ଜେଲ ଗଲେ ସାରଥୀ

କଟକ: ଗତକାଲି ବିଳମ୍ବିତ ରାତିରେ ଗିରଫ ହୋଇଥିବା ବାବା ସାରଥୀଙ୍କୁ ଶନିବାର କଟକ ଏସଡିଜେଏମ୍ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ୍। କୋର୍ଟ ସାରଥୀଙ୍କ ଜାମିନ୍ ଖାରଜ କରିବା ସହ ୩ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି। ଜାମିନ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। ଆଜି ରାତିରେ ସେ ଚୌଦ୍ୱାର ଜେଲରେ ରହିବେ। ଜେଲରେ ତାଙ୍କୁ ଅନ୍ୟ କଏଦୀଙ୍କଠାରୁ ଅଲଗା ୨ ନମ୍ବର ସଲରେ ରଖାଯାଇଛି। ଆସନ୍ତାକାଲିଠାରୁ କ୍ରାଇମବ୍ରାଞ୍ଚ […]

sarathi

Rakesh Mallick
  • Published: Saturday, 08 August 2015
  • , Updated: 08 August 2015, 03:36 PM IST

କଟକ: ଗତକାଲି ବିଳମ୍ବିତ ରାତିରେ ଗିରଫ ହୋଇଥିବା ବାବା ସାରଥୀଙ୍କୁ ଶନିବାର କଟକ ଏସଡିଜେଏମ୍ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ୍। କୋର୍ଟ ସାରଥୀଙ୍କ ଜାମିନ୍ ଖାରଜ କରିବା ସହ ୩ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି। ଜାମିନ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। ଆଜି ରାତିରେ ସେ ଚୌଦ୍ୱାର ଜେଲରେ ରହିବେ। ଜେଲରେ ତାଙ୍କୁ ଅନ୍ୟ କଏଦୀଙ୍କଠାରୁ ଅଲଗା ୨ ନମ୍ବର ସଲରେ ରଖାଯାଇଛି। ଆସନ୍ତାକାଲିଠାରୁ କ୍ରାଇମବ୍ରାଞ୍ଚ ତାଙ୍କୁ ତିନି ଦିନିଆ ରିମାଣ୍ଡରେ ନେବ।

ବାବା ସାରଥୀଙ୍କ ନାଁରେ ଜାଲିଆତି ଓ ଠକେଇ ଭଳି ଅଭିଯୋଗ ରହିଛି। ଗିରଫ ପୂର୍ବରୁ କ୍ରାଇମବ୍ରାଞ୍ଚ ଅଧିକାରୀ ତାଙ୍କୁ ଦୁଇଟି ପର୍ଯ୍ୟାୟରେ ୧୮ରୁ ଅଧିକ ଘଣ୍ଟା ଜେରା କରିଥିଲେ। ଆଶ୍ରମରୁ ସୁନା ରୁପା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଛି।

