ଜୀବନ ଯୁଦ୍ଧରେ ହାରିଗଲା ନଗଡ଼ାର ପୋଷ୍ଟର ଗାର୍ଲ: ମ୍ୟାଲେରିଆରେ ଆଖି ବୁଜିଲା ମାନସୀ

Ordigital Desk
  • Published: Friday, 21 July 2017
  • , Updated: 21 July 2017, 07:38 PM IST
<p>ଯାଜପୁର: ଜୀବନ ଯୁଦ୍ଧରେ ହାରିଗଲେ ମାନସୀ। ଭଲ କରି କଥା କହିପାରୁନଥିବା ଦୁଇ ବର୍ଷର ଝିଅ ମାନସୀର ମୃତ୍ୟୁରେ ସମ୍ପୂର୍ଣ୍ଣ ପରିବାର ଭାଙ୍ଗି ପଡ଼ିଛି। ବର୍ଷେ ତଳେ ଚର୍ଚ୍ଚାକୁ ଆସିଥିଲେ ମାନସୀ। ଚିତ୍ର ଥିଲା ନଗଡ଼ାର। କଙ୍କାଳସାର ମାନସୀର ଫଟୋ ଯେତେବେଳେ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା, କେବଳ ଓଡ଼ିଶା ନୁହେଁ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲା ନଗଡ଼ା। ଅପପୁଷ୍ଟି ଯୋଗୁଁ ମୃତ୍ୟୁର ଉପତ୍ୟାକା ପାଲଟିଥିବା ନଗଡ଼ାକୁ ଲୋକଲୋଚନକୁ ଆଣିଥିବା ମାନସୀ ଆଜି ଚିରଦିନ ପାଇଁ ଆଖି ବୁଜିଛି। ଅପପୁଷ୍ଟି ପରେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ କାଳିଆପାଣି ଟିସ୍କୋ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମାନସୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛ।</p> <p>[vc_video link=&quot;&quot; align=&quot;center&quot;]</p> <p>ଗତବର୍ଷ ଯାଜପୁର ଜିଲ୍ଲାର ନଗଡ଼ାରେ ଅପପୁଷ୍ଟିରେ ୧୯ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଅନେକ ଶିଶୁ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଥିଲା। ସେମାନଙ୍କ ମଧ୍ୟରେ ମାନସୀ ଥିଲେ। ମାନସୀ ହେଉଛନ୍ତି ତଳନଗଡ଼ା ଗାଁର ଧନେଶ୍ୱର ପ୍ରଧାନଙ୍କ ୨ ବର୍ଷର ଝିଅ। ତାଙ୍କୁ ମଧ୍ୟ ଟିସ୍କୋ ମେଡ଼ିକାଲରେ ଚିକତ୍ସା କରାଯାଇଥିଲା। ଚିକିତ୍ସା ପରେ ତାର ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ହେବାରୁ ପରିବାର ଲୋକେ ଘରକୁ ନେଇଯାଇଥିଲେ। ମଝିରେ ମଝିରେ ଡାକ୍ତରଖାନା ଆସି ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରୁଥିଲେ। ତେବେ ଦୁଇ ଦିନ ତଳେ ମନସୀଙ୍କୁ ଜ୍ୱର ହୋଇଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରୀକ୍ଷାରୁ ମାନସୀ ମ୍ୟାଲେରିଆରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।</p> <p>ନଗଡ଼ା ଅପପୁଷ୍ଟି ଓଡ଼ିଶାରେ ସ୍ୱାସ୍ଥ୍ୟାବସ୍ଥାର ପ୍ରକୃତ ଚିତ୍ରକୁ ପଦାରେ ପକାଇ ଦେଇଥିଲା। ପ୍ରଶାସନର ଉଦ୍ୟମ ପରେ ନଗଡ଼ାର ସ୍ଥିତିର ସାମାନ୍ୟ ସୁଧାର ଆସିଛି। ଗାଁକୁ ଏବେ ରାସ୍ତା ପଡ଼ିଛି। ନଳକୂପ ମଧ୍ୟ ବସିଛି। ଡାକ୍ତର ଟିମ୍&zwnj; ଯାଇ ମଝିରେ ମଝିରେ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ତଥାପି ଶିଶୁଙ୍କ ଉପରେ ଏବେବି ମୃତ୍ୟୁର କଳା ବାଦଲ ଘୂରିବୁଲୁଛି।</p>

Related story