ମନ୍ଦିର ଯିବା ପୂର୍ବରୁ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ

ହିନ୍ଦୁ ଧର୍ମ ଅନୁସାରେ ମନ୍ଦିରର ସ୍ଥାନ ସର୍ବୋଚ୍ଚ। ସୃଷ୍ଟିକୁ ଚଳାଉଥିବା ଇଶ୍ୱର ଏଠାରେ ବାସ କରିଥାନ୍ତି। କୁହାଯାଏ ଭଗବାନଙ୍କୁ ପ୍ରସନ୍ନ କରିବା ଲାଗି ଚାହୁଁଥିଲେ ନିୟମିତ ଭାବେ ମନ୍ଦିର ଯିବା ଜରୁରୀ। ମନ୍ଦିର ଯିବା ଦ୍ୱାରା ମନର କଷ୍ଟ ଦୂର ହୋଇଥାଏ। ଶାସ୍ତ୍ର ଅନୁସାରେ ମନ୍ଦିର ଯିବା ପୂର୍ବରୁ ବିଶେଷ କଥା ଉପରେ ଧ୍ୟାନ ଦେବାକୁ ପଡିଥାଏ। ଏହି କଥା ସବୁ ପାଳନ କଲେ ଭଗବାନ ପ୍ରସନ୍ନ ହୋଇ ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି […]

Sarala-Temple (1)

Sarala-Temple (1)

Rakesh Mallick
  • Published: Thursday, 22 February 2018
  • Updated: 22 February 2018, 09:10 AM IST

Sports

Latest News

ହିନ୍ଦୁ ଧର୍ମ ଅନୁସାରେ ମନ୍ଦିରର ସ୍ଥାନ ସର୍ବୋଚ୍ଚ। ସୃଷ୍ଟିକୁ ଚଳାଉଥିବା ଇଶ୍ୱର ଏଠାରେ ବାସ କରିଥାନ୍ତି। କୁହାଯାଏ ଭଗବାନଙ୍କୁ ପ୍ରସନ୍ନ କରିବା ଲାଗି ଚାହୁଁଥିଲେ ନିୟମିତ ଭାବେ ମନ୍ଦିର ଯିବା ଜରୁରୀ। ମନ୍ଦିର ଯିବା ଦ୍ୱାରା ମନର କଷ୍ଟ ଦୂର ହୋଇଥାଏ। ଶାସ୍ତ୍ର ଅନୁସାରେ ମନ୍ଦିର ଯିବା ପୂର୍ବରୁ ବିଶେଷ କଥା ଉପରେ ଧ୍ୟାନ ଦେବାକୁ ପଡିଥାଏ। ଏହି କଥା ସବୁ ପାଳନ କଲେ ଭଗବାନ ପ୍ରସନ୍ନ ହୋଇ ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ତେବେ ଆସନ୍ତୁ ଜାଣିବା ନିୟମ ସଂପର୍କରେ

  • ମନ୍ଦିର ଯିବା ପୂର୍ବରୁ ନିତ୍ୟକର୍ମ ସାରି ଶୁଦ୍ଧ ହୋଇ ଯାଆନ୍ତୁ। ମହିଳା ମାନେ ଅଶୁଦ୍ଧି ହୋଇଥିଲେ ମନ୍ଦିରକୁ ପ୍ରବେଶ କରିବା ଅନୁଚିତ୍‌।
  • ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବା ସମୟରେ ଦୁଇ ହାତ ଯୋଡି ପ୍ରାର୍ଥନା କରନ୍ତୁ। ଏହା ପଛରେ ଧାର୍ମିକ କାରଣ ସହ କିଛି ବୌଜ୍ଞାନିକ କାରଣ ମଧ୍ୟ ରହିଛି। ଦୁଇ ହାତକୁ ଯୋଡି ପ୍ରଣାମ କରିବା ଦ୍ୱାରା ଶରୀର ଭିତରୁ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ଏଥିପାଇଁ ମନ୍ଦିର ଭିତରେ ଦୁଇ ହାତ ଯୋଡି ଭଗବାନଙ୍କ ପ୍ରାର୍ଥନା କରନ୍ତୁ।
  • ଭଗବାନଙ୍କୁ ଦର୍ଶନ କରିବା ଲାଗି କେବେ ଖାଲି ହାତରେ ଯାଆନ୍ତୁ ନାହିଁ। ଦର୍ଶନ କରିବାକୁ ଯାଉଥିଲେ ସାଙ୍ଗରେ ଭଗବାନଙ୍କ ପ୍ରିୟ ଫୁଲ ସହ ନଡିଆ ଭୋଗ ନେଇକରି ଯାଆନ୍ତୁ। ମନ୍ଦିରରେ ଭଗବାନଙ୍କ ପ୍ରସାଦ ପାଇବା ଓ ଚଢାଇବାର ଅଲଗା ମହତ୍ୱ ରହିଛି।
  • ମନ୍ଦିର ଏକ ପବିତ୍ର ସ୍ଥାନ। କେଉଁ କାଳରୁ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଜୋତା ଓ ଚପଲ କୁ ବାହାରେ ରଖିବାର ପରମ୍ପରା ରହିଛି। ତେଣୁ ମନ୍ଦିରକୁ ଯିବା ପୂର୍ବରୁ ଚପଲ ବାହାରେ ରଖି ପାଦ ଧୋଇ ମନ୍ଦିର ଭିତରକୁ ପ୍ରବେଶ କରନ୍ତୁ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos