ଜଗମୋହନ ମରାମତି ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ସେବାୟତ

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଚିଠି ଲେଖି ଅନୁରୋଧ କରିଥିବା ବେଳେ ସେବାୟତମାନଙ୍କର ଏକ ପ୍ରତିନିଧି ଦଳ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ବୋଲି ଆଜି ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ୮ଟି ନିଯୋଗର କର୍ମକର୍ତ୍ତା ଓ ମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଯୋଗ ଦେଇଥିଲେ। ବୈଠକରେ […]

shreemandira

Rakesh Mallick
  • Published: Saturday, 14 May 2016
  • , Updated: 15 May 2016, 08:56 AM IST

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଚିଠି ଲେଖି ଅନୁରୋଧ କରିଥିବା ବେଳେ ସେବାୟତମାନଙ୍କର ଏକ ପ୍ରତିନିଧି ଦଳ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ବୋଲି ଆଜି ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ୮ଟି ନିଯୋଗର କର୍ମକର୍ତ୍ତା ଓ ମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଯୋଗ ଦେଇଥିଲେ। ବୈଠକରେ ଏଏସ୍‌ଆଇର କାର୍ଯ୍ୟଧାରାକୁ ନେଇ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଷ୍ଟେନ୍‌ଲେସ୍ ଷ୍ଟିଲ୍‌ ଫ୍ରେମ୍ ଦେଇ ଜଗମୋହନକୁ ସୁରକ୍ଷିତ କରିବା ନେଇ ବୈଷୟିକ କୋର କମିଟି ପଠାଇଥିବା ପ୍ଲାନ୍ ଓ ଖର୍ଚ୍ଚ ଅଟକଳକୁ ଏଏସ୍‌ଆଇ ଡିଜି ଅଗ୍ରାହ୍ୟ କରି ଦେବା ପରେ ଏନେଇ ଅନିଶ୍ଚିତତା ଦେଖାଯାଇଛି।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ପତ୍ରରେ ଉଲ୍ଲେଖ କରିଥିଲେ,“ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଏଏସ୍‌ଆଇ ଡିଜିଙ୍କୁ କୁହାଯାଉ। ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଅତିଶୀଘ୍ର ଏକ ଦୃଢ଼ ସମାଧାନର ସୂତ୍ର ବାହାର କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଉ। ମରାମତି କାମ ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ଅଛନ୍ତି।ଏଏସ୍‌ଆଇର ଆଭିମୁଖ୍ୟ ଆମକୁ ଚିନ୍ତିତ କରିଛି। ଜଗମୋହନ ମରାମତି ଦିଗରେ ବିଳମ୍ବ କଲେ ସ୍ଥିତି ବିପଦଜନକ ହୋଇପାରେ।”

ଅନ୍ୟପକ୍ଷରେ ଗତକାଲି ଜଗମୋହନ ମରାମତି ପ୍ରସଙ୍ଗ ନେଇ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବୈଷୟିକ କୋର୍ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। କୋର୍‌ କମିଟିର ପ୍ରସ୍ତାବକୁ ଅଗ୍ରାହ୍ୟ କରିବାର ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଏଏସ୍‌ଆଇ ଡିଜିଙ୍କୁ କୁହାଯାଇଛି ବୋଲି ବୈଠକ ପରେ ମନ୍ତ୍ରୀ କହିଥିଲେ।

Related story