ଜୟପୁର: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ବିଏସଏଫ୍ ଯବାନ ସହିଦ, ଜଣେ ଗୁରୁତର

ଜୟପୁର: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ରାମଗିରିର କାଳିଆଝୁଲା ଜଙ୍ଗଲରେ ଶୁକ୍ରବାର ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ବିଏସଏଫର ଦୁଇ ଜଣେ ଯବାନ ସହିଦ ହୋଇଛନ୍ତି। ମୃତକ ଦୁଇଜଣ ହେଲେ ଡେପୁଟି କମାଣ୍ଡାଣ୍ଟ ସୁନୀଲ ବେହେରା ଏବଂ ଯବାନ ଶିବାଶିଷ ପଣ୍ଡା। ଆଉ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ କାଳିଆଝୁଲା ଜଙ୍ଗଲରେ ବିଏସଏଫ ପକ୍ଷରୁ କମ୍ବିଂ ଅପରେସନକୁ ଜୋରାଦାର କରି ଦିଆଯାଇଛି। ଏହି ବିସ୍ଫୋରଣ […]

mao

Rakesh Mallick
  • Published: Friday, 08 January 2016
  • , Updated: 08 January 2016, 10:37 AM IST

ଜୟପୁର: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ରାମଗିରିର କାଳିଆଝୁଲା ଜଙ୍ଗଲରେ ଶୁକ୍ରବାର ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ବିଏସଏଫର ଦୁଇ ଜଣେ ଯବାନ ସହିଦ ହୋଇଛନ୍ତି। ମୃତକ ଦୁଇଜଣ ହେଲେ ଡେପୁଟି କମାଣ୍ଡାଣ୍ଟ ସୁନୀଲ ବେହେରା ଏବଂ ଯବାନ ଶିବାଶିଷ ପଣ୍ଡା। ଆଉ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ କାଳିଆଝୁଲା ଜଙ୍ଗଲରେ ବିଏସଏଫ ପକ୍ଷରୁ କମ୍ବିଂ ଅପରେସନକୁ ଜୋରାଦାର କରି ଦିଆଯାଇଛି। ଏହି ବିସ୍ଫୋରଣ ପଛରେ ଛତିଶଗଡ଼ ମାଓବାଦୀଙ୍କ ହାତ ଥିବା କୁହାଯାଉଛି।

୧୪୩ ବିଏସ୍ଏଫ୍ ଯବାନମାନେ କାଳିଆଝୁଲା ଜଙ୍ଗଲରେ କମ୍ୱିଂ ଅପରେସନ ଜାରି ରଖିଥିବା ବେଳେ ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିଥିଲା। ଦଣ୍ଡାବାଡ଼ିଠାରୁ ପ୍ରାୟ ୪ରୁ ୫ କିଲୋମିଟର ଦୂରରେ ଏହି ସ୍ଥାନଟି ରହିଛି। ଗତକାଲି ବିଳମ୍ବିତ ରାତିରେ ବୈପାରୀଗୁଡ଼ାର ଦଣ୍ଡାବାଡ଼ିରେ ମାଓବାଦୀମାନେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ନାଁ ବାପି ସାମନ୍ତ। ପୋଲିସ ଇନଫର୍ମ ସନ୍ଦେହ କରି ମାଓବାଦୀମାନେ ଏହି ହତ୍ୟା କରିଛନ୍ତି। ୫୦ରୁ ଅଧିକ ସଶସ୍ତ୍ର ମାଓବାଦୀ ବାପିଙ୍କ ଘରେ ପଶିଥିଲେ। ସେମାନେ ବାପି ଓ ତାଙ୍କ ପତ୍ନୀଙ୍କୁ ବାନ୍ଧି ଦେଇଥିଲେ। ବାପିଙ୍କୁ ବାନ୍ଧି ଗାଁ ସାରା ବୁଲାଇବା ପରେ ଗୁଳି କରି ହତ୍ୟା କରିଥିଲେ। ତାଙ୍କ ଦୋକାନରୁ ଜିନିଷପତ୍ର ଲୁଟ୍ କରିବା ସହ ସେଠାରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏଥିସହ ତାଙ୍କର ଏକ ୪୦୭ ଗାଡ଼ିକୁ ମଧ୍ୟ ପୋଡ଼ି ଦେଇଛନ୍ତି ମାଓବାଦୀ। ଏହି ଘଟଣାରେ ସଂପୃକ୍ତ ମାଓବାଦୀ ମଧ୍ୟ ଅଣଓଡ଼ିଆ ବୋଲି କୁହାଯାଉଛି।

ଅପରେସନ ଗ୍ରୀନ ହଣ୍ଟକୁ ମାଓବାଦୀ ବିରୋଧ କରି ନୂଆପଡ଼ା-ମୈନପୁରୀ ଡିଭିଜନ ପକ୍ଷରୁ ଆଜି ତିନୋଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ। ନୂଆପଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ଏହି ବନ୍ଦ ପାଳନ କରିଛନ୍ତି  ମାଓବାଦୀ। ବନ୍ଦକୁ ଦୃଷ୍ଟିରେ ରଖି ଏସବୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Related story