ବାର୍ଡ ଫ୍ଲୁ ଆତଙ୍କ: କେରଙ୍ଗରେ ମରାଗଲା ପକ୍ଷୀ

ଖୋର୍ଦ୍ଧା: ବାର୍ଡ ଫ୍ଲୁ ଚିହ୍ନଟ ପରେ ଖୋର୍ଦ୍ଧା ଜିଲ୍ଲା କେରଙ୍ଗରେ ଆଜିଠାରୁ ପକ୍ଷୀ ମରା ଅଭିଯାନ ଆରମ୍ଭ କରାଯାଇଛି। ୫ ଟିମ୍ ସହାୟତାରେ ପ୍ରଭାବିତ ଅଞ୍ଚଳରେ କୁକୁଡ଼ା ସମେତ ବତକ, ପାରା ଓ ହଂସ ମରାଯାଇଛି। ଜିଲ୍ଲା ପ୍ରଶାସନ ଓ ପୋଲିସ୍‌ର ଉପସ୍ଥିତିରେ ଲୋକଙ୍କ ସହମତିରେ ଏହି ପକ୍ଷୀ ମରା ଯାଉଛି। ମୃତ ପକ୍ଷୀକୁ ଜନବସତି ଓ ଜଳାଶୟଠାରୁ ଦୂର ନିରାପଦ ସ୍ଥାନରେ ଗାତ ଖୋଳି ପୋତା ଯାଉଛି। ସ୍ଥାନୀୟ ଲୋକ ବିରୋଧ ଯୋଗୁଁ ଗତକାଲି କୁକୁଡ଼ା ମରା […]

birdflu

Rakesh Mallick
  • Published: Wednesday, 28 December 2016
  • , Updated: 28 December 2016, 08:12 PM IST

ଖୋର୍ଦ୍ଧା: ବାର୍ଡ ଫ୍ଲୁ ଚିହ୍ନଟ ପରେ ଖୋର୍ଦ୍ଧା ଜିଲ୍ଲା କେରଙ୍ଗରେ ଆଜିଠାରୁ ପକ୍ଷୀ ମରା ଅଭିଯାନ ଆରମ୍ଭ କରାଯାଇଛି। ୫ ଟିମ୍ ସହାୟତାରେ ପ୍ରଭାବିତ ଅଞ୍ଚଳରେ କୁକୁଡ଼ା ସମେତ ବତକ, ପାରା ଓ ହଂସ ମରାଯାଇଛି। ଜିଲ୍ଲା ପ୍ରଶାସନ ଓ ପୋଲିସ୍‌ର ଉପସ୍ଥିତିରେ ଲୋକଙ୍କ ସହମତିରେ ଏହି ପକ୍ଷୀ ମରା ଯାଉଛି। ମୃତ ପକ୍ଷୀକୁ ଜନବସତି ଓ ଜଳାଶୟଠାରୁ ଦୂର ନିରାପଦ ସ୍ଥାନରେ ଗାତ ଖୋଳି ପୋତା ଯାଉଛି।

ସ୍ଥାନୀୟ ଲୋକ ବିରୋଧ ଯୋଗୁଁ ଗତକାଲି କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇପାରି ନ ଥିଲା। କେରଙ୍ଗ ଗାଁ ପାଖରେ ଥିବା ଏକ ଫାର୍ମରୁ ପ୍ରଥମେ କୁକୁଡା ମରାଯିବାକୁ ଲୋକେ ଜିଦ୍‌ ଧରିଥିଲେ। ତେବେ ଗ୍ରାମବାସୀଙ୍କୁ ବାର୍ଡ ଫ୍ଲୁର ଭୟାବହତା ସଂପର୍କରେ ସଚେତନ କରାଇବା ପରେ ସେମାନଙ୍କ ସହମତିରେ ଆଜି କୁକୁଡ଼ା କ୍ଷ ଅନ୍ୟ ପକ୍ଷୀ ମରାଯାଇଛି। କ୍ଷତିପୂରଣ ବାବଦକୁ ପ୍ରତି ପକ୍ଷୀ ପିଛା ଲୋକଙ୍କୁ ୧୧୫ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଇଛି। କିଛି ଲୋକ ସେମାନଙ୍କ ପକ୍ଷୀ ଦେଇ ନ ଥିବାରୁ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏହି ପକ୍ଷୀ ମରା ଅଭିଯାନ ଚାଲିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅଞ୍ଚଳରେ ଫ୍ଲୁ ଚିହ୍ନଟ ହେବା ପରେ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହା ଯେପରି ଲୋକଙ୍କୁ ସଂକ୍ରମିତ ନ କରିବ ସେଥିପାଇଁ ସତର୍କତା ଅବଲମ୍ବନ କରାଯାଉଛି। ଫ୍ଲୁ କୁ ନେଇ ଆତଙ୍କିତ ନ ହେବାକୁ ପଶୁସମ୍ପଦ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି। ସେ କହିଛନ୍ତି,“ସଂକ୍ରମଣ ଯେପରି ଅନ୍ୟ ସ୍ଥାନକୁ ନ ବ୍ୟାପିବ ସେଥିପାଇଁ ପଦକ୍ଷେପ ନିଆଯାଉଛି।”

କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି,“ ଜଣ ଭିଏସ୍‌, ୫ ଜଣ ଆଟେନାଣ୍ଟ, ୫ ଜଣ ଏଲ୍‌ଆଇ, ୧୦ ଜଣ ଶ୍ରମିକଙ୍କୁ ପକ୍ଷୀ ମରା ଅଭିଯାନରେ ସାମିଲ କରାଯାଇଛି।”

କେରଙ୍ଗ ଗାଁ ନିକଟରେ ଥିବା କୁକୁଡା ଫାର୍ମରୁ ଆଜି ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।

କେରଙ୍ଗ ଅଞ୍ଚଳରେ ଶହଶହ କୁକୁଡା, ବତକ, ପାରା ଓ ଅନ୍ୟନ୍ୟ ପକ୍ଷୀଙ୍କ ଅସ୍ୱାଭାବିକ ମୃତ୍ୟୁ ପରେ ପ୍ରାଣୀଧନ ବିଭାଗ ମୃତ ପକ୍ଷୀଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୋପାଳ ପଠାଇଥିଲା। ସେଥିରୁ ୫ଟି କୁକୁଡା ଓ ୪ଟି କାଉଙ୍କ ଦେହରେ ବାର୍ଡ ଫ୍ଲୁ ଭୂତାଣୁ ଥିବା ସ୍ପଷ୍ଟ ହୋଇଥିଲା।

୨୦୧୨ ମସିହାରେ ମଧ୍ୟ କେରଙ୍ଗ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହେବାରୁ ୪୦ ହଜାର କୁକୁଡା ମରାଯିବ ସହ ୬୨ ହଜାର ଅଣ୍ଡା ନଷ୍ଟ କରାଯାଇଥିଲା।

Related story