କିଶୋରଙ୍କ ବିଧାୟକ ପଦ ରଦ୍ଦ ଦାବି କଲା ବିଜେପି

ଭୁବନେଶ୍ୱର: କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କ ବିରୋଧରେ ପୁଣି ଥରେ ରାଜ୍ୟ ବିଜେପି ଅଭିଯୋଗ ଆଣିଛି। ଦଳର ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଧାୟକ ତରାଇ ମିଥ୍ୟା ତଥ୍ୟପାଠ ଦାଖଲ କରିଥିବା ନେଇ ଅଭିଯୋଗ କରିବା ସହ ତାଙ୍କ ସଭ୍ୟପଦ ରଦ୍ଦ କରିବାକୁ ଦାବି କରିଛି। ବିଧାୟକଙ୍କ ସତ୍ୟପାଠରେ ଲେଲିନ୍‌ ଲେଙ୍କା ନାମକ ଜଣେ ବ୍ୟକ୍ତିଙ୍କ ନାମ ଥିବାରୁ ଏହାକୁ ଭୁଲ ବିବେଚନା କରିବାକୁ ଦଳ ଦାବି […]

bjp

bjp

Rakesh Mallick
  • Published: Thursday, 02 February 2017
  • Updated: 02 February 2017, 07:32 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କ ବିରୋଧରେ ପୁଣି ଥରେ ରାଜ୍ୟ ବିଜେପି ଅଭିଯୋଗ ଆଣିଛି। ଦଳର ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଧାୟକ ତରାଇ ମିଥ୍ୟା ତଥ୍ୟପାଠ ଦାଖଲ କରିଥିବା ନେଇ ଅଭିଯୋଗ କରିବା ସହ ତାଙ୍କ ସଭ୍ୟପଦ ରଦ୍ଦ କରିବାକୁ ଦାବି କରିଛି।

ବିଧାୟକଙ୍କ ସତ୍ୟପାଠରେ ଲେଲିନ୍‌ ଲେଙ୍କା ନାମକ ଜଣେ ବ୍ୟକ୍ତିଙ୍କ ନାମ ଥିବାରୁ ଏହାକୁ ଭୁଲ ବିବେଚନା କରିବାକୁ ଦଳ ଦାବି କରିଛି। ଏହାସହ ଏହାକୁ ମିଥ୍ୟା ସତ୍ୟପାଠ ଭାବେ ଗ୍ରହଣ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିନିଧି ଦଳ ଦାବି କରିଛନ୍ତି।

ସମୀର କହିଛନ୍ତି,“ବିଧାନସଭା ନିର୍ବାଚନ ବେଳେ ବିଧାୟକ କିଶୋର ତରାଇ ତାଙ୍କ ନାଁକୁ ଲେଲିନ୍‌ ଲେଙ୍କା ବୋଲି ଉଲ୍ଲେଖ କରିଛନ୍ତି। ଏନେଇ ଆମେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛୁ। ଏହା ଗୁରୁତର ଭୁଲ ହୋଇଥିବାରୁ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ଆମେ ଦାବି କରିଛୁ।”

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ବିଜେଡି ଯେଉଁମାନଙ୍କୁ ପ୍ରାର୍ଥୀ କରୁଛି ସେମାନଙ୍କ ଯୋଗ୍ୟତା କେତେ କିଶୋର ତରାଇଙ୍କ ଘଟଣାରେ ଜଣାପଡୁଛି। କିଶୋର ତରାଇ ତାଙ୍କ ବାପା ଓ ପତ୍ନୀଙ୍କ ନାଁ ଭୁଲ ଉଲ୍ଲେଖ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଧାନସଭା ନିର୍ବାଚନ ବେଳେ ସେ ଦାଖଲ କରିଥିବା ସତ୍ୟପାଠରେ ନିଜ ନାଁ ଲେଲିନ୍‌ ଲେଙ୍କା ବୋଲି ଉଲ୍ଲେଖ କରିଛନ୍ତି। ସତ୍ୟପାଠ ଭୁଲ ଥିବାବେଳେ ତାଙ୍କ ନାମାଙ୍କନପତ୍ର କାହିଁକି ନାକଚ କରାଗଲାନାହିଁ? କେଉଁ ଆଧାରରେ ସେ ନିର୍ବାଚନ ଲଢ଼ି ଜିତିଲେ ତାକୁ ନେଇ ଆମେ ପ୍ରଶ୍ନ କରିଛୁ। ତାଙ୍କ ନାମାଙ୍କନପତ୍ର ନାକଚ କରାଯିବା ସହ ନିର୍ବାଚନ କମିଶନ ବାଚସ୍ପତିଙ୍କୁ ତାଙ୍କ ସଭ୍ୟପଦ ରଦ୍ଦ କରିବାକୁ ଚିଠି ଲେଖନ୍ତୁ ବୋଲି ଆମେ ଦାବି କରିଛୁ।”

ବାରମ୍ବାର ମିଥ୍ୟା ସତ୍ୟପାଠ ଓ ଚଞ୍ଚକତା ଅଭିଯୋଗରେ କଂଗ୍ରେସ ମଧ୍ୟ କିଶୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। କଂଗ୍ରେସ ମୁଖ୍ୟ ମୁଖପାତ୍ର ଗଣେଶ୍ୱର ବେହେରା କହିଛନ୍ତି,“ଜନପ୍ରତିନିଧି ଆଇନର ଧାରା ୧୭ ଓ ୧୮କୁ ଉଲ୍ଲଂଘନ କରାଯାଇ ଏକାଧିକ ନିର୍ବାଚନ ମଣ୍ଡଳୀରେ ନାମ ଦରଜ କରିବା ଓ ଗୋଟିଏ ନିର୍ବାଚନ ମଣ୍ଡଳୀ (୯୭- କେନ୍ଦ୍ରାପଡ଼ା ସଂରକ୍ଷିତ)ରେ ଦୁଇଟି ସ୍ଥାନରେ ନାମ ଦରଜ କରିବା ଏକ ଅପରାଧ। ଦଣ୍ଡିବିଧାନ ପାଇଁ ଆମେ ମଧ୍ୟ ଲିଖିତ ଆକାରରେ ଦାବି କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story