କାହିଁକି ଶେଷ ରାସ୍ତା ବାଛିଲେ ପାଢ଼ୀ ଟ୍ୟୁଟରିଆଲ ମୁଖ୍ୟ

ଭୁବନେଶ୍ୱର: ପାଢ଼ୀ ଟ୍ୟୁଟରିଆଲର ମାଲିକ ଜାନକୀ ବଲ୍ଲଭ ପାଢ଼ୀଙ୍କ ମୃତ୍ୟୁକୁ ନେଇ ସନ୍ଦେହଜନକ ପରିସ୍ଥିତି ଲାଗି ରହିଛି। ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଏପରି ଆତ୍ମହତ୍ୟା ସାଧାରଣକୁ ନେଇ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି। ପୋଲିସ ଜାନକୀଙ୍କ ମୃତ୍ୟୁର କାରଣ ଖୋଜୁଥିବା ବେଳେ ପରିବାର ଲୋକେ ଋଣଭାର ଓ ହାତଉଧାରୀକୁ କାରଣ ବତାଉଛନ୍ତି। ହେଲେ ଏହା ଋଣଭାର ଜନିତ ଆତ୍ମହତ୍ୟା ନାଁ ପାରିବାରିକ ବିବାଦର କରୁଣ ପରିଣତି ତାହା ଏବେ ପ୍ରଶ୍ନ ହୋଇ ଛିଡା ହୋଇଛି। ଆଜି […]

janaki

Rakesh Mallick
  • Published: Thursday, 06 April 2017
  • , Updated: 06 April 2017, 07:59 PM IST

ଭୁବନେଶ୍ୱର: ପାଢ଼ୀ ଟ୍ୟୁଟରିଆଲର ମାଲିକ ଜାନକୀ ବଲ୍ଲଭ ପାଢ଼ୀଙ୍କ ମୃତ୍ୟୁକୁ ନେଇ ସନ୍ଦେହଜନକ ପରିସ୍ଥିତି ଲାଗି ରହିଛି। ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଏପରି ଆତ୍ମହତ୍ୟା ସାଧାରଣକୁ ନେଇ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି। ପୋଲିସ ଜାନକୀଙ୍କ ମୃତ୍ୟୁର କାରଣ ଖୋଜୁଥିବା ବେଳେ ପରିବାର ଲୋକେ ଋଣଭାର ଓ ହାତଉଧାରୀକୁ କାରଣ ବତାଉଛନ୍ତି। ହେଲେ ଏହା ଋଣଭାର ଜନିତ ଆତ୍ମହତ୍ୟା ନାଁ ପାରିବାରିକ ବିବାଦର କରୁଣ ପରିଣତି ତାହା ଏବେ ପ୍ରଶ୍ନ ହୋଇ ଛିଡା ହୋଇଛି।

ଆଜି ସକାଳୁ ଭୁବନେଶ୍ୱର ବ୍ରହ୍ମେଶ୍ୱର ପାଟଣା ବସନ୍ତ ବିହାର କଲୋନୀର ବାସଭବନରୁ ପୋଲିସ ଝୁଲନ୍ତା ଅବସ୍ଥାରେ ଜାନକୀଙ୍କ ମୃତଦେହ ଉଦ୍ଧାର କରିଥିଲା। ପାଖରେ ପଡ଼ିଥିବା ୧୦ ପୃଷ୍ଠାର ଏକ ସୁଇସାଇଟ୍‌ ନୋଟ୍‌କୁ ପୋଲିସ ଜବତ କରିଛି। ତେବେ ଏହି ସୁଇସାଇଟ୍‌ ନୋଟ୍‌ରେ କ’ଣ ରହିଛି ଓ ଏହା ପୋଲିସକୁ ତଦନ୍ତରେ କେତେଦୂର ସାହାଯ୍ୟ କରିବ ତାହା ଆଗକୁ ଜଣାପଡିବ।

ମୃତ ଜାନକୀଙ୍କ ଶାଳୀ ହେନା ମହାପାତ୍ର କହିଛନ୍ତି,“ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି। ଆତ୍ମହତ୍ୟା କାହିଁକି କରିବେ। ହାତ ଉଦ୍ଧାରୀ କିଛି ଥାଇପାରେ। ଏ ବିଷୟରେ ମୁଁ କିଛି କହି ପାରିବି ନାହିଁ।”

ପରିବାର ଓ ସମ୍ପର୍କୀୟଙ୍କ କହିବା କଥା ହେଲା ଜାନକୀ ୩୦ କୋଟିରୁ ଅଧିକ ଟଙ୍କାର ଋଣ କରିଥିଲେ। ୨ଟି ବ୍ୟାଙ୍କ ଜାନକୀଙ୍କ ନାଁରେ ନୋଟିସ୍‌ ପଠାଇଥିଲେ। ଏପରିକି କଟକ ପ୍ରତାପ ନଗରସ୍ଥିତ କେବିଆର କଲେଜକୁ ସିଜ୍‌ କରିବାକୁ ଚେତାବନୀ ଦିଆଯାଇଥିଲା। ଯାହାକୁ ନେଇ ଜାନକୀ ମାନସିକ ଚାପରେ ଥିଲେ।

କେବିଆର ଉପଦେଷ୍ଟା ସହଦେବ ସାହୁ କହିଛନ୍ତି,“ବହୁତ ଟଙ୍କା ଖର୍ଚ୍ଚ କରି ଦେଇଥିଲେ। ଏଥିରୁ କିଛି ଲଭା ମିଳୁ ନ ଥିଲା। ସେ ମାନସିକ ଚିନ୍ତାରେ ଥିଲେ। ଆଗରୁ ଜାଣିଥିଲେ ତାଙ୍କୁ ଏପରି ପଦକ୍ଷେପରୁ ଅଟକାଇ ହୋଇଥାନ୍ତି।”

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି,“ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ଜଣାପଡୁଛି। ଗୋଟିଏ ସୁଇସାଇଟ୍‌ ନୋଟ୍‌ ମିଳିଛି। ତାହାକୁ ତର୍ଜମା କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ କ’ଣ ହୋଇଛି।”

Related story