କେବଳ ମିଶର ନୁହେଁ, ଏହି ଦେଶରେ ବି ଅଛି ପିରାମିଡ୍: ଜାଣନ୍ତୁ କ’ଣ ରହିଛି ଇତିହାସ

ପିରାମିଡ଼ କଥା କାନରେ ବାଜିଲେ ଆପେ ଆପେ ମିଶର (ଇଜିପ୍ଟ)ର ନାଁ ମନକୁ ଆସିଯାଏ। ସମସ୍ତେ ଜାଣିଛନ୍ତି ଏହି ବିଶ୍ୱ ଐତିହ୍ୟ କେବଳ ମିଶରରେ ହିଁ ରହିଛି। ହେଲେ ଏମିତି ବି ଏକ ଦେଶ ଅଛି ଯେଉଁଠି ପିରାମିଡ୍ ରହିଛି। ଏହି ପିରାମିଡ୍‌ର ସାମଞ୍ଜସ୍ୟ ମିଶରର ପିରାମିଡ୍ ସହ ରହିଛି ଓ ଏହା କୌଣସି ଗୁଣରେ ମିଶରର ପିରାମିଡ୍‌ ଠାରୁ କମ୍ ନୁହେଁ। ଆସନ୍ତୁ ଜାଣିବା କେଉଁ ଦେଶରେ ରହିଛି ଏହି ପିରାମିଡ୍‌ ଓ ଏହାର ଇତିହାସ […]

nubianpyramids1

nubianpyramids1

Rakesh Mallick
  • Published: Friday, 01 December 2017
  • Updated: 01 December 2017, 02:15 PM IST

Sports

Latest News

ପିରାମିଡ଼ କଥା କାନରେ ବାଜିଲେ ଆପେ ଆପେ ମିଶର (ଇଜିପ୍ଟ)ର ନାଁ ମନକୁ ଆସିଯାଏ। ସମସ୍ତେ ଜାଣିଛନ୍ତି ଏହି ବିଶ୍ୱ ଐତିହ୍ୟ କେବଳ ମିଶରରେ ହିଁ ରହିଛି। ହେଲେ ଏମିତି ବି ଏକ ଦେଶ ଅଛି ଯେଉଁଠି ପିରାମିଡ୍ ରହିଛି। ଏହି ପିରାମିଡ୍‌ର ସାମଞ୍ଜସ୍ୟ ମିଶରର ପିରାମିଡ୍ ସହ ରହିଛି ଓ ଏହା କୌଣସି ଗୁଣରେ ମିଶରର ପିରାମିଡ୍‌ ଠାରୁ କମ୍ ନୁହେଁ। ଆସନ୍ତୁ ଜାଣିବା କେଉଁ ଦେଶରେ ରହିଛି ଏହି ପିରାମିଡ୍‌ ଓ ଏହାର ଇତିହାସ ସମ୍ପର୍କରେ।

ଆଫ୍ରିକୀୟ ଦେଶ ସୁଦାନରେ ରହିଛି ଏହି ପିରାମିଡ୍‌। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଠାରେ ମିଶରଠାରୁ ଅଧିକ ପିରାମିଡ୍ ରହିଛି। ତେଣୁ ଯେବେ ବି ପିରାମିଡ୍ ଦେଖିବାକୁ ଯୋଜନା କରୁଛନ୍ତି ଆପଣ ସୁଦାନକୁ ବି ଯାଇପାରିବେ। ଦୁଇ ଦେଶରେ ମିରାମିଡ୍ ନୀଳ ନଦୀ କୂଳରେ ରହିଛି। ତେଣୁ ଏବେ ନୀଳ ନଦୀକୁ କେବଳ ମିଶର ସହ ଯୋଡ଼ି ଦେଖନ୍ତୁ ନାହିଁ। ନୀଳ ନଦୀ ସୁଦାନ ଦେଇ ମଧ୍ୟ ପ୍ରବାହିତ ହେଉଛି।

