ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ମୃତ୍ୟୁ କେମିତି ହୋଇଥିଲା?

ସଂସାରରେ ଜନ୍ମ ଓ ମୃତ୍ୟୁ ଅଛି। ଏହା ନିଶ୍ଚିତ। ପ୍ରତ୍ୟେକ ବ୍ୟକ୍ତି ସଂସାରକୁ ଆସିବା ପୂର୍ବରୁ ତାର ମୃତ୍ୟୁ ସ୍ଥିର ହୋଇଥାଏ। ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ସଂସାର ଚକ୍ରବ୍ୟୂହରୁ ମଣିଷ ରୂପଧାରୀ ଭଗବାନ ମଧ୍ୟ ବାଦ ପଡ଼ିନାହାନ୍ତି। ଆୟୁ ଶେଷ ହେବା ପରେ ସେମାନଙ୍କୁ ବି ଛାଡ଼ିବାକୁ ପଡ଼ିଛି ଏ ସଂସାର। ଆଜି ଆସନ୍ତୁ ଜାଣିବା ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ କେମିତି ବୈକୁଣ୍ଠପୁର ଯାଇଥିଲେ। ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହେଉଛନ୍ତି ହନୁମାନ। ସେ […]

Ram

Ram

Rakesh Mallick
  • Published: Thursday, 16 November 2017
  • Updated: 16 November 2017, 10:39 PM IST

Sports

Latest News

ସଂସାରରେ ଜନ୍ମ ଓ ମୃତ୍ୟୁ ଅଛି। ଏହା ନିଶ୍ଚିତ। ପ୍ରତ୍ୟେକ ବ୍ୟକ୍ତି ସଂସାରକୁ ଆସିବା ପୂର୍ବରୁ ତାର ମୃତ୍ୟୁ ସ୍ଥିର ହୋଇଥାଏ। ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ସଂସାର ଚକ୍ରବ୍ୟୂହରୁ ମଣିଷ ରୂପଧାରୀ ଭଗବାନ ମଧ୍ୟ ବାଦ ପଡ଼ିନାହାନ୍ତି। ଆୟୁ ଶେଷ ହେବା ପରେ ସେମାନଙ୍କୁ ବି ଛାଡ଼ିବାକୁ ପଡ଼ିଛି ଏ ସଂସାର। ଆଜି ଆସନ୍ତୁ ଜାଣିବା ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ କେମିତି ବୈକୁଣ୍ଠପୁର ଯାଇଥିଲେ।

ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହେଉଛନ୍ତି ହନୁମାନ। ସେ ଅଯୋଧ୍ୟାର ମୁଖ୍ୟ ପ୍ରହରୀ ଥିଲେ। ସେଥିପାଇଁ ପ୍ରଭୁ ଶ୍ରୀରାମଙ୍କ ଶେଷ ସମୟ ଆସିଥିଲେ ମଧ୍ୟ ଯମ ମହାରାଜ ମହଲ ଭିତରେ ପ୍ରବେଶ କରିପାରୁନଥିଲେ। ସେ ହନୁମାନକୁ ବହୁ ଡରୁ ଥିଲେ। ସଂସାରର ନିୟମ ପାଳନ କରିବାକୁ ଯାଇ ପ୍ରଭୁ ନିଜେ ରଚିଥିଲେ ଚକ୍ରବ୍ୟୂହ। ପ୍ରିୟ ଭକ୍ତ ହନୁମାନକୁ ନିଜ ରାସ୍ତାରୁ ଦୂରେଇ ଦେବା ପାଇଁ କରିଥିଲେ ଷଡ଼ଯନ୍ତ୍ର।

