ଯୁବ ନବ ପ୍ରବର୍ତ୍ତନ ପାଣ୍ଠି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ନିମନ୍ତେ ଏମସଏସଏମଇ ବିଭାଗ ତରଫରୁ ଓଡ଼ିଶା ଯୁବ ନବ ପ୍ରବର୍ତ୍ତନ ପାଣ୍ଠି ଯୋଜନା ଆରମ୍ଭ ହୋଇଛି। ସୂଚନାଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ନୂତନ ଚିନ୍ତାଧାରା ଓ  ଜ୍ଞାନକୌଶଳକୁ ବ୍ୟବହାର କରି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଯୁବପିଢ଼ୀଙ୍କୁ ଏହି ଯୋଜନା ସହାୟକ ହେବ ବୋଲି କୁହାଯାଇଛି। ଏହି ଯୋଜନା ପାଇଁ ବ୍ୟୟ ଅଟକଳ ୨ କୋଟି […]

nabin

Rakesh Mallick
  • Published: Tuesday, 11 August 2015
  • , Updated: 11 August 2015, 09:06 AM IST

ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ନିମନ୍ତେ ଏମସଏସଏମଇ ବିଭାଗ ତରଫରୁ ଓଡ଼ିଶା ଯୁବ ନବ ପ୍ରବର୍ତ୍ତନ ପାଣ୍ଠି ଯୋଜନା ଆରମ୍ଭ ହୋଇଛି। ସୂଚନାଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ନୂତନ ଚିନ୍ତାଧାରା ଓ  ଜ୍ଞାନକୌଶଳକୁ ବ୍ୟବହାର କରି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଯୁବପିଢ଼ୀଙ୍କୁ ଏହି ଯୋଜନା ସହାୟକ ହେବ ବୋଲି କୁହାଯାଇଛି। ଏହି ଯୋଜନା ପାଇଁ ବ୍ୟୟ ଅଟକଳ ୨ କୋଟି ଟଙ୍କା ରଖାଯାଇଛି। ଯୋଜନା ମାଧ୍ୟମରେ ନୂତନ ଚିନ୍ତାଧାରା ପାଇଁ ୫୦ ହଜାର ଟଙ୍କା ଓ ନୂଆ ଜ୍ଞାନକୌଶଳ ପାଇଁ ଲକ୍ଷେ ଟଙ୍କାର ପୁରସ୍କାର ବ୍ୟବସ୍ଥା ରହିଛି। ଏହାଛଡ଼ା ନୂଆ ଚିନ୍ତାଧାରା ଓ ଜ୍ଞାନ କୌଶଳ ଭିତ୍ତିରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ୩ ଲକ୍ଷ ଟଙ୍କା ପୁରସ୍କାରର ବ୍ୟବସ୍ଥା ରହିଛି। କାର୍ଯ୍ୟକ୍ରମରେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ମନ୍ତ୍ରୀ ଦେବୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related story