ଏହି ହିସାବରୁ ଜାଣନ୍ତୁ କେଉଁ କାମ କଲେ ଲାଭ ପାଇବେ

ସମସ୍ତଙ୍କର ରୁଚି ଅଲଗା ଅଲଗା ରହିଥାଏ। ସମସ୍ତେ ନିଜ ରୁଚି ଅନୁଯାୟୀ କାମ କରିବାକୁ ପସନ୍ଦ କରନ୍ତି। କାହାର ରୁଚି ଚାକିରିରେ ଥାଏ ତ’ କାହାର ବ୍ୟବସାୟରେ ଥାଏ। ହେଲେ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଅନେକ ଦିନ ଚାକିରି କଲା ପରେ ଅନୁଭବ କରନ୍ତି ଯେ ସେମାନଙ୍କୁ ବ୍ୟବସାୟ କରିବା ଉଚିତ। ହେଲେ କିଛି ଲୋକ ବ୍ୟବସାୟରେ କ୍ଷତି ହେବ ଭାବି ବ୍ୟବସାୟ କରିବାକୁ ଡରନ୍ତି। ତେବେ ଆଜି ଆମେ ଆପଣଙ୍କୁ କେଉଁ କାମ […]

number copy

number copy

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 07:56 PM IST

Sports

Latest News

ସମସ୍ତଙ୍କର ରୁଚି ଅଲଗା ଅଲଗା ରହିଥାଏ। ସମସ୍ତେ ନିଜ ରୁଚି ଅନୁଯାୟୀ କାମ କରିବାକୁ ପସନ୍ଦ କରନ୍ତି। କାହାର ରୁଚି ଚାକିରିରେ ଥାଏ ତ’ କାହାର ବ୍ୟବସାୟରେ ଥାଏ। ହେଲେ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଅନେକ ଦିନ ଚାକିରି କଲା ପରେ ଅନୁଭବ କରନ୍ତି ଯେ ସେମାନଙ୍କୁ ବ୍ୟବସାୟ କରିବା ଉଚିତ। ହେଲେ କିଛି ଲୋକ ବ୍ୟବସାୟରେ କ୍ଷତି ହେବ ଭାବି ବ୍ୟବସାୟ କରିବାକୁ ଡରନ୍ତି। ତେବେ ଆଜି ଆମେ ଆପଣଙ୍କୁ କେଉଁ କାମ କଲେ ଲାଭ ହେବ ତାହା ବତାଇବୁ।

ମୂଲ୍ୟାଙ୍କରୁ କ୍ୟାରିୟର- ଅଙ୍କଶାସ୍ତ୍ର ଅନୁଯାୟୀ ଆପଣ କେଉଁ କାମ କଲେ ଲାଭ ହେବ ତାହା ଅନୁଧ୍ୟାନ କରିହେବ। ସମସ୍ତଙ୍କ ମୂଲ୍ୟାଙ୍କନ ୧ରୁ ୯ ଭିତରେ ଥାଏ। ଆଜି ଆମେ ଆପଣଙ୍କୁ ଏହି ସମସ୍ତ ମୂଲ୍ୟାଙ୍କନ ବିଷୟରେ କହିବୁ।

କେମିତି ଜାଣିବେ ଆପଣଙ୍କ ମୂଲ୍ୟାଙ୍କନ?

ପ୍ରଥମେ ନିଜ ଜନ୍ମ ତାରିଖକୁ ଲେଖନ୍ତୁ। ଉଦାହରଣ ସ୍ୱରୂପ ୩୦/୦୬/୧୯୯୪। ବର୍ତ୍ତମାନ ଏଥିରୁ ମାସ ଓ ବର୍ଷ ହଟାଇ ଦିଅନ୍ତୁ। ଯେପରିକି ୩୦/୦୬/୧୯୯୪ରୁ ୦୬/୧୯୯୪ ହଟାଇଦେଲେ ରହିବ ଆଉମାତ୍ର ୩୦। ବର୍ତ୍ତମାନ ଏହାକୁ ପରସ୍ପର ସହ ମିଶାନ୍ତୁ। ଅର୍ଥାତ ୩+୦= ୩। ଆପଣଙ୍କ ମୂଲ୍ୟାଙ୍କନ ହେଉଛି ୩।

ଆଉ ଏକ ଉଦାହରଣ ହେଲା, ମନେକର ଆପଣଙ୍କର ଜନ୍ମ ତାରିଖ ହେଉଛି ୨୯। ତେବେ ଆପଣଙ୍କ ମୂଲ୍ୟାଙ୍କନ ହେଉଛି ୨+୯=୧୧= ୧+୧=୨ ଆପଣଙ୍କର ମୂଲ୍ୟାଙ୍କନ ହେଉଛି ୨

କେଉଁ ମୂଲ୍ୟାଙ୍କନ ପାଇଁ କେଉଁ କାମ ଲାଭଦାୟକ?

