‘ଗୁଙ୍ଗି ଗୁଡିଆ’ରୁ ‘ଦି ଆଇରନ୍‌ ଲେଡି’: ଯିଏ ବଦଳାଇ ଦେଇଥିଲେ ପାକିସ୍ତାନର ଇତିହାସ ଓ ଭୂଗୋଳ

ନୂଆଦିଲ୍ଲୀ: ଠିକ୍‌ ୧୦୦ ବର୍ଷ ପୂର୍ବେ ଆଜିର ଦିନରେ ୧୯୧୭ ନଭେମ୍ବର ୧୯ ତାରିଖରେ ଜନ୍ମ ନେଇଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧି। ଆଜି ତାଙ୍କର ୧୦୦ ତମ ଜୟନ୍ତୀ। ଦିନେ ଭାରତୀୟ ରାଜନୀତିରେ ‘ଗୁଙ୍ଗି ଗୁଡିଆ’ ନାଁରେ ଅପବାଦ ଶୁଣିଥିବା ଏହି ରାଜନେତାଙ୍କ କିଛି ଏପରି ନିଷ୍ପତ୍ତିକୁ ନେଇ ଓଡ଼ିଶା ରିପୋର୍ଟର ବିଶେଷ ଉପସ୍ଥାପନା, ଯାହା ଦେଶରେ ରାଜନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରି ନଥିଲା ପଡୋଶୀ ପାକିସ୍ତାନର ଇତିହାସ ଓ ଭୂଗୋଳକୁ ବଦଳାଇ […]

indira

indira

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 11:40 AM IST

Sports

Latest News

ନୂଆଦିଲ୍ଲୀ: ଠିକ୍‌ ୧୦୦ ବର୍ଷ ପୂର୍ବେ ଆଜିର ଦିନରେ ୧୯୧୭ ନଭେମ୍ବର ୧୯ ତାରିଖରେ ଜନ୍ମ ନେଇଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧି। ଆଜି ତାଙ୍କର ୧୦୦ ତମ ଜୟନ୍ତୀ। ଦିନେ ଭାରତୀୟ ରାଜନୀତିରେ ‘ଗୁଙ୍ଗି ଗୁଡିଆ’ ନାଁରେ ଅପବାଦ ଶୁଣିଥିବା ଏହି ରାଜନେତାଙ୍କ କିଛି ଏପରି ନିଷ୍ପତ୍ତିକୁ ନେଇ ଓଡ଼ିଶା ରିପୋର୍ଟର ବିଶେଷ ଉପସ୍ଥାପନା, ଯାହା ଦେଶରେ ରାଜନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରି ନଥିଲା ପଡୋଶୀ ପାକିସ୍ତାନର ଇତିହାସ ଓ ଭୂଗୋଳକୁ ବଦଳାଇ ଦେଇଥିଲା।

ଇନ୍ଦିରା ଯେତେବେଳେ ଶାସନ ଗାଦି ସମ୍ଭାଳି ଥିଲେ ସ୍ଥିତି ତାଙ୍କ ସପକ୍ଷରେ ନଥିଲା। ବିରୋଧୀଙ୍କ କଥା ଛାଡନ୍ତୁ, ଦଳ ମଧ୍ୟରେ ତାଙ୍କୁ ନେଇ ଥିଲା ଅସନ୍ତୋଷ। ବିଶେଷ କରି ମୌରାରଜୀ ଦେଶାଇ ଇନ୍ଦିରାଙ୍କ ପ୍ରଧାନମନ୍ତ୍ରୀ ହେବାକୁ ନେଇ ଅସନ୍ତୁଷ୍ଟ ଥିଲେ। ଏହାସତ୍ତ୍ୱେ ଇନ୍ଦିରା ତାଙ୍କୁ ଉପପ୍ରଧାନମନ୍ତ୍ରୀ କରିଥିଲେ। ସଂସଦ ହେଉ କି ଦଳ ଭିତରେ ଓ ବାହାରେ ସେ ସମୟରେ ଇନ୍ଦିରା ନିଜକୁ ସହଜ ମନେ କରୁ ନଥିଲେ। ଏଥିପାଇଁ ସେ ବହୁତ କମ କହୁଥିଲେ। ଏଥିପାଇଁ ରାମ ମନୋହର ଲୋହିୟା ତାଙ୍କୁ ‘ଗୁଙ୍ଗି ଗୁଡିଆ’ କହି ଆକ୍ଷେପ କରିଥିଲେ। ଏପରି ସ୍ଥିତିରେ ଇନ୍ଦିରା ହାର ନମାନି କିଛି ଏମିତି ନିଷ୍ପତ୍ତି ନେଇଥିଲେ। ଯାହା ତାଙ୍କ ଉପରେ ଲାଗିଥିବା ଅପବାଦକୁ ପୋଛି ଦେଇଥିଲା।