ଶନିବାର ଭୋର ପ୍ରାୟ ୪ଟା ବେଳେ ବାବା ସାରଥୀଙ୍କୁ କେନ୍ଦ୍ରାପଡା ବାରିମୂଳ ଆଶ୍ରମରୁ ଗିରଫ କରି କଟକ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ କ୍ରାଇମବ୍ରାଞ୍ଚ ଟିମ। ଆଉ ଏହାପରେ ହିଁ କ୍ରାଇମବ୍ରାଞ୍ଚର ପରବର୍ତ୍ତୀ ପଦକ୍ଷେପକୁ ନେଇ ଆରମ୍ଭ ହୋଇଯାଇଥିଲା କଳ୍ପନାଜଳ୍ପନା। ପ୍ରାୟ ୯ ଘଣ୍ଟା ପରେ ବାବା ସାରଥୀ ଗିରଫ ହୋଇଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କଲେ କ୍ରାଇମବ୍ରାଞ୍ଚ ଏଡିଜି ବିଜୟ କୁମାର ଶର୍ମା। ସାରଥୀ ଆଶ୍ରମର ପୂର୍ବତନ ଭକ୍ତ କୈଳାସ ମଲ୍ଲିକଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ବିରୋଧରେ ସିବି-ସିଆଇଡି ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛି। ସନ୍ତୋଷଙ୍କ ବିରୋଧରେ ଆଇପିସିର ଦଫା ୧୨୦-ବି (ଅପରାଧିକ ଷଡଯନ୍ତ୍ର), ୪୨୦ (ଠକେଇ) ୩୪୧ (ବେଆଇନ ଭାବେ ଅଟକ ରଖିବା),  ୫୦୬ (ଧମକ ଦେବା) , ୩୭୯ (ମୋବାଇଲ୍ ଚୋରି),  ୪୬୭ (ଜାଲିଆତି), ୪୬୮(ଠକେଇ ଉଦ୍ଦେଶ୍ୟରେ ଜାଲିଆତି), ୪୭୧ (ଜାଲ କାଗଜପତ୍ରକୁ ଅସଲି ଦର୍ଶାଇ ବ୍ୟବହାର) ଭଳି ଦଫା ଲଗାଯାଇଛି । ଏହାବାଦ୍ ଏସସି ଏସଟି ଆଟ୍ରୋସିଟି ପ୍ରିଭେନସନ ଆକ୍ଟ, ଧର୍ମାନୁଷ୍ଠାନର ଅପବ୍ୟବହାର କରିଥିବା ଅଭିଯୋଗରେ ଆରଆଇପିଏମ୍ ଆକ୍ଟର ଧାରା ୭  ଓ ୨୫ ଆର୍ମସ୍ ଆକ୍ଟରେ ମଧ୍ୟ ମାମଲା ରୁଜୁ ହୋଇଛି । ତଦନ୍ତକାରୀ ଅଧିକାରୀ ଆଲୋକ ଦାସଙ୍କ ନେତୃତ୍ୱରେ ଆଶ୍ରମ ଭିତରୁ ଦୁଇଟି ଖଣ୍ଡା ଓ ଗୁରୁତ୍ୱପୂର୍ଣ୍ଣ ଆପତ୍ତିଜନକ କାଗଜପତ୍ର ଜବତ ହୋଇଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।

ହାଇଦ୍ରାବାଦର ଏକ ହୋଟେଲରେ ବାବା ସାରଥୀଙ୍କ ଏଇ ଫଟୋକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ବିଭିନ୍ନ ସ୍ଥାନରେ ପ୍ରତିବାଦ ହେଲା। ଅଶାନ୍ତ ହୋଇଉଠିଲା କେନ୍ଦ୍ରାପଡା। ଏହାପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଗତକାଲି କ୍ରାଇମବ୍ରାଞ୍ଚର ଏକ ୬ ଜଣିଆ ଟିମ୍ କେନ୍ଦ୍ରାପଡାର ବାରିମୂଳ ଆଶ୍ରମକୁ ଯାଇ ସାରଥୀଙ୍କୁ ୧୪ ଘଣ୍ଟାର ମାରାଥନ୍ ଜେରା କରିଥିଲେ। ପରେ ଆଜି ଭୋରରୁ ତାଙ୍କୁ କଟକ କ୍ରାଇମବ୍ରାଞ୍ଚ ଅଫିସକୁ ଅଣାଯାଇଥିଲା। କଟକରେ ମଧ୍ୟ କ୍ରାଇମବ୍ରାଞ୍ଚ ଏଡିଜି ଓ ଅନ୍ୟମାନେ ଜେରା କରିଥିଲେ। ଏବେ ସାରଥୀଙ୍କୁ ରିମାଣ୍ଡରେ ଆଜି ଜେରା କରିବ କ୍ରାଇମବ୍ରାଞ୍ଚ। ତା ସହିତ ଏଇ ଘଟଣାରେ ଚର୍ଚ୍ଚାକୁ ଆସିଥିବା ଯୁବତୀଙ୍କ ସହିତ ସାରଥୀଙ୍କ ପରିବାର ଲୋକଙ୍କୁ ବି ପଚରାଉଚରା କରିବ କ୍ରାଇମବ୍ରାଞ୍ଚ। ଏଥିସହିତ ହାଇଦ୍ରାବାଦ ଲିଙ୍କ ନେଇ ମଧ୍ୟ ଖୋଲତାଡ କରିବ କ୍ରାଇମବ୍ରାଞ୍ଚ।

Related story