ଛାତ୍ରୀଙ୍କୁ ବଞ୍ଚାଇବା ପାଇଁ କ୍ୟାମେରା ଫିଙ୍ଗି ଦେଲେ ସାମ୍ବାଦିକ, ତରଳିଗଲା କଶ୍ମୀର ହୃଦୟ

ଶ୍ରୀନଗର: କିଏ ରକ୍ତଜୁବୁଡ଼ୁ ହୋଇ ଚିତ୍କାର କରୁଥିବ ତ’ ଆଉ କିଏ ଜୀବନ ମରଣ ସହ ସଂଘର୍ଷ କରୁଥିବ। ଦେ‌ଖିଲେ ଦେହ ଥରି ଯାଉଥିବ।  ଏଭଳି ଅନେକ ହୃଦୟ ବିଦାରକ ଘଟଣାକୁ ସାମ୍ବାଦିକମାନେ ସାମ୍ନା କରନ୍ତି। ହେଲେ ସେମାନଙ୍କ ମଧ୍ୟରୁ ଖୁବ୍‌ କ୍ୱଚିତ ଏଭଳି ବିପଦ ସମୟରେ ସମ୍ବେଦନଶୀଳ ହୋଇଥାନ୍ତି। ଟିଆରପି ଆଉ ମାଇଲେଜ୍‌ ନିଶା ସେମାନଙ୍କୁ ପାଗଳ କରିଦେଇଥାଏ। ତଥାପି ମାନବିକତା ଥିବା ସେହି ତାଲିକା ଭିତରେ ଜଣେ ସାମ୍ବାଦିକ ହେଉଛନ୍ତି ଦର ୟାସିନ। କର୍ତ୍ତବ୍ୟ […]

srinagar

srinagar

Rakesh Mallick
  • Published: Saturday, 22 April 2017
  • Updated: 23 April 2017, 07:54 AM IST

ଶ୍ରୀନଗର: କିଏ ରକ୍ତଜୁବୁଡ଼ୁ ହୋଇ ଚିତ୍କାର କରୁଥିବ ତ’ ଆଉ କିଏ ଜୀବନ ମରଣ ସହ ସଂଘର୍ଷ କରୁଥିବ। ଦେ‌ଖିଲେ ଦେହ ଥରି ଯାଉଥିବ।  ଏଭଳି ଅନେକ ହୃଦୟ ବିଦାରକ ଘଟଣାକୁ ସାମ୍ବାଦିକମାନେ ସାମ୍ନା କରନ୍ତି। ହେଲେ ସେମାନଙ୍କ ମଧ୍ୟରୁ ଖୁବ୍‌ କ୍ୱଚିତ ଏଭଳି ବିପଦ ସମୟରେ ସମ୍ବେଦନଶୀଳ ହୋଇଥାନ୍ତି। ଟିଆରପି ଆଉ ମାଇଲେଜ୍‌ ନିଶା ସେମାନଙ୍କୁ ପାଗଳ କରିଦେଇଥାଏ। ତଥାପି ମାନବିକତା ଥିବା ସେହି ତାଲିକା ଭିତରେ ଜଣେ ସାମ୍ବାଦିକ ହେଉଛନ୍ତି ଦର ୟାସିନ। କର୍ତ୍ତବ୍ୟ କରୁ କରୁ ନିଜ ଦାୟିତ୍ୱକୁ ପାସୋରି ଯାଇ ନ ଥିଲେ ୟାସିନ। ପଥର ମାଡ଼ରେ ଶ୍ରୀନଗରେ ଜଣେ ଛାତ୍ରୀ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କୁ ଉଦ୍ଧାର କରି ହସପିଟାଲରେ ପହଞ୍ଚାଇଥିବା ୟାସିନ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଫଟୋ ସାମ୍ବାଦିକ ୟାସିନ  ଆସୋସିଏଟେଡ ପ୍ରେସ(ଏପି) ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି।