୧. ୧୯୬୯ ଜୁଲାଇ ୧୯ ତାରିଖ। ଏହିଦିନ ଇନ୍ଦିରା ଦେଶର ୧୪ଟି ବଡ଼ ବ୍ୟାଙ୍କକୁ ଜାତୀୟକରଣ କରିଦେଇଥିଲେ। ଏହାଦ୍ୱାରା ବ୍ୟବସାୟୀ ଓ କୃଷକଙ୍କ ମଧ୍ୟରେ ସୀମିତ ଥିବା ବ୍ୟାଙ୍କ ସେବା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଥିଲା।

୨. ‘ଭୂମି ସୁଧାର’ ନୀତି ଥିଲା ଇନ୍ଦିରାଙ୍କ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ। ଭୂମିହୀନ ଓ ସମାଜର ଅବହେଳିତ ଓ ଦୃର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଏହା ଉଦ୍ଦିଷ୍ଟି ଥିଲା।

୩. ‘ସବୁଜ ବିପ୍ଲବ’କୁ ଗୁରୁତ୍ୱ ଦେଇ ଇନ୍ଦିରା ଦେଶର ରୂପ ବଦଳାଇ ଦେଇଥିଲେ। ସେ ସମୟରେ ଆମେରିକାରୁ ଭାରତକୁ ଖାଦ୍ୟ ସାମଗ୍ରୀ ଆମଦାନୀ କରିବାକୁ ପଡ଼ୁଥିଲା। ହେଲେ ସବୁଜ ବିପ୍ଲବ ପରେ ଭାରତ ଅନ୍ୟ ଦେଶକୁ ଖାଦ୍ୟ ରପ୍ତାନୀ କରିବାକୁ ସକ୍ଷମ ହୋଇଥିଲା।

୪. ଦଳ ମଧ୍ୟରେ ବିବାଦ ଏପରି ହୋଇଥିଲା ଯେ ଦଳ ବିଭାଜିତ ହୋଇଯାଇଥିଲା। ମୋରାରଜୀ ଦେଶାଇ କଂଗ୍ରେସ କୋ ଓ ଇନ୍ଦିରା କଂଗ୍ରେସ ଆର ବନାଇଥିଲେ। ପରେ ଇନ୍ଦିରାଙ୍କ ଗୋଷ୍ଠୀକୁ କଂଗ୍ରେସ ଆଇ ନାମ ଦିଆଯାଇଥିଲା।

୫. ୧୯୭୧ ସାଧାରଣ ନିର୍ବାଚନରେ ଇନ୍ଦିରାଙ୍କ ନାରା କୋଟି ଭାରତୀୟଙ୍କ ହୃଦୟ ଜିଣିବାକୁ ସକ୍ଷମ ହୋଇଥିଲା। ଏହି ନିର୍ବାଚନରେ ଇନ୍ଦିରା ‘ଗରୀବି ହଟାଓ’ ନାରା ଦେଇଥିଲେ। ପ୍ରଚାର ବେଳେ ସେ ୩୬,୦୦୦ କିଳୋମିଟର ଯାତ୍ରା କରି ୩୦୦ ସଭାରେ ଉଦ୍‌ବୋଧନ ଦେଇଥିଲେ। ଏହି ନିର୍ବାଚନରେ ଇନ୍ଦିରାଙ୍କ କଂଗ୍ରେସ ଆଇ ୩୫୨ ଆସନରେ ଜିତି ସରକାର ଗଠନ କରିଥିଲା।

71-warବଦଳି ଗଲା ପାକିସ୍ତାନ ଭୂଗୋଳ, ଜନ୍ମ ନେଲା ‘ବାଂଲାଦେଶ’

