ହୁଇପ୍ ମାନିଲେନି ବିଜେଡି କାଉନସିଲର; ଅନାସ୍ଥା ଭୋଟରେ ହାରିଲେ କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା

କେନ୍ଦୁଝର: କେନ୍ଦୁଝରଗଡ଼ ପୌର ପରିଷଦ ଅଧ୍ୟକ୍ଷା ମୀନା ମାଝି  ସୋମବାର ହୋଇଥିବା ଅନାସ୍ଥା ପ୍ରସ୍ତାବରେ ହାରି ଯାଇଛନ୍ତି । ୧୫ ଜଣ କାଉନସିଲର ତାଙ୍କ ବିରୁଦ୍ଧରେ ଭୋଟ୍ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ବିଜେଡିର ୯ଜଣ ଓ କଂଗ୍ରେସର ୬ଜଣ କାଉନସିଲର ଅଛନ୍ତି। ଦଳୀୟ ହୁଇପ୍ ବିରୋଧରେ ଯାଇ ବିଜେଡି କାଉନସିଲରମାନେ ଅଧ୍ୟକ୍ଷା ବିରୋଧରେ ଭୋଟ୍ ଦେଇଥିଲେ। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦଳପକ୍ଷରୁ କୁହାଯାଇଛି। ଏହି ୧୫ କାଉନସିଲର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡିଆରଡିଏ ପ୍ରକଳ୍ପ […]

kendujhar

Rakesh Mallick
  • Published: Monday, 28 December 2015
  • , Updated: 28 December 2015, 11:26 AM IST

କେନ୍ଦୁଝର: କେନ୍ଦୁଝରଗଡ଼ ପୌର ପରିଷଦ ଅଧ୍ୟକ୍ଷା ମୀନା ମାଝି  ସୋମବାର ହୋଇଥିବା ଅନାସ୍ଥା ପ୍ରସ୍ତାବରେ ହାରି ଯାଇଛନ୍ତି । ୧୫ ଜଣ କାଉନସିଲର ତାଙ୍କ ବିରୁଦ୍ଧରେ ଭୋଟ୍ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ବିଜେଡିର ୯ଜଣ ଓ କଂଗ୍ରେସର ୬ଜଣ କାଉନସିଲର ଅଛନ୍ତି। ଦଳୀୟ ହୁଇପ୍ ବିରୋଧରେ ଯାଇ ବିଜେଡି କାଉନସିଲରମାନେ ଅଧ୍ୟକ୍ଷା ବିରୋଧରେ ଭୋଟ୍ ଦେଇଥିଲେ। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦଳପକ୍ଷରୁ କୁହାଯାଇଛି।

ଏହି ୧୫ କାଉନସିଲର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଲିଖିତ ଭାବେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ।

 ପୌରାଧ୍ୟକ୍ଷାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଏହି କାଉନସିଲମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

କେନ୍ଦୁଝରଗଡ଼ ପୌର ପରିଷଦରେ ୧୪ଜଣ ବିଜେଡି, ୬ଜଣ କଂଗ୍ରେସ ଓ ଜଣେ ବିଜେପି କାଉନସିଲର ଅଛନ୍ତି।

କେନ୍ଦୁଝରଗଡ଼ ପୌରପାଳିକାର ୨୧ ଜଣ କାଉନସିଲରଙ୍କ ମଧ୍ୟରୁ ୧୬ ଜଣ ଭୋଟ୍ ଦେବାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ବିଜେଡିର ୯ ଜଣ ଓ କଂଗ୍ରେସର ୬ ଜଣ। ବିଜେପିର ଜଣେ କାଉନସିଲର ଆସିଥିଲେ ହେଁ ଭୋଟ୍ ଦେଇ ନ ଥିଲେ।

ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର କହିଛନ୍ତି, ମୋଟ ୧୬ ଜଣ କାଉନସିଲର ଭୋଟ ଦେବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୧୫ ଜଣ ଭୋଟ୍ ଦେଇଥିଲେ। ୧୫ ଜଣ ଯାକ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିଲେ। ଜଣେ ଭୋଟଦାନରୁ ବିରତ ରହିଥିଲେ। ଅନାସ୍ଥା ଭୋଟର ଫଳାଫଳ ସଂପର୍କରେ ଜିଲ୍ଲାପାଳ ଓ ସରକାରଙ୍କୁ ଜଣାଇ ଦିଆଯିବ।

ଅନ୍ୟପକ୍ଷରେ ବରିଷ୍ଠ ବିଜେଡି ନେତା ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି ଯେ ହୁଇପ୍ ବିରୋଧରେ ଯାଇ କେନ୍ଦୁଝରଗଡ଼ ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ ଭୋଟ୍ ଦେଇଥିବା ବିଜେଡି କାଉନସିଲରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନୂଆ ଆଇନ୍ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related story