କଳାହାଣ୍ଡି: କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ସୀମାରେ ମାଓବାଦୀ ଏବଂ ଏସ୍ଓଜିଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। କଳହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ପାଙ୍ଗ।ବାଜୁ ସଂରକ୍ଷିତ ଜଙ୍ଗଲର ଲୋବେନ୍ଗଡ ପାଖରେ ଏହି ଘଟଣା ଘଟିଛି । ମାଓବାଦୀଙ୍କ ଓଡିଶା ରାଜ୍ୟ କମିଟିର ବୈଠକ ଚାଲିଥିବା ବେଳେ ଗୁଇନ୍ଦା ସୁତ୍ରରୁ ଖବର ପାଇ ଏସ୍ଓଜି ଯବାନମାନେ ହାଠାତ ଆକ୍ରମଣ କରିଥିଲେ। ଏଠାରେ ୭ଟି କ୍ୟାମ୍ପ କରି ମାଓବାଦୀମାନେ ଥିଲେ। ଏସ୍ଓଜି ଯବାନମାନେ ମାଓବାଦୀଙ୍କ ୭ଟି କ୍ୟାମ୍ପ ଧ୍ୱଂସ କରିଦେଇଥିବା ଜଣାପଡ଼ିଛି। ସେଠାରୁ ପୋଲିସ୍ ବିପୁଳ ପରିମାଣର ମାଓ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଥିବା ଜଣାପଡିଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପୁଅ ଜନ୍ମ ଦିନକୁ ଖାସ କରିବାକୁ ପ୍ରୟାସ, ଆୟୋଜନ କଲେ ରକ୍ତଦାନ ଶିବିର
ସବୁ ବାପାମା’ ନିଜ ପିଲାଙ୍କ ଜନ୍ମ ଦିନକୁ ଧୁମଧାମରେ ପାଳନ କରିଥାନ୍ତି। ଏଥିପାଇଁ କିଏ ବଡ଼ ପାର୍ଟିର ଆୟୋଜନ କରିଥାଏ ତ କିଏ ବନ୍ଧୁବାନ୍ଧବଙ୍କୁ ଭୋଜି ଭାତରେ ଆପାୟିତ କରି ଖୁସି ହୋଇଥାଏ।
Crime
୬ ମାସ ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ; ବାପାମା’ ହତ୍ୟା କରିଥିବା ଅଭିଯୋଗ
ଶିଶୁଟିକୁ ତାର ବାପାମା’ ହତ୍ୟା କରିଥିବା ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ।
Crime
କେରଳରୁ ବନ୍ଧା ହେଲେ ଅଭିଯୁକ୍ତ, ବର୍ଷେ ତଳେ ପତ୍ନୀଙ୍କୁ ହାଣି ଫେରାର ହୋଇଥିଲେ
ବର୍ଷେ ତଳେ ବ୍ରହ୍ମପୁର ସହରରେ ଅତି ନିର୍ମମ ଭାବେ ପତ୍ନୀଙ୍କୁ ହତ୍ୟା କରିଥିଲେ। ଏହାପରେ ଫେରାର ହୋଇ ଯାଇଥିଲେ ଅଭିଯୁକ୍ତ। ମାତ୍ର ବର୍ଷେ ପରେ ପୁଲିସ୍ ଜାଲରେ ପଡ଼ିଛନ୍ତି ଅଭିଯୁକ୍ତ।
Crime
କୋଟିପତି ଉପଜିଲ୍ଲାପାଳଙ୍କୁ ବାନ୍ଧିଲା ଭିଜିଲାନ୍ସ
ଗତକାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା
Accident
ନିଜ ବିଲକୁ ଯାଇଥିଲେ ଚାଷୀ, ମାରିଲା କରେଣ୍ଟ
ପାଚିଲା ଧାନ ଦେଖିବାକୁ ନିଜ ବିଲକୁ ଯାଇଥିଲେ ଚାଷୀ। ମାତ୍ର ଘଟିଗଲା ଅଘଟଣ । ପଡ଼ୋଶୀଙ୍କ ତାର ବାଡ଼ରେ ହାତ ପଡ଼ିଯିବାରୁ ମାରିଲା କରେଣ୍ଟ ଓ ସେଠାରେ ହିଁ ସେ ଟଳି ପଡ଼ିଲେ।