୧୯୭୧ ବେଳକୁ ପାକିସ୍ତାନର ଦୌରାତ୍ମ୍ୟ ଚରମସୀମାରେ ପହଞ୍ଚି ଯାଇଥିଲା। ମୁକ୍ତି ଆନ୍ଦୋଳନ ଚଳାଇଥିବା ପୂର୍ବ ପାକିସ୍ତାନର ଆନ୍ଦୋଳନକରୀଙ୍କ ଜନସଭା ଉପରେ ସେନା ଆକ୍ରମଣ କରୁଥିଲା। ସ୍ଥିତି ଜଟିଳ ଥିଲା ଓ ପୂର୍ବ ପାକିସ୍ତାନରୁ ଶରଣାର୍ଥୀ ଭାରତ ମଧ୍ୟକୁ ଆସୁଥିଲେ। ୧୯୭୧ ଡିସେମ୍ବର ୩ ତାରିଖରେ ଇନ୍ଦିରା କଲୋକାତାରେ ଏକ ଜନସଭାକୁ ସମ୍ବୋଧିତ କରୁଥିବା ବେଳେ ପାକିସ୍ତାନ ସବୁ ସୀମା ସରହଦ ପାର କରିଯାଇଥିଲା। ପାକିସ୍ତାନର ବାୟୁସେନା ସୀମା ଡେଇଁ ଭାରତର ପଠାଣକୋଟ, ଶ୍ରୀନଗର, ଅମୃତସର, ଯୋଧପୁର ଓ ଆଗ୍ରାରେ ଥିବା ଭାରତୀୟ ବାୟୁସେନା ଘାଟି ଉପରେ ବୋମା ବର୍ଷଣ କରିଥିଲା। ଏହାପରେ ପାକିସ୍ତାନକୁ ତା’ର ସ୍ଥିତି କ’ଣ ଜଣାଇବାକୁ ଇନ୍ଦିରା ମନସ୍ଥ କରିସାରିଥିଲେ।

ମାତ୍ର ୧୩ ଦିନରେ ଶେଷ ହୋଇଯାଇଥିଲା ଯୁଦ୍ଧ। ଡିସେମ୍ବର ୧୬ରେ ପାକିସ୍ତାନର ୯୩ ହଜାର ସୈନ୍ୟଙ୍କୁ ଭାରତୀୟ ସେନା ବନ୍ଦି ବନାଇ ନେଇଥିଲେ। ପାକିସ୍ତାନ ଖାଲି ପରାସ୍ତ ହୋଇ ନଥିଲା, ଏହାର ବିଭାଜନ ମଧ୍ୟ ହୋଇଯାଇଥିଲା। ଇନ୍ଦିରାଙ୍କ ଦୃଢ ନିଷ୍ପତ୍ତି ଓ କଠୋର ପଦକ୍ଷେପ ସ୍ୱରୂପ ଜନ୍ମ ନେଇଥିଲା ନୂଆ ଦେଶ ‘ବାଂଲାଦେଶ’।

indiraଦୁନିଆ ଦେଖିଥିଲା ଭାରତର ଶକ୍ତି

ଇନ୍ଦିରା କେବଳ ପାକିସ୍ତାନକୁ ତଳିତଳାନ୍ତ କରି ନଥିଲେ ସାରା ବିଶ୍ୱକୁ ଭାରତର ଶକ୍ତି ଦେଖାଇ ଥିଲେ। ୧୯୭୪ ମେ ୧୮ ତାରଖରେ ପୂରା ବିଶ୍ୱକୁ ହତବାକ କରି ଫୋଖରାଣରେ ଇନ୍ଦିରା ପରମାଣୁ ବୋମା ପରୀକ୍ଷଣ କରାଇ ଭାରତର ଶକ୍ତି ଓ କ୍ଷମତାକୁ ବିଶ୍ୱ ସ୍ୱୀକୃତ କରାଇଥିଲେ। ଏହାପରେ ଗୁଙ୍ଗି ଗୁଡିଆର ପରିଚୟ ପାଇଥିବା ଇନ୍ଦିରାଙ୍କୁ ‘ଦି ଆଇରନ ଲେଡି’ ଭାବେ ଲୋକେ ଅବିହିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story