କଲ୍ୟାଣସିଂହପୁର: ବନ୍ଦ ଘରୁ ମା’ ଓ ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ବେଲକଣା ଗାଁରେ ଘଟି ଯାଇଛି ଏକ ଦୁଃଖଦ ଘଟଣା। ଆଜି ସକାଳେ ଗାଁର ଅଙ୍ଗନବାଡି କର୍ମୀ ଉତ୍କଳା ଶୁକ୍ଳା ଓ ତାଙ୍କ ଦୁଇ ବିବାହିତା ଝିଅଙ୍କ ମୃତଦେହକୁ ବନ୍ଦ ଘରୁ ଉଦ୍ଧାର କରାଯାଇଛି। ମୃତ ଦୁଇ ଝିଅ ହେଲେ ପିଙ୍କି (୩୮) ଓ ରିଙ୍କି (୨୬)। ତା’ସହିତ ଏକ ୨ ବର୍ଷର ଝିଅକୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି […]

kalyasinghpur1

Rakesh Mallick
  • Published: Sunday, 07 August 2016
  • , Updated: 07 August 2016, 03:36 PM IST

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ବେଲକଣା ଗାଁରେ ଘଟି ଯାଇଛି ଏକ ଦୁଃଖଦ ଘଟଣା। ଆଜି ସକାଳେ ଗାଁର ଅଙ୍ଗନବାଡି କର୍ମୀ ଉତ୍କଳା ଶୁକ୍ଳା ଓ ତାଙ୍କ ଦୁଇ ବିବାହିତା ଝିଅଙ୍କ ମୃତଦେହକୁ ବନ୍ଦ ଘରୁ ଉଦ୍ଧାର କରାଯାଇଛି। ମୃତ ଦୁଇ ଝିଅ ହେଲେ ପିଙ୍କି (୩୮) ଓ ରିଙ୍କି (୨୬)। ତା’ସହିତ ଏକ ୨ ବର୍ଷର ଝିଅକୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗତକାଲିଠାରୁ ଉତ୍କଳା ଶୁକ୍ଳାଙ୍କ ଘରକୁ କେହି ଯିବା ଆସିବା କରୁ ନ ଥିଲେ। ଆଜି ସକାଳେ ସନ୍ଦେହ ହେବାରୁ ପୋଲିସ୍‌କୁ ଖବର ଦିଆଯାଇଥିଲା। ପୋଲିସ୍ ଆସିବା ପରେ ବନ୍ଦ ଘରୁ ଉତ୍କଳା ଓ ତାଙ୍କ ଦୁଇ ଝିଅଙ୍କ ମୃତଦେହକୁ ଉଦ୍ଧାର କରିଥିଲା।

କଲ୍ୟାଣସିଂହପୁର ବ୍ଲକ୍ ଙ୍ଗନବାଡ଼ି କର୍ମୀ ସଂଘ ଅଭିଯୋଗ କରିଛି ଯେ ଚାପରେ ପଡ଼ି ଉତ୍କଳା ଶୁକ୍ଳା ଜୀବନ ହାରିଛନ୍ତି।  ୱାର୍ଡ ମେମ୍ବର ଓ ଅଙ୍ଗନବାଡ଼ି କେନ୍ଦ୍ରର ହେଲପର ତାଙ୍କୁ ନିର୍ଯାତନା ଦେଉଥିବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରି ସଂଘ ପକ୍ଷରୁ ବେଲକଣା ଠାରେ ରାସ୍ତାରୋକ କରାଯାଇଥିଲା। ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶ୍ରୁତି ପାଇବା ପରେ ସେମାନେ ରାସ୍ତାରୋକରୁ ହଟିଥିଲେ।

କଲ୍ୟାଣସିଂହପୁର ବ୍ଲକ୍ ଙ୍ଗନବାଡ଼ି କର୍ମୀ ସଂଘ ପ୍ରଭାତୀ ନଳିନୀ ଜେନା କହିଛନ୍ତି,“ଗାଁର ୱାର୍ଡ ମେମ୍ବର ଓ ଅଙ୍ଗନବାଡ଼ି କେନ୍ଦ୍ରର ହେଲପର ଉତ୍କଳାଙ୍କୁ ହଇରାଣ କରୁଥିଲା। ଗାଁ ଲୋକଙ୍କୁ ମତାଇ ତାଙ୍କୁ ନିର୍ଯାତନା ଦେଉଥିଲେ। ୧୫ ବର୍ଷ ହେଲାଣି ସେ ନିର୍ଯାତନା ସହି ଆସୁଥିଲେ।”

ରାୟଗଡ଼ା ଏସ୍‌ଡିପିଓ ୱାଇ. ଜଗନ୍ନାଥ ରାଓ କହିଛନ୍ତି,“ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଭଳି ଲାଗୁଛି। ମୃତଦେହ ପାଖରେ କୀଟନାଶକ ବୋତଲ ମିଳିଛି। ତେବେ ତଦନ୍ତ ପରେ ସତ କଥା ଜଣାପଡ଼ିବ।”

Related story