ଚେଙ୍କ ଯନ୍ତ୍ରଣାରୁ ମୁକ୍ତି ପାଇବାର ଘରୋଇ ଉପଚାର: ଆପଣାନ୍ତୁ ୮ଟି ଉପାୟ

କୌଣସି କାରଣରୁ ଦେହରେ ଚେଙ୍କ ଲାଗି ଗଲେ ଭୀଷଣ କଷ୍ଟ ହୋଇଥାଏ। ଅନେକ ସମୟରେ ଘରେ ଏଭଳି ସମସ୍ୟା ଦେଖା ଦେଇଥାଏ। ରୋଷେଇ କଲା ବେଳେ ସାମାନ୍ୟ ଅସାବଧାନତା ଯୋଗୁଁ ଚେଙ୍କା ଲାଗି ଫୋଟକା ହୋଇଯାଏ ଓ ଭୀଷଣ ଜଳାପୋଡ଼ା ହେବା ଏକ ସାଧାରଣ ଘଟଣା। ସଙ୍ଗେ ସଙ୍ଗେ ଏଥିରୁ କିପରି ମୁକ୍ତି ମିଳିବ ହଠାତ୍ କିଛି ଭାବି ପାରନ୍ତି ନାହିଁ। ତେବେ ଏପରି କିଛି ଘରୋଇ ଉଚପାର ଅଛି, ଯାହାକୁ ଆପଣେଇଲେ କିଛି ସମୟରେ ଜଳାପୋଡ଼ା […]

Burn

Rakesh Mallick
  • Published: Wednesday, 18 October 2017
  • , Updated: 18 October 2017, 10:09 AM IST

କୌଣସି କାରଣରୁ ଦେହରେ ଚେଙ୍କ ଲାଗି ଗଲେ ଭୀଷଣ କଷ୍ଟ ହୋଇଥାଏ। ଅନେକ ସମୟରେ ଘରେ ଏଭଳି ସମସ୍ୟା ଦେଖା ଦେଇଥାଏ। ରୋଷେଇ କଲା ବେଳେ ସାମାନ୍ୟ ଅସାବଧାନତା ଯୋଗୁଁ ଚେଙ୍କା ଲାଗି ଫୋଟକା ହୋଇଯାଏ ଓ ଭୀଷଣ ଜଳାପୋଡ଼ା ହେବା ଏକ ସାଧାରଣ ଘଟଣା। ସଙ୍ଗେ ସଙ୍ଗେ ଏଥିରୁ କିପରି ମୁକ୍ତି ମିଳିବ ହଠାତ୍ କିଛି ଭାବି ପାରନ୍ତି ନାହିଁ। ତେବେ ଏପରି କିଛି ଘରୋଇ ଉଚପାର ଅଛି, ଯାହାକୁ ଆପଣେଇଲେ କିଛି ସମୟରେ ଜଳାପୋଡ଼ା କମିଯିବ।

୧. ଚେଙ୍କ ଲାଗିବା ମାତ୍ରେ ସଙ୍ଗେ ସଙ୍ଗେ ସେହି ସ୍ଥାନରେ ପାଣି ଢ଼ାଳନ୍ତୁ କିମ୍ବା ସେହି ସ୍ଥାନକୁ ପାଣିରେ ବୁଡ଼ାଇ ରଖନ୍ତୁ। କିଛି ସମୟ ପର୍ଯ୍ୟନ୍ତ ସେହି ସ୍ଥାନକୁ ଓଦା କପଡ଼ାରେ ଘୋଡ଼ାଇ ରଖନ୍ତୁ। ଏପରି କରିବା ଦ୍ୱାରା ଫୋଟକା ହୋଇ ନଥାଏ।

୨. ଚେଙ୍କ ସ୍ଥାନକୁ କ୍ଷୀର କିମ୍ବା ପାଣିରେ ଧୋଇଦେଇ ସେଥିରେ ଘି କୁଆଁରୀ (ଏଲୋବେରା) ପତ୍ରର ରସ ଲଗାନ୍ତୁ। ଏହା ବହୁତ ଉପକାରୀ ହୋଇଥାଏ।

୩. ଆଳୁକୁ ପତଳା ଗୋଲ କରି କାଟି ଚେଙ୍କ ଲାଗିଥିବା ସ୍ଥାନରେ ରଖିଲେ ଜଳାପୋଡ଼ା କମିଥାଏ।

୪. ଜଳିଯାଇଥିବା ସ୍ଥାନରେ ହଳଦୀ ପାଣି ଲଗାଇବା ଦ୍ୱାରା ଯନ୍ତ୍ରଣା କମିଥାଏ।

୫. ଏକ ପଟିରେ ଟିକେ ମହୁ ଲଗାଇ ଜଳି ଯଇଥିବା ସ୍ଥାନରେ ରଖନ୍ତୁ। ଏହି ପଟିକୁ ଦିନରେ ଦୁଇ ତିନିଥର ବଦଳାନ୍ତୁ। ମହୁ ଏକ ଆଣ୍ଟିବାୟୋଟିକ ପରି କାର୍ଯ୍ୟ କରିଥାଏ। ଏପରି କରିବା ଦ୍ୱାରା କ୍ଷତସ୍ଥାନ ସଂକ୍ରମଣ ହୋଇ ନଥାଏ ଓ ଜୀବାଣୁ ମରିଯାଆନ୍ତି।

୬. ଜଳିଯାଇଥିବା ସ୍ଥାନରେ ତୁଲସୀପତ୍ର ରସ ଲଗାଇ ପାରିବେ। ଏପରି କରିବା ଦ୍ୱାରା ଶରୀରରେ ପୋଡ଼ା ଦାଗ ହୋଇ ନଥାଏ।

୭. ଚେଙ୍କା ଲାଗିଗଲେ ଏହି ସମୟରେ ଟୁଥପେଷ୍ଟ ବି ଉପକାରୀ ହୋଇଥାଏ। ଏହାକୁ ଲଗାଇଲେ ଶରୀରେ ଜଳପୋଡ଼ା କମ୍ ହେବା ସହିତ ଫୋଟକା ହୋଇ ନଥାଏ।

୮. ଜଳି ଯାଇଥିବା ସ୍ଥାନରେ ମିଠା ସୋଡ଼ା ପକାଇ ଧିରେ ଧିରେ ଘସିବା ଦ୍ୱାରା ଫୋଟକା ହୋଇ ନଥାଏ ଓ ଯନ୍ତ୍ରଣା କମିଯାଏ।

Related story