ମୂଲ୍ୟାଙ୍କନ୧-ଯେଉଁମାନଙ୍କର ମୂଲ୍ୟାଙ୍କନ ୧ ସେମାନେ ରାଜନୀତି କଲେ ଉଚ୍ଚ ପଦ ପାଇବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଗ୍ରସରୀ ବ୍ୟବସାୟ କେଲେ ଭଲ ଲାଭ ମିଳିବ।

ମୂଲ୍ୟାଙ୍କନ ୨- ଏମାନେ ପାଣି, ପାନୀୟ ଦ୍ରବ୍ୟ, କାଚ କିମ୍ବା ଔଷଧ ବେପାର କଲେ ଭଲ ଲାଭ ହେବ।

ମୂଲ୍ୟାଙ୍କନ ୩-ଏମାନେ ଚାକିରି କଲେ ଭଲ ସଫଳତା ପାଇବେ। ବିଶେଷ କରି ଡାକ୍ତର କିମ୍ବା ଇଞ୍ଜିନିୟର ହେଲେ ଭଲ। ଏହା ବ୍ୟତୀତ ଏମାନେ ଖେଳରେ ମଧ୍ୟ କ୍ୟାରିୟର କରିପାରିବେ।

ମୂଲ୍ୟାଙ୍କନ ୪-ଏମାନଙ୍କୁ ବ୍ୟବସାୟ ସୁହାଇବନି। ଏମାନଙ୍କୁ ବେପାରରେ କ୍ଷତି ସହିବାକୁ ପଡ଼ିପାଏ। ତେଣୁ ଏମାନେ ଚାକିରି କରିବା ହିଁ ଭଲ।

ମୂଲ୍ୟାଙ୍କନ ୫- ଏମାନଙ୍କୁ ଶିକ୍ଷା କିମ୍ବା ଜ୍ୟୋତିଷ ବିଦ୍ୟାରେ ଭଲ ସଫଳତା ମିଳିବ। ଏମାନଙ୍କୁ ବ୍ୟାଙ୍କିଙ୍ଗ୍ କିମ୍ବା ବୀମା ସହ ଜଡ଼ିତ କାମ କରିବା ଉଚିତ ନୁହଁ।

ମୂଲ୍ୟାଙ୍କନ ୬- ଯଦି ଆପଣଙ୍କ ମୂଲ୍ୟାଙ୍କନ ୬ ହୋଇଥାଏ ତେବେ ଆପଣଙ୍କୁ ହୋଟେଲ ବ୍ୟବସାୟ ଓ ସଂଗୀତ କିମ୍ବା ଅଭିନୟ କ୍ଷେତ୍ରରେ ଭଲ ସଫଳତା ମିଳିବ।

ମୂଲ୍ୟାଙ୍କନ ୭-ଏମାନେ ଇଞ୍ଜିନିୟରିଂ କିମ୍ବା କୃଷି କ୍ଷେତ୍ରରେ କାମ କଲେ ଭଲ ଫାଇଦା ପାଇବେ।

ମୂଲ୍ୟାଙ୍କନ ୮- ଆପଣଙ୍କୁ ମେସିନାରି, ପ୍ରିଣ୍ଟିଂ, ଷ୍ଚିଲ କିମ୍ବା ଗହଣା ବ୍ୟବସାୟ କରିବା ଉଚିତ। ଏଥିରେ ଭଲ ସଫଳତା ପାଇବାର ସମ୍ଭାବନା ରହିଛି।

ମୂଲ୍ୟାଙ୍କନ ୯-ଏମାନଙ୍କୁ ଇଞ୍ଜିନିୟରିଂ, ଡାକ୍ତରୀ କିମ୍ବା ଓକିଲାତିକୁ ପେଶା କରିବା ଉଚିତ। ଭବିଷ୍ୟତରେ ଅନେକ ଲାଭ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos