ଜଗମୋହନ ମରାମତି ଲାଗି ୧ କୋଟି ଟଙ୍କା ବ୍ୟୟବରାଦ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଭୁବନେଶ୍ୱରରେ ହୋଇଯାଇଛି। ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ଶ୍ରୀମନ୍ଦିର କର୍ପସ ପାଣ୍ଡି ବୃଦ୍ଧି କରାଯାଇଛି। ଆସନ୍ତା ୨୦୧୬-୧୭ ବର୍ଷ ପାଇଁ ଶ୍ରୀମନ୍ଦିର ଲାଗି ୧୯୭ କୋଟି ଟଙ୍କାର ବଜେଟ କରାଯାଇଛି। ଜଗମୋହନରେ ସୃଷ୍ଟି ହୋଇଥିବା ଫାଟ ମରାମତି ଲାଗି ୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବଜେଟ୍‌ରେ ୨ଟି ଯାତ୍ରୀନିବାସ ଓ ଏକ ମଡେଲ ସ୍କୁଲ ନିର୍ମାଣ ଉପରେ ଫୋକସ୍‌ କରାଯାଇଛି। […]

gajapati

Rakesh Mallick
  • Published: Friday, 26 February 2016
  • , Updated: 27 February 2016, 01:38 AM IST

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଭୁବନେଶ୍ୱରରେ ହୋଇଯାଇଛି। ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ଶ୍ରୀମନ୍ଦିର କର୍ପସ ପାଣ୍ଡି ବୃଦ୍ଧି କରାଯାଇଛି। ଆସନ୍ତା ୨୦୧୬-୧୭ ବର୍ଷ ପାଇଁ ଶ୍ରୀମନ୍ଦିର ଲାଗି ୧୯୭ କୋଟି ଟଙ୍କାର ବଜେଟ କରାଯାଇଛି। ଜଗମୋହନରେ ସୃଷ୍ଟି ହୋଇଥିବା ଫାଟ ମରାମତି ଲାଗି ୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବଜେଟ୍‌ରେ ୨ଟି ଯାତ୍ରୀନିବାସ ଓ ଏକ ମଡେଲ ସ୍କୁଲ ନିର୍ମାଣ ଉପରେ ଫୋକସ୍‌ କରାଯାଇଛି। ସେହିପରି ଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନର ଉନ୍ନତିକରଣ ଲଶଗି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିରେ ୨୦୧୬-୧୭ ଆର୍ଥିକ ବର୍ଷ ଲାଗି ଶ୍ରୀମନ୍ଦିରର ୧୯୪ କୋଟି ୮୯ ଲକ୍ଷ ୪୫ ହଜାର ଟଙ୍କା ଆୟ ଲକ୍ଷ୍ୟ ରଖା ଯାଇଛି।  ସେହିପରି ୧୯୪ କୋଟି ୮୮ ଲକ୍ଷ ୪୫ ହଜାର ଟଙ୍କା ବ୍ୟୟ ବରାଦ ଲକ୍ଷ୍ୟ ରଖାଯାଇଛି।

Related story