ଦିନେ ଶ୍ରୀରାମ ରାଜପ୍ରାସାଦ ଭିତରେ ଏକ ଗର୍ତ୍ତ (ସୁଡ଼ଙ୍ଗ)ରେ ନିଜର ମୁଦି ପକାଇ ଦେଲେ। ସେହି ମୁଦିକୁ ଆଣିବା ପାଇଁ ହନୁମାନକୁ କହିଥିଲେ। ମାତ୍ର ପରମ ଭକ୍ତ ହନୁମାନ ଜାଣିନଥିଲେ ପ୍ରଭୁଙ୍କ ଏହି ଚାଲ୍‌। ସେ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଯାଇ ନିଜର ରୂପ ବଦଳାଇ ଛୋଟ (ଆକାର)ରେ ଉକ୍ତ ଗର୍ତ୍ତରେ ପ୍ରବେଶ କରିଥିଲେ। ଏହି ଗର୍ତ୍ତ ସାପଙ୍କ ନଗରୀ ନାଗଲୋକକୁ ଯାଇଥିଲା। ମୁଦି ଖୋଜିବାକୁ ଯାଇ ହନୁମାନ ନାଗଲୋକରେ ପହଞ୍ଚିଲେ। ହନୁମାନକୁ ଦେଖି ନାଗଲୋକର ରାଜା ବାସୁକି ଆସିବାର ଅଭିପ୍ରାୟ ପଚାରିଲେ। ହନୁମାନ ନିଜ ଗସ୍ତ ସମ୍ପର୍କରେ ବଖାଣିଲେ। ସବୁ କଥା ଶୁଣି ହନୁମାନଙ୍କୁ ବାସୁକି ନାଗଲୋକର ମଧ୍ୟ ଭାଗକୁ ନେଇ ଯାଇଥିଲେ। ସେଠାରେ ସେ ଦେଖିଲେ ମୁଦିର ପାହାଡ଼। ହନୁମାନ ସେଠାରେ ଖୋଜାଖୋଜି କରିବା ପରେ ଗୋଟିଏ ମୁଦି ପାଇଥିଲେ। ତାହା ଥିଲା ପ୍ରଭୁ ଶ୍ରୀରାମଙ୍କର। ପରେ ଆଉ ଗୋଟିଏ ମୁଦି ପାଇଲେ। ସେହି ମୁଦିଟି ମଧ୍ୟ ଥିଲା ପ୍ରଭୁ ଶ୍ରୀରାମଙ୍କର। ଗର୍ତ୍ତରେ ପ୍ରଭୁ ଗୋଟିଏ ମୁଦି ପକାଇଥିଲେ। ମାତ୍ର ଦୁଇଟି ମୁଦି କେଉଁଠୁ ଆସିଲା, ତାକୁ ନେଇ ହନୁମାନ ଚିନ୍ତାରେ ପଡ଼ିଯାଇଥିଲେ। ହନୁମାନଙ୍କ ମାନସିକ ସ୍ଥିତି ଦେଖି ବାସୁକି ମୁରୁକି ହସିଲେ।

hanuman

ବାସୁକି କହିଲେ-“ଆମେ ଯେଉଁ ସଂସାରରେ ରହୁଛେ, ଦିନେନା ଦିନେ ଏହା ଧ୍ୱଂସ ହେବ। ସେଥିପାଇଁ ପ୍ରତ୍ୟେକ ସୃଷ୍ଟିକୁ ଯୁଗ କୁହାଯାଏ। ପ୍ରତି ଯୁଗ ୪ ଭାଗରେ ବିଭକ୍ତ କରାଯାଇଛି। ତ୍ରେତୟା ଯୁଗରେ ପ୍ରଭୁ ଅଯୋଧ୍ୟାରେ ଜନ୍ମ ଗ୍ରହଣ କରିଥିଲେ। ଏକ ବାନର ମୁଦି ଖୋଜିବାକୁ ଯିବ ଓ ଧରା ପୃଷ୍ଠରେ ପ୍ରଭୁ ଶ୍ରୀରାମଙ୍କ ମୃତ୍ୟୁ ହେବ। ସେଥିପାଇଁ ହଜାର ହଜାର ବର୍ଷ ଧରି ରହିଥିବା ଏହି ସୁଡ଼ଙ୍ଗ ଦେଇ ଆସୁଥିବା ମୁଦି ଏକ ପାହାଡ଼ ପରି ହୋଇଯାଇଛି।”

ଆହୁରି ମଧ୍ୟ ପଢନ୍ତୁ: ବିଶ୍ୱାସର ଭଗବାନ: ଭକ୍ତକୁ ର‍କ୍ଷା କରିବାକୁ ଯିଏ କଳା ବାଛୁରୀକୁ କରିଥିଲେ ଧଳା

ବାସୁକିଙ୍କଠାରୁ ସବୁ କଥା ଶୁଣିବା ପରେ ହନୁମାନ ଜାଣିପାରିଲେ ମୁଦିର ପାହାଡ଼ ସୃଷ୍ଟି ହେବା ଏକ ଆକସ୍ମିକ ଘଟଣା ନୁହେଁ। ସେ ବୁଝିପାରିଲେ ପ୍ରଭୁ ଶ୍ରୀରାମ ତାଙ୍କୁ ଶିକ୍ଷା ଦେବା ପାଇଁ ଏହି ମାର୍ଗ ବାଛିଥିଲେ। ସେ ତାଙ୍କୁ ବୁଝାଇବାକୁ ଚାହିଁଥିଲେ ମୃତ୍ୟୁକୁ କେହି ରୋକି ପାରିବେ ନାହିଁ। ରାମଙ୍କ ମୃତ୍ୟୁ ହେବ। ସଂସାର ସମାପ୍ତ ହେବ। କିନ୍ତୁ ପୁଣି ଥରେ ସଂସାରର ପୁନଃଜନ୍ମ ହେବ। ପ୍ରଭୁ ରାମ ପୁଣି ପୁନଃଜନ୍ମ ନେବେ।

ଏମିତି ଭାବରେ ଶ୍ରୀରାମ ମଣିଷ ରୂପ ତ୍ୟାଗ କରି ସଂସାର ଛାଡ଼ି ଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos