ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗ: ଆଜି କଟକରେ ହାଇକୋର୍ଟ ବାର୍ ଆସୋସିଏସନ୍ ସମେତ ସବୁ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ: ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ବା ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିର ପ୍ରତିବାଦରେ କଟକରେ ଜୋର ଧରିଛି ଆନ୍ଦୋଳନ। ଆଜି ହାଇକୋର୍ଟ ବାର୍ ସମେତ କଟକର ସମସ୍ତ ବାର୍ ଆସୋସିଏସନର କର୍ମକର୍ତ୍ତା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ। ମଙ୍ଗଳବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାପରେ ଆନ୍ଦୋଳନର ରୂପରେଖ ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଗତକାଲିର ବୈଠକରେ କଟକର ସମସ୍ତ ନିମ୍ନ ଅଦାଲତର ଓକିଲଙ୍କ ସମେତ ହାଇକୋର୍ଟ ବାର୍ ଆସୋସିଏସନ ଓ ଭୁବନେଶ୍ୱର […]

ctc

Rakesh Mallick
  • Published: Wednesday, 16 September 2015
  • , Updated: 16 September 2015, 05:03 AM IST

କଟକ: ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ବା ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିର ପ୍ରତିବାଦରେ କଟକରେ ଜୋର ଧରିଛି ଆନ୍ଦୋଳନ। ଆଜି ହାଇକୋର୍ଟ ବାର୍ ସମେତ କଟକର ସମସ୍ତ ବାର୍ ଆସୋସିଏସନର କର୍ମକର୍ତ୍ତା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ। ମଙ୍ଗଳବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାପରେ ଆନ୍ଦୋଳନର ରୂପରେଖ ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଗତକାଲିର ବୈଠକରେ କଟକର ସମସ୍ତ ନିମ୍ନ ଅଦାଲତର ଓକିଲଙ୍କ ସମେତ ହାଇକୋର୍ଟ ବାର୍ ଆସୋସିଏସନ ଓ ଭୁବନେଶ୍ୱର ସ୍ୟାଟ୍ ବାର ଆସୋସିଏସନ କର୍ମକର୍ତ୍ତା ଯୋଗ ଦେଇଥିଲେ। ସେପଟେ ଭୁବନେଶ୍ୱର ବାର ଆସୋସିଏସନ ଓ ଭୁବନେଶ୍ୱର ସ୍ୟାଟ୍ ବାର ଆସୋସିଏସନ ଆନ୍ଦୋଳନ ଜାରି ରଖିଛନ୍ତି। ମଙ୍ଗଳବାର ଉଭୟ ବାର ଆସୋସିଏସନ ରାଜ୍ୟପାଳଙ୍କୁ ଭେଟି ଆପତ୍ତି ଜଣାଇଥିବା ବେଳେ ଆଗାମୀ ଦିନରେ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏନେଇ ଅବଗତ କରାଇବେ ବୋଲି କହିଛନ୍ତି।

Related story