‘ଜଗମୋହନର ସ୍ଥିତି ଚିନ୍ତାଜନକ ନୁହେଁ’

ପୁରୀ: ଜଗମୋହନର ଚୂନ ଛଡାଯିବା ପରେ ୪ଟି ପିଲାରରେ ଫ।ଟ ସ୍ପଷ୍ଟ ବାରି ହୋଇପଡୁଛି। ପିଲାରକୁ ସଂଯୋଗ କରୁଥିବା ବିମ୍‌ର ଅନେକ ସ୍ଥାନରେ ପଥର ଅଧା ଫ।ଟି ଯାଇଥିବା ଦୃଶ୍ୟମାନ ହୋଇଥିଲା। ଯାହାକୁ ନେଇ ଏହାର ପୂର୍ଣ୍ଣାଙ୍ଗ ମରାମତି କିପରି ଭାବେ କରାଯିବ ତାକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ତେବେ ଆଜି ଆଇଆଇଟି ମାଡ୍ରାସର ବିଶେଷଜ୍ଞ ଟିମ ଏହାର ଯାଞ୍ଚ କରିବା ପରେ ଏପରି ଚିନ୍ତା ଦୂର ହୋଇଛି। ଆଇଆଇଟି ମାଡ୍ରାସର ଆଷ୍ଟିଷ୍ଟାଣ୍ଟ ପ୍ରଫେସର ଆରକିଟେକ୍ଟ […]

puri

Rakesh Mallick
  • Published: Thursday, 25 February 2016
  • , Updated: 25 February 2016, 04:21 PM IST

ପୁରୀ: ଜଗମୋହନର ଚୂନ ଛଡାଯିବା ପରେ ୪ଟି ପିଲାରରେ ଫ।ଟ ସ୍ପଷ୍ଟ ବାରି ହୋଇପଡୁଛି। ପିଲାରକୁ ସଂଯୋଗ କରୁଥିବା ବିମ୍‌ର ଅନେକ ସ୍ଥାନରେ ପଥର ଅଧା ଫ।ଟି ଯାଇଥିବା ଦୃଶ୍ୟମାନ ହୋଇଥିଲା। ଯାହାକୁ ନେଇ ଏହାର ପୂର୍ଣ୍ଣାଙ୍ଗ ମରାମତି କିପରି ଭାବେ କରାଯିବ ତାକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ତେବେ ଆଜି ଆଇଆଇଟି ମାଡ୍ରାସର ବିଶେଷଜ୍ଞ ଟିମ ଏହାର ଯାଞ୍ଚ କରିବା ପରେ ଏପରି ଚିନ୍ତା ଦୂର ହୋଇଛି। ଆଇଆଇଟି ମାଡ୍ରାସର ଆଷ୍ଟିଷ୍ଟାଣ୍ଟ ପ୍ରଫେସର ଆରକିଟେକ୍ଟ ଡ. ଅରୁଣ କୁମାର ମେନନ୍ ଏବଂ ଭାରତୀୟ ପ୍ରନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦିଲ୍ଲୀ ସୁପରିଣ୍ଟେଣ୍ଡିଂ ଇଞ୍ଜନିୟର ଆର.ଏସ୍. ଜୁମ୍ବୁଏଲ ଲୁହା ଭାରରେ ଚଢି ଯାଞ୍ଚ କରି ଫ।ଟଗୁଡିକ ଚିନ୍ତାଜନକ ନୁହେଁ ବୋଲି କହିଛନ୍ତି।

ସୁପରିଣ୍ଟେଣ୍ଡିଂ ଇଞ୍ଜନିୟର ଜୁମ୍ବୁଏଲ କହିଛନ୍ତି, “ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିରରେ ବିମ, ପିଲାର ଏବଂ ପଥର କାନ୍ଥରେ ଫାଟ ରହିବା ସ୍ୱାଭାବିକ, ମନ୍ଦିର ମେନ ଷ୍ଟ୍ରକଚରରେ ଥିବା ଫାଟ ଚିନ୍ତାଜନକ ନୁହେଁ। ଯେଉଁଠି ଫାଟ ରହିଛି ପଥର ଦୁର୍ବଳ ହୋଇଛି, ତାକୁ ପରିବର୍ତ୍ତନ କରାଯିବ। ବିଶେଷ କରି ଦ୍ୱାଦଶ ଶତାବ୍ଦୀର ଏହି ସୁନ୍ଦର କାରୁକାର୍ଯ୍ୟର ଯେପରି କ୍ଷତି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ମରାମତି କାର୍ଯ୍ୟ କରିବା ପାଇଁ ସମୟରେ କମ୍ ରହୁଥିବାରୁ ଯୁଦ୍ଧକାଳନୀ ଭିତ୍ତିରେ ଶେଷ କରାଯିବ।”

ଡ. ଅରୁଣ ମେନନ୍ ମଧ୍ୟ ଜଗମୋହନର ଫ।ଟ ଚିନ୍ତାଜନକ ନୁହେଁ ବୋଲି କହିବା ସହ କାହିଁକି, କିଭଳି ଭାବେ ଏହି ପଥରରେ ଫ।ଟ ହୋଇଛି ତାହା ଉପରେ ୨ଘଣ୍ଟା ଧରି ଅନୁଧ୍ୟାନ କରିଥିଲେ। ଏହାର ନିର୍ଯ୍ୟାସ ବାହାରିବା ପରେ ମରାମତି କାର୍ଯ୍ୟ ସହଜ ହୋଇପାରିବ। ଆସନ୍ତା କୋର କମିଟି ବୈଠକରେ ଆଲୋଚନା ପରେ ମରାମତି ପ୍ରକିୟା ନିର୍ଯାସ ଅନୁଯାୟୀ କରାଯିବ ବୋଲି ସେ କହିଛନ୍ତି। ବିଶେଷଜ୍ଞଙ୍କ ରିପୋର୍ଟକୁ ଆଧାର କରି ପ୍ରତ୍ନତତ୍ତ୍ୱ ବିଭାଗ ମରାମତି କାର୍ଯ୍ୟ ଅଗ୍ରଗତି କରିବ ବୋଲି ସୁପରିଟେଣ୍ଡଂ ଆରକ୍ୟୁଲୋଜିଷ୍ଟ ଜୀବନ କୁମାର ପଟ୍ଟନାୟକ କହିଛନ୍ତି।

Related story