ଘରେ ବସି ସଂଶୋଧନ କରନ୍ତୁ ଆଧାର କାର୍ଡରେ ଥିବା ଭୁଲ୍

ବର୍ତ୍ତମାନ ଆଧାର କାର୍ଡ ହେଉଛି ଆମର ମୁଖ୍ୟ ପରିଚୟ ପତ୍ର। କାରଣ ସରକାରୀ ହେଉ କିମ୍ବା ବେସରକାରୀ ସ୍ତରରେ ସବୁ କାର୍ଯ୍ୟରେ ଆଧାର କାର୍ଡର ଆବଶ୍ୟକତା ପଡ଼ୁଛି। କେତେକ କ୍ଷେତ୍ରରେ ସରକାର ଆଧାର ସଂଯୋଗକୁ ବାଧ୍ୟତାମୂଳକ ମଧ୍ୟ କରିଛନ୍ତି। ଏହି ଆଧାର କାର୍ଡ ତିଆରି କଲାବେଳେ ଅନେକ ସମୟରେ ଉପଭୋକ୍ତାଙ୍କ ନାଁ କିମ୍ବା ଠିକଣା ଭୁଲ୍‌ ଥିବା ଦେଖିବାକୁ ମିଳିଥାଏ। ଏଥିପାଇଁ ଅନେକ ସମସ୍ୟ ଦେଖା ଦେଇଥାଏ। ଏହି ଭୁଲ୍‌କୁ ଠିକ୍ କରିବା ପାଇଁ ଆମକୁ ଆଧାର […]

adhar

adhar

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 10:40 AM IST

Sports

Latest News

ବର୍ତ୍ତମାନ ଆଧାର କାର୍ଡ ହେଉଛି ଆମର ମୁଖ୍ୟ ପରିଚୟ ପତ୍ର। କାରଣ ସରକାରୀ ହେଉ କିମ୍ବା ବେସରକାରୀ ସ୍ତରରେ ସବୁ କାର୍ଯ୍ୟରେ ଆଧାର କାର୍ଡର ଆବଶ୍ୟକତା ପଡ଼ୁଛି। କେତେକ କ୍ଷେତ୍ରରେ ସରକାର ଆଧାର ସଂଯୋଗକୁ ବାଧ୍ୟତାମୂଳକ ମଧ୍ୟ କରିଛନ୍ତି। ଏହି ଆଧାର କାର୍ଡ ତିଆରି କଲାବେଳେ ଅନେକ ସମୟରେ ଉପଭୋକ୍ତାଙ୍କ ନାଁ କିମ୍ବା ଠିକଣା ଭୁଲ୍‌ ଥିବା ଦେଖିବାକୁ ମିଳିଥାଏ। ଏଥିପାଇଁ ଅନେକ ସମସ୍ୟ ଦେଖା ଦେଇଥାଏ। ଏହି ଭୁଲ୍‌କୁ ଠିକ୍ କରିବା ପାଇଁ ଆମକୁ ଆଧାର କ୍ୟାମ୍ପକୁ ଦୌଡ଼ିବାକୁ ପଡ଼େ। ଏବେ କିନ୍ତୁ ଆପଣଙ୍କୁ କ୍ୟାମ୍ପ ଦୌଡ଼ିବାକୁ ପଡ଼ିବ ନାହିଁ। ଘରେ ବସି ଆପଣଙ୍କ ଆଧାର କାର୍ଡରେ ଥିବା ତ୍ରୁଟିକୁ ସଂଶୋଧନ କରିପାରିବେ।

କିପରି କରିବେ ଆଧାର କାର୍ଡର ତ୍ରୁଟି ସଂଶୋଧନ

ପ୍ରଥମେ ଆଧାର ୱେବ୍‌ସାଇଟ୍ https://uidai.gov.in/ କୁ ଯାଆନ୍ତୁ। ଆଧାର ଅପଡେଟ୍ ତଳେ ଲେଖାଥିବା Address Update Request(online) ଉପରେ କ୍ଲିକ୍‌ କରନ୍ତୁ।

