କରନ୍ତୁ ନାହିଁ। କାରଣ କେନ୍ଦ୍ର ସରକାର ସଫା ସଫା କହି ଦେଇଛନ୍ତି ପୁରୁଣା ଷ୍ଟକ ଉପରେ ମଧ୍ୟ ନୂଆ ଏମ୍‌ଆର୍‌ପି ଲାଗୁ ହେବ। ତେଣୁ ୧୫ ନଭେମ୍ବର ପରଠୁ କୌଣସି ବି ଦୋକାନୀ ଆପଣଙ୍କୁ ଶସ୍ତା ହୋଇଯାଇଥିବା ଜିନିଷକୁ ପୂର୍ବ ଦାମ୍‌ରେ ବିକ୍ରି କରିପାରିବ ନାହିଁ।

୨. ମନେ ରଖନ୍ତୁ ଏବେ ଆପଣ ଏସି ହୋଟେଲରେ ଖାଆନ୍ତୁ କି ନନ୍ ଏସି ଦୁଇଟି ଯାକ ହୋଟେଲରେ ଆପଣଙ୍କୁ କେବଳ ୫ ପ୍ରତିଶତ ଜିଏସ୍‌ଟି ଚାର୍ଜ ଦେବାକୁ ହେବ।

୩. ଆପଣ ସୁପର ମାର୍କେଟରୁ ହେଉ କି ଛୋଟ ଦୋକାନରୁ ଯେଉଁଠି ବି ଜିନିଷ କିଣୁଥିଲେ ଏମ୍‌ଆର୍‌ପି ଦେଖି କିଣନ୍ତୁ।

୪. ଯଦି ଦୋକାନରେ ପୁରୁଣା ଷ୍ଟକ ଥିବ ତେବେ ଏଥିରେ ଦୁଇଟି ଏମ୍‌ଆର୍‌ପି ଥିବ। ଗୋଟିଏ ନୂଆ ଓ ଗୋଟିଏ ପୁରୁଣା। ଆପଣ ନୂଆ ଏମ୍ଆର୍‌ପିରେ ଲେଖା ଥିବା ଦାମ୍ ହିଁ ଦିଅନ୍ତୁ।

ଠକାମି ବିରୁଦ୍ଧରେ କିପରି ନେବେ ପଦକ୍ଷେପ

ଅନ୍‌ଲାଇନ୍ କରନ୍ତୁ ଅଭିଯୋଗ: ଯେତେବେଳେ ବି ଆପଣଙ୍କୁ ଲାଗୁଛି ଯେ ଆପଣ ଜିଏସ୍‌ଟି ନାଁରେ ଠକାମି ଶିକାର ହେଉଛନ୍ତି, ଆପଣ ଏହାର ଅଭିଯୋଗ ଅନ୍‌ଲାଇନ୍‌ରେ କରିପାରିବେ। ଏଥିପାଇଁ ଆପଣଙ୍କୁ cbec-gst.gov.in ସାଇଟକୁ ଯିବାକୁ ପଡ଼ିବ। ଏଠାରେ ଆପଣଙ୍କୁ ଏକ ବିକଳ୍ପ ବାଛିବା ପରେ ‘Raise Web Ticket’ ବାଛିବାକୁ ହେବ। ଏହା ଉପରେ କ୍ଲିକ୍ କଲେ ଏକ ନୂଆ ୱିଣ୍ଡୋ ଖୋଲିବ। ଏଠାରେ ଆପଣଙ୍କୁ ‘Tax Fraud/Avoidance’ର ବିକଳ୍ପ ମିଳିବ। ଏଠାରେ କ୍ଲିକ୍ କଲେ ଆପଣଙ୍କୁ ନିଜର ନାଁ, ଠିକଣା ଓ ଇମେଲ ସମେତ ସମସ୍ତ ସୂଚନା ଦେବାକୁ ପଡ଼ିବ। ତା’ପରେ ରିପୋର୍ଟ ବକ୍ସରେ ମାମଲାର ସମ୍ପୂର୍ଣ ବିବରଣୀ ଲେଖିବାକୁ ହେବ।

କଲ୍ କରନ୍ତୁ: ଆପଣ ସିବିଇସିର ଟୋଲ୍‌ ଫ୍ରି ନମ୍ବରକୁ ମଧ୍ୟ କଲ୍ କରି ଅଭିଯୋଗ କରିପାରିବେ। ଏଥିପାଇଁ ଆପଣଙ୍କୁ ୧୮୦୦୧୨୦୦୨୩୨ରେ କଲ୍ କରିବାକୁ ହେବ। ଏଠାରେ କଲ୍ କଲେ ଆପଣ ଫ୍ରଡ୍ ଡିପାର୍ଟମେଣ୍ଟ ସହ କନେକ୍ଟ ହୋଇଯିବେ। ତାଙ୍କୁ ନିଜ ଅଭିଯୋଗର ସମସ୍ତ ବିବରଣୀ ଦିଅନ୍ତୁ। ସେମାନେ ଏହାର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବେ।

ଇମେଲ କରନ୍ତୁ: ଅନଲାଇନ୍ ଅଭିଯୋଗ କରିବା ପରେ ଆପଣ ଇମେଲ ମଧ୍ୟ କରିପାରିବେ। ଏଥିପାଇଁ ଆପଣଙ୍କୁ cbecmitra.helpdesk@icegate.gov.in ରେ ନିଜ ଅଭିଯୋଗର ବିବରଣୀ ଲେଖି ଇମେଲ୍‌ ପଠାନ୍ତୁ। ଏଠାରେ ନିଜ ସମ୍ପର୍କରେ ସମସ୍ତ ସୂଚନା ଦେବା ସହ ଠକିଥିବା ଦୋକାନ ଓ ଦୋକାନୀ ସମ୍ପର୍କରେ ମଧ୍ୟ ସୂଚନା ଦିଅନ୍ତୁ। ଆପଣ helpdesk@gst.gov.in ରେ ମଧ୍ୟ ଅଭିଯୋଗ କରିପାରିବେ।

ଏଠାରେ ଜାଣନ୍ତୁ ସମସ୍ତ ଜିନିଷର GST ମୂଲ୍ୟ

ଆପଣ https://cbec-gst.gov.in/gst-goods-services-rates.html ସାଇଟ୍‌ରେ ସମସ୍ତ ଜିନିଷର ଜିଏସ୍‌ଟି ମୂଲ୍ୟ ଜାଣିପାରିବେ। ଏହା ବ୍ୟତୀତ ଆପଣଙ୍କ ଫୋନ୍‌ରେ ଜିଏସ୍‌ଟି ଫାଇଣ୍ଡର ଆପ୍ ଡାଉନ୍‌ଲୋଡ୍ କରି ସମସ୍ତ ଜିନିଷର ନୂଆ ଦାମ୍ ବିଷୟରେ ଜାଣିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story