ଘଟଣା ଅନୁଯାୟୀ ,ଶ୍ରୀନଗରର ଦକ୍ଷିଣ କଶ୍ମୀରୀର ଖୁସବୁ ଜାନ ପଢୁଥିବା କଲେଜରେ ପୋଲିସର ଅଯଥା ହସ୍ତେକ୍ଷେପକୁ ନେଇ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ପୋଲିସର ହସ୍ତେକ୍ଷେପକୁ ବିରୋଧ କରି କଲେଜର ଛାତ୍ରଛାତ୍ରୀମାନ ଆନ୍ଦୋଳନ କରିଆସୁଥିଲେ। ପୋଲିସ –ଛାତ୍ର ମୁହାମୁହିଁ ହୋଇ ଢେଲାମାଡ଼ ହୋଇଥିଲା।  ଆକ୍ରମଣକୁ ପ୍ରତିହତ କରିବାକୁ ଯାଇ ଜଣେ ଅର୍ଦ୍ଧସାମରିକ ବଳ ଢେଲା ଫୋପାଡ଼ିବାରୁ ଆନ୍ଦୋଳନରେ ବସିଥିବା  ଖୁସ୍‌ବୁ ଜାନଙ୍କ ଉପରେ ବାଜିଥିଲା। ଗତ ଗୁରୁବାର ଏହି ଅଭାବନୀୟ ଘଟଣା ଘଟିଥିଲା। ଘଟଣା ସ୍ଥଳରେ ଅନ୍ୟ ସାମ୍ବାଦିକଙ୍କ ଭଳି ୟାସିନ ମଧ୍ୟ ଉପସ୍ଥିତ ରହି ନିଜ କର୍ତ୍ତବ୍ୟ ପାଳନ କରୁଥିଲେ।  ହେଲେ ଛାତ୍ରୀ ଜଣଙ୍କର ରକ୍ତଜୁଡ଼ୁବୁଡ଼ୁ ଅବସ୍ଥା ଏବଂ ଆକୁଳ ଚିତ୍କାର ତାଙ୍କ ହୃଦୟକୁ ଦୋହଲେଇ ଦେଇଥିଲା। ଆଉ ହାତରୁ ଖସିଯାଇଥିଲା କ୍ୟାମେରା। ମୁମୂର୍ଷୁ ଅବସ୍ଥାରେ ଖୁସ୍‌ବୁଙ୍କୁ  ଉଦ୍ଧାର କରି ହସପିଟାଲକୁ ନେଇଯାଇଥିଲେ।  ଏହ ସମୟରେ ୟାସିନଙ୍କ ଆ‌ଖିରୁ ଧାର ଧାର ହୋଇ ଲୁହ ବୋହିଯାଉଥିଲା। ବିଚ୍ ରାସ୍ତାରେ ପିଲାଟିକୁ ହାତରେ ଧରି ହସପିଟାଲକୁ ନେବା ଦୃଶ୍ୟ ଖୁବ୍ ମର୍ମସ୍ପର୍ଶୀ ଥିଲା। ଯାହା କଶ୍ମୀରବାସୀଙ୍କ ପଥର ଭଳି ହୃଦୟକୁ ତରଳେଇ ଦେଇଥିଲା। ଏହି ପ୍ରସଙ୍ଗରେ ଭାବବିହ୍ୱଳ ହୋଇ ୟାସିନ କହିଥିଲେ, ‘ ଖୁସ୍‌ବୁ  ବି ମୋର ଝିଅ ଭଳି। ବିପଦ ବେଳେ ସେ ଯିଏ ହୁଅନ୍ତୁ ନା କାହିଁକି ମୁଁ ନିଜ ଘରର ଜଣେ ସଦସ୍ୟ ବୋଲି ମନେ କରି ସାହାଯ୍ୟ କରିବାକୁ ଆଗେଇ ଆସେ।’

ୟାସିନ୍‌ କିଏ?

୨୦୦୨ରୁ ୟାସିନ କଶ୍ମୀରରେ କାର୍ଯ୍ୟ କରି ଆସୁଛନ୍ତି। ସମାଜ ପାଇଁ ଉତ୍କର୍ଷ ଅବଦାନ ଲାଗି ୪୩ ବର୍ଷୀୟ ୟାସିନ ୧୫ଟି ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି।   ଏ ସବୁ ସେ ନିଜ ବୃତ୍ତିରେ ହିଁ ପାଇଛନ୍ତି।

ପ୍ରେରଣା ପାଲଟିଲେ ସିରିଆ ସାମ୍ବାଦିକ

କିଛିଦିନ ତଳେ ସିରିଆରେ ଏକ ବସ୍‌ ନିକଟରେ ବୋମା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣସ୍ଥଳରୁ ସାମ୍ବାଦିକ ଏବିଡି ଅଲକଦର ହବକ ଜଣେ ବାଳକ ଜୀବନକୁ ବଞ୍ଚାଇ ଦେଇଥିଲେ। ପିଲାଟି ବିକଳ  ହୋଇ ଚିତ୍କାର କରୁଥିବା ବେଳେ ସାମ୍ବାଦିକ ଜଣକ ନିଜ ଜୀବନକୁ ପାଣି ଛଡ଼ାଇ ବାଳକଟିକୁ ହସପିଟାଲକୁ ନେଇ ଯାଇଥିଲେ।  ସେଠି ଆହୁରି ଅନେକ କୋମଳମତି ଶିଶୁ ଚିତ୍କାର କରୁଥିଲେ।  ସାମ୍ବାଦିକ ଏବିଡି ଅଲକଦର ସମସ୍ତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପାରି ନ ଥିଲେ। ଏହା ତାଙ୍କ ମନକୁ ଖୁବ୍‌ ଆଘାତ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story