କ୍ଲିକ୍ କରିବା ମାତ୍ରେ ଆଧାର ସେଲ୍ଫ ସର୍ଭିସ୍ ଅପଡେଟ୍ ପୋର୍ଟାଲ ଖୋଲିଯିବ। ଏଠାରେ ଦିଆଯାଇଥିବା ସମସ୍ତ ବିବରଣୀକୁ ଭଲ ଭାବରେ ପଢ଼ି proceed ଉପରେ କ୍ଲିକ୍ କରନ୍ତୁ। ଆଧାର ଆଡ୍ରେସ୍ ଅପଡେଟ୍ ପେଜ୍‌ଟି ଖୋଲିଯିବ। ପରେ ଆଧାର ନମ୍ବର ଓ ଟେକ୍ସଟ୍ ଭେରିଫିକେସନ୍ କୋଡ୍‌ ଦେଇ ସେଣ୍ଡ ଓଟିପି ଉପରେ କ୍ଲିକ୍‌ କରନ୍ତୁ। ଏହି ଓଟିପି ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଚାଲିଯିବ।

ଓଟିପି ନମ୍ବର ଦେବା ପରେ ନିଜ ଘର ଠିକଣାର ପ୍ରମାଣପତ୍ର ଭାବେ ଏହାର ଏକ ସ୍କାନ୍ କପି ଅପଲୋଡ କରି ଦିଅନ୍ତୁ, ନ ହେଲେ ଆଡ୍ରେସର ସେଲ୍ଫ ଆଟେଷ୍ଟେଡ୍(ନିଜ ନାଁ ଲେଖି) କପି ଅପଲୋଡ୍ କରି ଦିଅନ୍ତୁ। ଶେଷରେ ନିଜର ବିପିଓ(ବିଜନେସ ପ୍ରୋଶେସ୍ ଆଉଟ୍ସୋର୍ସିଂ)ସର୍ଭିସ ପ୍ରୋଭାଇଡର ଚୟନ କରନ୍ତୁ ଓ ରିକ୍ୟୁଏଷ୍ଟ ସବ୍‌ମିଟ୍ କରନ୍ତୁ। ଆପଣଙ୍କ ପକ୍ଷରୁ ତଥ୍ୟ ସବ୍‌ମିଟ୍ ହେବା ପରେ ୟୁଆଇଡିଏଆଇ ସେଗୁଡ଼ିକୁ ଯାଞ୍ଚ କରିବ।

ପୋଷ୍ଟ ମାଧ୍ୟମରେ କେମିତି କରିବେ ଅପଡେଟ୍ ରିକ୍ୟୁଏଷ୍ଟ

ପ୍ରଥମେ https://uidai.gov.in/ କୁ ଯାଆନ୍ତୁ। ପରେ ଆଧାର ଅପଡେଟ୍ ତଳେ ଲେଖାଥିବା Address Update Request (By post)କୁ ଯାଆନ୍ତୁ। ଏହାପରେ ଏକ ଅନଲାଇନ୍‌ ଫର୍ମ ଖୋଲିଯିବ। ଏଥିରେ ଆଧାର ଆଡ୍ରେସ ଅପଡେଟ୍ କରନ୍ତୁ। ନିଜ ମୋବାଇଲ ନମ୍ବର ମଧ୍ୟ ଦିଅନ୍ତୁ। ଏଥିସହିତ ଆଡ୍ରେସର୍ ସମସ୍ତ ପ୍ରମାଣପତ୍ରର ପ୍ରିଣ୍ଟିଆଉଟ୍ କପିକୁ uidai, post box number.99 ବଞ୍ଜରା ହିଲ୍‌ସ ହାଇଦ୍ରାବାଦ୍‌-୫୦୦୦୩୪, ଇଣ୍ଡିଆ ଠିକଣାରେ ପଠାଇ ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos