ଡରାଉଛି କି ଗଣିତ ? ଆପଣାନ୍ତୁ ଉପାୟ ଆସିବ ୯୦ ପ୍ରତିଶତରୁ ବି ଅଧିକ ନମ୍ବର

ପାଖେଇ ଆସୁଛି ଚଳିତବର୍ଷର ମାଟ୍ରିକ ପରୀକ୍ଷା। ପରୀକ୍ଷାରେ ଆଶାନୁରୂପ ସଫଳତା ପାଇବା ପାଇଁ ଶିକ୍ଷାର୍ଥୀ ଏହି ସମୟରେ ପ୍ରସ୍ତୁତ ହେବା ଦରକାର।  ସାଧାରଣତଃ ଗଣିତ  ପାଠ ପ୍ରତି ପିଲାମାନଙ୍କୁ  ଅଧିକ ଡର  ଲାଗିଥାଏ। କିନ୍ତୁ ଯୋଜନା ମୁତାବକ ଏହି ପାଠକୁ ପଢାଗଲେ କଠିନରୁ କଠିନର ପ୍ରଶ୍ନର ସମାଧାନ ମଧ୍ୟ  ସହଜ ହୋଇଥାଏ। ମନରେ ଥିବା ଗଣିତ ଡରକୁ ଦୂରେଇ ପରୀକ୍ଷାରେ ଆଶାନୁରୂପ ସଫଳତା ପାଇବା ଲାଗି କିଭଳି ପ୍ରସ୍ତୁତ ହେବେ ଜାଣିରଖନ୍ତୁ ସେ ସମ୍ପର୍କରେ । ୧. […]

math trick

math trick

Rakesh Mallick
  • Published: Friday, 08 December 2017
  • Updated: 08 December 2017, 01:22 PM IST

Sports

Latest News

ପାଖେଇ ଆସୁଛି ଚଳିତବର୍ଷର ମାଟ୍ରିକ ପରୀକ୍ଷା। ପରୀକ୍ଷାରେ ଆଶାନୁରୂପ ସଫଳତା ପାଇବା ପାଇଁ ଶିକ୍ଷାର୍ଥୀ ଏହି ସମୟରେ ପ୍ରସ୍ତୁତ ହେବା ଦରକାର।  ସାଧାରଣତଃ ଗଣିତ  ପାଠ ପ୍ରତି ପିଲାମାନଙ୍କୁ  ଅଧିକ ଡର  ଲାଗିଥାଏ। କିନ୍ତୁ ଯୋଜନା ମୁତାବକ ଏହି ପାଠକୁ ପଢାଗଲେ କଠିନରୁ କଠିନର ପ୍ରଶ୍ନର ସମାଧାନ ମଧ୍ୟ  ସହଜ ହୋଇଥାଏ। ମନରେ ଥିବା ଗଣିତ ଡରକୁ ଦୂରେଇ ପରୀକ୍ଷାରେ ଆଶାନୁରୂପ ସଫଳତା ପାଇବା ଲାଗି କିଭଳି ପ୍ରସ୍ତୁତ ହେବେ ଜାଣିରଖନ୍ତୁ ସେ ସମ୍ପର୍କରେ ।

୧. ଗଣିତର ସବୁ ବିଷୟ କ୍ରମାଗତ ଭାବେ ଯୋଡି ହୋଇ ରହିଥାଏ। କୌଣସି ଗୋଟିଏ ବିଷୟ କୁ ଭଲ ଭାବେ ବୁଝି ନପାରିଲେ ଅବା ଛାଡିଦେଲେ ଆଗକୁ କଠିନ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ। ଏଥିପାଇଁ ପୂର୍ବ ପାଠକୁ ଭଲ ଭାବେ ବୁଝି ଆଗକୁ ଯାଆନ୍ତୁ ।

୨. ବହିରେ ଦିଆଯାଇଥିବା ଉଦାହରଣ ସବୁକୁ  ନିଶ୍ଚିତ ଭାବେ ସମାଧାନ କରନ୍ତୁ । ପରୀକ୍ଷାରେ ଏହି ଉଦାହରଣ ଆଧାରରେ ପ୍ରଶ୍ନ ଦିଆଯାଇଥାଏ।

୩. . ବହି ଛଡା ଆପଣ ଉଦାହରଣ ସବୁ ଭଲ ଭାବେ ବୁଝିବା ଲାଗି ବଜାରରେ ମିଳୁଥିବା ଡିଭିଡି, ସିଡି , ଅଡିଓ କ୍ୟାସେଟର ସାହାଯ୍ୟ ନେଇପାରିବେ। ସ୍ତରକୁ ସ୍ତର ଭାବେ କଠିନ ପ୍ରଶ୍ନକୁ ସହଜ କରିବାରେ ଏହା ସାହାଯ୍ୟ କରିଥାଏ। ଗଣିତ ପାଠକୁ ଯେତେ କଷିବେ ସେତେ ଭଲ ।

୪. ଗଣିତର କୌଣସି ବିଷୟକୁ ବୁଝି ନପାରିଲେ ସେହି ବିଷୟକୁ ଛାଡି ଆଗକୁ ଯିବା ବଦଳରେ ସେହି ବିଷୟ ପ୍ରତି ଅଧିକ ଫୋକସ୍‌ କରନ୍ତୁ ।

୫. ଗଣିତର ସମାଧାନକୁ ବୁଝିଲା ଭଲି ସ୍ପଷ୍ଟ ଲେଖନ୍ତୁ ଯେପରି ପଢିଲା ବେଳେ ବୁଝି ହେଉଥିବ।

୬. ଗଣିତର ଫର୍ମୁଲା ଗୁଡିକୁ ମନେରଖିବା ଜରୁରୀ। ଫର୍ମୁଲା ଗୁଡିକୁ ମନେ ରଖିଲେ ପ୍ରଶ୍ନର ସମାଧାନ କରିବା ସହଜ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos