ଜଲ୍ୱା ଦେଖାଇଲେ ଜୁଏଲ: କହିଲେ- ସରକାର ନାଟକବାଜି କରୁଛନ୍ତି

ଭୁବନେଶ୍ୱର: କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ସବୁଦିନ କୌଣସି ନା କୌଣସି ଦଳର କେହି ନା କେହି ନେତା, ଏ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି, ନହେଲେ ସରକାରଙ୍କୁ ଭର୍ତ୍ସନା କରୁଛନ୍ତି। ଆଜି ଏହି ତାଲିକାଲେ ଯୋଡ଼ି ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଏହି ମାମଲାରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି- “ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ନେଇ ସରକାର ନାଟକବାଜି କରୁଛନ୍ତି। ଏସବୁ ବନ୍ଦ କରନ୍ତୁ। ନ ହେଲେ ଅଞ୍ଚଳବାସୀ ତାଙ୍କୁ କଡ଼ା ଜବାବ ଦେବେ।”

ସେ ଆହୁରି କହିଛନ୍ତି- “ଘଟଣା ଘଟିବାର ୨୭ ରୁ ୨୮ ଦିନ ବିତି ଗଲା ପରେ ବି ସରକାର ଗଣଦୁଷ୍କର୍ମ ହୋଇନାହିଁ ବୋଲି କହିଲେ। ଏହା ପୂର୍ବରୁ ସରକାର କୁଆଡ଼େ ଯାଇଥିଲେ?

ଜୁଏଲ କହିଛନ୍ତି- “ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରୁ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବାର ଥିଲା।  ପୂର୍ବରୁ କାହିଁକି ଏହି ପକ୍ଷକ୍ଷେପ ନେଲେ ନାହିଁ? ସରକାର ଏହି ଘଟଣାକୁ ନେଇ ପ୍ରହସନ କରୁଛନ୍ତି। ବୋଧ ହୁଏ ଶାସକ ଦଳ ଲୋକେ ଏଥିରେ ସାମିଲ ଅଛନ୍ତି। ସେଥିପାଇଁ  ସରକାର ଏହି ଘଟଣାକୁ ରାଜନୀତିକରଣ କରୁଛନ୍ତି।”

ଗତ ୧୫ ତାରିଖରେ ରାୟଗଡ଼ା ଜିଲ୍ଲାର କୁନ୍ଦୁଲିଠାରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲରୁ ଘରକୁ ଫେରୁଥିଲା ବେଳେ, ନିଛାଟିଆ ରାସ୍ତାରେ ତାଙ୍କୁ ଯବାନଙ୍କ ପୋଷାକ ପିନ୍ଧା କିଛି ଲୋକ ତାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ବଳାତ୍କାର କରି ପଳାଇ ଯାଇଥିବା ଅଭିଯୋଗ ହୋଇଥିଲା। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ପଥଚାରୀମାନେ ତାଙ୍କୁ ପଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।

Ordigital Desk
• Published: Thursday, 09 November 2017
• Updated: 09 November 2017, 02:14 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos