ପାରିବାରିକ କଳହରୁ ଝିଅ ତଣ୍ଟିଚିପି ହତ୍ୟାକଲା ବାପା

କେନ୍ଦୁଝର: ବାପା ଓ ମା’ଙ୍କ କଳିରେ ବଳି ପଡ଼ିଗଲା ୪ ବର୍ଷର ଝିଅ। ରାଗରେ ଜର୍ଜରିତ ବାପା ଶୋଇଥିବା ଅବସ୍ଥାରେ ୪ ବର୍ଷର ଝିଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାହାଡ଼ାପୁର ଗାଁର। ଶୁକ୍ରବାର ସକାଳେ ସନ୍ତୋଷ ମହାନ୍ତ ଓ ତାଙ୍କ ସ୍ତ୍ରୀ ଫୁଲମଣୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ଫୁଲମଣୀ ତାଙ୍କର ଦୁଇ ବର୍ଷର ଝିଅକୁ ସାଥିରେ ଧରି […]

kendujhar

Rakesh Mallick
  • Published: Saturday, 03 December 2016
  • , Updated: 03 December 2016, 11:02 PM IST

କେନ୍ଦୁଝର: ବାପା ଓ ମା’ଙ୍କ କଳିରେ ବଳି ପଡ଼ିଗଲା ୪ ବର୍ଷର ଝିଅ। ରାଗରେ ଜର୍ଜରିତ ବାପା ଶୋଇଥିବା ଅବସ୍ଥାରେ ୪ ବର୍ଷର ଝିଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାହାଡ଼ାପୁର ଗାଁର।

ଶୁକ୍ରବାର ସକାଳେ ସନ୍ତୋଷ ମହାନ୍ତ ଓ ତାଙ୍କ ସ୍ତ୍ରୀ ଫୁଲମଣୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ଫୁଲମଣୀ ତାଙ୍କର ଦୁଇ ବର୍ଷର ଝିଅକୁ ସାଥିରେ ଧରି ବାପ ଘରକୁ ଚାଲି ଯାଇଥିଲେ। ମାତ୍ର ୪ ବର୍ଷର ଝିଅ ସୋନାଲି ଅଙ୍ଗନୱାଡ଼ି ଯାଇଥିବାରୁ ମା’ ସାଥିରେ ଯାଇପାରି ନ ଥିଲା। ତେବେ ରାତିରେ ସୋନାଲି ଶୋଇଥିବା ଅବସ୍ଥାରେ ସନ୍ତୋଷ ତା’ର ତଣ୍ଟି ଚିପି ହତ୍ୟା କରିଥିଲା।

ଆଜି ସକାଳେ ସନ୍ତୋଷ ଶ୍ୱଶୁର ଘରକୁ ଯାଇ ବଡ଼ ଝିଅର ତଣ୍ଟି ଚିପି ହତ୍ୟା କରିଛନ୍ତି ବୋଲି ଫୁଲମଣୀଙ୍କୁ କହିଥିଲେ। ଏ ସମ୍ପର୍କରେ ଫୁଲମଣୀଙ୍କ ବାପ ଘର ଲୋକେ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ମାମଲା ରୁଜୁ କରି ସନ୍ତୋଷକୁ ଗିରଫ କରିବା ସହିତ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Related story