ଏଥର ଲଢିବି ଧର୍ମେନ୍ଦ୍ରଙ୍କ ସହ, ଦମ୍‌ ଦେଖାଇଲେ ଦାମ; କହିଲେ ବିଜେପି ବାଘ ନୁହେଁ ଗଧିଆ
[vc_video link="" align="center"]
ପୁରୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁଠି ଠିଆ ହେବେ ମୁଁ ସେଇଠି ଠିଆ ହେବି। ଆଜି ଏପରି ଢ଼ଙ୍ଗରେ ଧର୍ମେନ୍ଦ୍ରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି କୃଷି ମନ୍ତ୍ରୀ ଦାମୋଦର ରାଉତ।
ପୁରୀରେ ଚାଲିଥିବା ବିଜେଡି ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀରେ ଯୋଗଦେଇ ଦାମୋଦର ରାଉତ କହିଥିଲେ,“ଓଡ଼ିଶାରେ ଯେଉଁଠି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ପାଖରେ ଧର୍ମେନ୍ଦ୍ର ପ୍ରଧାନଙ୍କର ଫଟୋ ରହିଛି। ଯେଉଁ ବ୍ୟକ୍ତି ଜୀବନରେ କେବେ ନିଜରେ ଗାଁରୁ ଭୋଟ ପାଇନି, ସିଏ ଆଜି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛି। ନିଜ ଗାଁରୁ ୨୫,୦୦୦ ଭୋଟରେ ହାରି ବିହାର ଚାଲି ଯାଇଥିଲେ। ସେଠାରୁ ରାଜ୍ୟ ସଭାକୁ ଯାଇ ମନ୍ତ୍ରୀ ହେଲେ। ପ୍ରଥମେ ୱାର୍ଡ଼ମେମ୍ୱର ହୁଅ ତା’ପରେ ମୁଖ୍ୟମନ୍ତ୍ରୀ ହେବ।”
ସେ କହିଛନ୍ତି,“ରାଜ୍ୟ ସରକାର ନୀରବଚ୍ଛିନ୍ନ ଭାବେ ଲୋକଙ୍କ ପାଇଁ କାମ କରୁଛନ୍ତି। ମାତ୍ର ବିଜେପି ରାଜ୍ୟ ବିରୋଧରେ କାମ କରୁଥିଲେ ମଧ୍ୟ କୁମ୍ଭୀର କାନ୍ଦଣା କାନ୍ଦି ମିଛ କଥା କହୁଛନ୍ତି। ଏପରିକି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ସୋସିଆଲ ଓ ବୈଦ୍ୟୁତିକ ଗଣମାଧ୍ୟମରେ ମିଛ କଥା କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ତେଣୁ ଆମେ(ବିଜେଡି) ଯାହା କରୁଛି ତାହା ଲୋକଙ୍କୁ ଅବଗତ କରାଇବା ପାଇଁ “ଆମ ଗାଁ ଆମ ବିକାଶ” କାର୍ଯ୍ୟକ୍ରମ କରୁଛୁ।”
Ordigital Desk
  • Published: Wednesday, 07 June 2017
  • Updated: 07 June 2017, 06:50 PM IST
Sports
Latest News
[vc_video link="" align="center"]
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos