ଜୁନ ସୁଦ୍ଧା ଗୁରୁପ୍ରିୟା ସେତୁ କାମ ସରିବ: ଆଦିତ୍ୟ ପାଢ଼ୀ

ଭୁବନେଶ୍ୱର: ବିଭିନ୍ନ ଉନ୍ନୟନ ମୂଳକ କାମର ଅଗ୍ରଗତି ନେଇ ଆଜିଠାରୁ ବିଭାଗୱାରୀ ସମୀକ୍ଷା ଆରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ। ପ୍ରଥମେ ସେ ପୂର୍ତ୍ତ ବିଭାଗର ନିର୍ମାଣ କାମର ସମୀକ୍ଷା କରିଛନ୍ତି। ସମୀକ୍ଷାର ଫୋକସରେ ଥିଲା ନିର୍ମାଣଧୀନ ଗୁରୁପ୍ରିୟା ସେତୁ, ମହାନଦୀର ତ୍ରିଶୁଳିଆ ବ୍ରିଜ୍‌ ଏବଂ ନିର୍ମାଣଧୀନ ୫ଟି ମେଡିକାଲ କଲେଜ। ସମୀକ୍ଷା ପରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି,“ଗତବର୍ଷ ଅପେକ୍ଷା ଚଳିତବର୍ଷ ସଠିକ୍‌ ଭାବେ ସଂପୃକ୍ତ ବିଭାଗର ନିର୍ମାଣ […]

meeting

Rakesh Mallick
  • Published: Wednesday, 11 January 2017
  • , Updated: 11 January 2017, 03:56 PM IST

ଭୁବନେଶ୍ୱର: ବିଭିନ୍ନ ଉନ୍ନୟନ ମୂଳକ କାମର ଅଗ୍ରଗତି ନେଇ ଆଜିଠାରୁ ବିଭାଗୱାରୀ ସମୀକ୍ଷା ଆରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ। ପ୍ରଥମେ ସେ ପୂର୍ତ୍ତ ବିଭାଗର ନିର୍ମାଣ କାମର ସମୀକ୍ଷା କରିଛନ୍ତି। ସମୀକ୍ଷାର ଫୋକସରେ ଥିଲା ନିର୍ମାଣଧୀନ ଗୁରୁପ୍ରିୟା ସେତୁ, ମହାନଦୀର ତ୍ରିଶୁଳିଆ ବ୍ରିଜ୍‌ ଏବଂ ନିର୍ମାଣଧୀନ ୫ଟି ମେଡିକାଲ କଲେଜ।

ସମୀକ୍ଷା ପରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି,“ଗତବର୍ଷ ଅପେକ୍ଷା ଚଳିତବର୍ଷ ସଠିକ୍‌ ଭାବେ ସଂପୃକ୍ତ ବିଭାଗର ନିର୍ମାଣ କାମ ସରିଛି। ଆସନ୍ତା ଜୁନ୍‌ ସୁଦ୍ଧା ଗୁରୁପ୍ରିୟା ସେତୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୬୭ ପ୍ରତିଶତ କାମ ସରିଛି।”

ସେହିପରି ବାଲେଶ୍ୱର, ବାରିପଦା, ବଲାଙ୍ଗିର ଏବଂ କୋରାପୁଟରେ ପ୍ରସ୍ତାବିତ ମେଡିକାଲ କଲେଜର ନିର୍ମାଣ କାମ ଚଳିତବର୍ଷ ସରିବ ବୋଲି ପାଢ଼ୀ କହିଛନ୍ତି। ବୈଠକରେ ବିଜୁ ଏକ୍ସପ୍ରେସ ୱେ ସମେତ ବିଭିନ୍ନ ରାସ୍ତାର ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ନେଇ ମଧ୍ୟ ସମୀକ୍ଷା ହୋଇଥିଲା।

Related story