ପାଇଖାନାରେ ନାବାଳିକାକୁ ବଳାତ୍କାର, ଅଭିଯୁକ୍ତକୁ ଖୁଣ୍ଟରେ ବାନ୍ଧିଲେ ଲୋକେ

<p>କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ପାଇଖାନା ଭିତରେ ନାବାଳିକାକୁ ବଳାତ୍କାର। ନଳକୂପକୁ ପାଣି ଆଣିବାକୁ ଯାଇଥିବା ବେଳେ ନାବାଳିକା ବଳାତ୍କାରରେ ଶିକାର ହୋଇଛି। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରେ ଘଟିଛି। ଗାଁ ଲୋକେ ଅଭିଯୁକ୍ତକୁ ଧରି ପୋଲିସ ଜିମା ଦେଇଛନ୍ତି।</p> <p>ନାବାଳିକା ଜଣକ ଘର ପାର୍ଶ୍ୱ ନଳକୂପ ପାଖକୁ ପାଣି ଆଣିବାକୁ ଯାଇଥିଲେ। ସେହି ରାସ୍ତାରେ ଯାଉଥିବା ଇଚ୍ଛାପୁର-ଜାଗୁଳାଇପଡ଼ା ଗାଁର ଦିଲ୍ଲୀପ ବେହେରା ତାଙ୍କୁ ବଳପୂର୍ବକ ପାଇଖାନା ଭିତରକୁ ଟେକି ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ତେବେ ନାବାଳିକାଙ୍କ ଚିତ୍କାର ଶୁଣି ପଡ଼ୋଶୀ ତାକୁ ଉଦ୍ଧାର କରିଥିଲେ। ଦିଲ୍ଲୀପ ଘଟଣା ସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ଗାଁ ଲୋକେ ତାକୁ କାବୁ କରି ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପକାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଗାଁରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।</p>

Ordigital Desk
  • Published: Saturday, 02 September 2017
  • Updated: 02 September 2017, 05:29 PM IST

Sports

Latest News

<p>କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ପାଇଖାନା ଭିତରେ ନାବାଳିକାକୁ ବଳାତ୍କାର। ନଳକୂପକୁ ପାଣି ଆଣିବାକୁ ଯାଇଥିବା ବେଳେ ନାବାଳିକା ବଳାତ୍କାରରେ ଶିକାର ହୋଇଛି। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରେ ଘଟିଛି। ଗାଁ ଲୋକେ ଅଭିଯୁକ୍ତକୁ ଧରି ପୋଲିସ ଜିମା ଦେଇଛନ୍ତି।</p><p>ନାବାଳିକା ଜଣକ ଘର ପାର୍ଶ୍ୱ ନଳକୂପ ପାଖକୁ ପାଣି ଆଣିବାକୁ ଯାଇଥିଲେ। ସେହି ରାସ୍ତାରେ ଯାଉଥିବା ଇଚ୍ଛାପୁର-ଜାଗୁଳାଇପଡ଼ା ଗାଁର ଦିଲ୍ଲୀପ ବେହେରା ତାଙ୍କୁ ବଳପୂର୍ବକ ପାଇଖାନା ଭିତରକୁ ଟେକି ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ତେବେ ନାବାଳିକାଙ୍କ ଚିତ୍କାର ଶୁଣି ପଡ଼ୋଶୀ ତାକୁ ଉଦ୍ଧାର କରିଥିଲେ। ଦିଲ୍ଲୀପ ଘଟଣା ସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ଗାଁ ଲୋକେ ତାକୁ କାବୁ କରି ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପକାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଗାଁରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos