ଜଣେ ପୁରୁଷର ସମ୍ବେଦନା ଓ ବାସନାଶିକ୍ତକୁ ମଜବୁତ୍ ଓ ଦୀର୍ଘସ୍ଥାୟୀ ରଖିବାକୁ ନାନା ବ୍ୟବସ୍ଥା ରହିଛି। କ’ଣ ଖାଇଲେ ପୁରୁଷତ୍ୱ ସର୍ବଦା ଜାଗ୍ରତ ରୁହେ ସେ ସମ୍ପର୍କରେ ହୁଏତ ଅଳ୍ପେ ବହୁତେ ଆପଣ ଜାଣିଥାଇ ପାରନ୍ତି। ହେଲେ ଏ ସମ୍ପର୍କରେ ଖୁବ୍ କମ୍ ଲୋକ ଜାଣିଥିବେ ଯେ, କଦଳୀ ଗଛର ଏମିତି ଗୋଟିଏ ଅଂଶ ଅଛି, ଯାହାର ସେବନ ଆପଣଙ୍କୁ ନପୁଂସକ କରିପାରେ। ଏଣୁ କଦଳୀ ଗଛର ଏହି ଅଂଶଟିକୁ ସାବଧାନ।
ପୁରାତନ କାଳରୁ ମୁନିଋଷିମାନେ ନିଜକୁ କାମ ବାସନାରୁ ଦୂର ରଖିବାକୁ କଦଳୀ ଗଛର ଚେର ସେବନ କରୁଥିଲେ। କୁହାଯାଏ କଦଳୀ ଗଛର ଚେରକୁ ବାଟି ପାଣିରେ ମିଶାଇ ପିଇବା ଦ୍ୱାରା ପୁରୁଷ ଶରୀରରେ ଥିବା ପୁରୁଷାର୍ଥ ନଷ୍ଟ ହୋଇଯାଏ। ଏଣୁ ପୁରାତନ ଯୁଗରେ ଏହାକୁ ଆପଣାଉଥିଲେ ସେମାନେ। କଦଳୀରେ ପ୍ରଚୁର ମାତ୍ରାରେ ଆଇରନ୍, ପୋଟାସିୟମ୍ ଓ ଫାଇବର ଥିବାରୁ ଏହାର ସେବନ ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ ଲାଭଦାୟୀ ହୋଇଥିବା ବେଳେ ଏହି ଗଛର ଚେର କିନ୍ତୁ ବଡ ମାରାତ୍ମକ। ଆପଣ ବିଶ୍ୱାସ କରିପାରୁ ନ ଥିଲେ ବି କଥାଟି ସତ।
ଉହାହରଣ ଭାବ ଆମ ମଧ୍ୟପ୍ରଦେଶରେ ବସବାସ କରୁଥିବା ବେଙ୍ଗା ଜନଜାତୀୟ ପରମ୍ପରାକୁ ନେଇପାରିବା। ଏଠାରେ ଆଜି ମଧ୍ୟ ପୁରୁଷକୁ ନପୁଂସକ କରିବାକୁ ତଥା ପୁରୁଷ ଗର୍ଭନିରୋଧକ ପଦ୍ଧତି ଭାବେ କଦଳୀ ଚେରର ଜୁସ୍ ପିଆଇବାର ବ୍ୟବସ୍ଥା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।