ସାରା ଅଞ୍ଚଳ ଜନଶୂନ୍ୟ

ଏକ ମିଡିଆ ରିପୋର୍ଟ ଅନୁସାରେ ଏହି ପିରାମିଡ୍‌ ସୁଦାନର ରାଜଧାନୀ ଖାରଟୋମଠାରୁ ପ୍ରାୟ ୨୦୦ କିମି ଦୂରରେ ଏକ ପ୍ରାଚୀନ ସହରରେ ରହିଛି। ଏବେ ଏହି ସହର ଜନଶୂନ୍ୟ ହୋଇ ପଡି ରହିଛି। କେବଳ ପିରାମିଡ୍‌ର ଅବଶେଷ ଏଠାରେ ରହିଛି। ଏହି ପିରାମିଡ୍‌ ନୀଳ ନଦୀର ପୂର୍ବ ତଟରେ ରହିଛି। ଯେଉଁ ସ୍ଥାନରେ ଏହି ସବୁ ପିରାମିଡ୍‌ ରହିଛି ସେ ଗାଁର ନାଁ ବଗରାୱିୟା ବୋଲି କୁହାଯାଉଛି।

ଏହି ଅଞ୍ଚଳ ବହୁତ ଦୁର୍ଗମ। ଏଠାକୁ ପର୍ଯ୍ୟଟକ ନ ଆସିବାର କାରଣ ହେଲା ଏଠାରେ କୌଣସି ହୋଟେଲ କି ରେଷ୍ଟୁରାଣ୍ଟ ନାହିଁ।

ମିଶରଠାରୁ ଅଧିକ ପ୍ରସିଦ୍ଧ ଓ ପ୍ରଭାବଶାଳୀ

ଏହି ପରାମିଡ୍‌ର ଇତିହାସ ବହୁତ ପୁରୁଣା। କୁହାଯାଏ, ଏହି ‘ନୁବିୟନ ମେରୋ ପିରାମିଡ଼’ ମିଶର ପିରାମିଡ଼ ତୁଳନାରେ ଛୋଟ ହୋଇଥିଲେ ମଧ୍ୟ ଏହା ଅଧିକ ପ୍ରସିଦ୍ଧ ଓ ପ୍ରଭାବଶାଳୀ ଲୋକଙ୍କ ନାଁ ଏହାସହ ଯୋଡ଼ି ହୋଇ ରହିଛି।

ପିରାମିଡ୍‌ର ନାଁ ପ୍ରାଚୀନ ସହର ମେରୋରୁ ଆସିଛି। ଏକଦା ଏହା କୁଶ ସାମ୍ରାଜ୍ୟର ରାଜଧାନୀ ଥିଲା। ପୁରୁଣା ଆଫ୍ରିକୀୟ ସାମ୍ରାଜ୍ୟରେ ଏ ବିଷୟରେ ଉଲ୍ଲେଖ ରହିଛି।

nubianpyramidsମିଶର ସାମ୍ରାଜ୍ୟଠାରୁ ଅଧିକ ଶକ୍ତିଶାଳୀ ଥିଲେ ଏଠିକାର ରାଜା

ପ୍ରାୟ ଖ୍ରୀଷ୍ଟପୂର୍ବ ୧୦୦୦ରେ ପୂର୍ବ ମିଶରର ୨୪ତମ ରାଜବଂଶର ପତନ ହେବା ପରେ କୁଶଙ୍କ ନ୍ୟୁବିୟନ ସାମ୍ରାଜ୍ୟର ଶକ୍ତି ନୀଳ ନଦୀ କ୍ଷେତ୍ରରେ ଉତ୍ଥାନ ହୋଇଥିଲା। ମିଶରର ବହୁ ଅଞ୍ଚଳକୁ କୁଶ ସାମ୍ରାଜ୍ୟର ରାଜାମାନେ ଅକ୍ତିଆର କରି ନେଇଥିଲେ। ଖ୍ରୀଷ୍ଟପୂର୍ବ ୭୧୨ରୁ ୬୫୭ ପର୍ଯ୍ୟନ୍ତ କୁଶ ସାମ୍ରାଜ୍ୟ ତିଷ୍ଠି ରହିଥିଲା।

ଖ୍ରୀଷ୍ଟପୂର୍ବ ୩୦୦ ପୂର୍ବରୁ କୁଶ ସାମ୍ରାଜ୍ୟର ସାମ୍ରାଜ୍ୟର ରାଜଧାନୀ ବଦଳାଇ ଦିଆଯାଇ ମେରୋ କରି ଦିଆଯାଇଥିଲା। ରାଜ୍ୟର ଲୋକେ ସେଠାକୁ ଚାଲି ଯାଇଥିଲେ। ଯିବା ପୂର୍ବରୁ ଶାହି ରାଜାଙ୍କ କବରକୁ ପିରାମିଡ୍‌ର ରୂପ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos