ଏକେ-୪୭: ଭୟଙ୍କର ଯେତିକି, ରୋଚକ ସେତିକି, ଜାଣନ୍ତୁ ଏହି ହାଇପ୍ରୋଫାଇଲ୍ ବନ୍ଧୁକର ଜନ୍ମ କାହାଣୀ

ଏକେ-୪୭। ନାଁ ଶୁଣିଲେ ହୃଦସ୍ପନ୍ଦନ ବଢିଯାଏ। ଏହାର ବ୍ୟବହାର ଅତ୍ୟନ୍ତ ସହଜ ହୋଇଥିବା ବେଳେ ଏହାକୁ ଦୁନିଆରେ ସବୁଠାରୁ ଭୟଙ୍କର ବନ୍ଧୁକ ବୋଲି ବିବେଚନା କରାଯାଇଥାଏ। ବିଶ୍ୱର ପ୍ରାୟ ସବୁ ଦେଶରେ ଏହାକୁ ବ୍ୟବହାର କରାଯାଏ। ହେଲେ ଆତଙ୍କବାଦୀ ଏହାକୁ ଅଧିକ ବ୍ୟବହାର କରୁଛନ୍ତି। କୁହାଯାଏ ଆତଙ୍କବାଦୀଙ୍କ ପ୍ରଥମ ପସନ୍ଦ ହେଉଛି ଏହି ଏକେ-୪୭। ତେବେ ଏହି ବନ୍ଧୁକ ତିଆରି କରାଯିବା ପଛରେ ଏକ କାହାଣୀ ରହିଛି। ଆସନ୍ତୁ ଜାଣିବା ଏକେ-୪୭ର ଏହି କାହାଣୀ ସହ ଯୋଡ଼ି […]

ak47

ak47

Rakesh Mallick
  • Published: Saturday, 11 November 2017
  • Updated: 13 November 2017, 09:45 PM IST

Sports

Latest News

ଏକେ-୪୭। ନାଁ ଶୁଣିଲେ ହୃଦସ୍ପନ୍ଦନ ବଢିଯାଏ। ଏହାର ବ୍ୟବହାର ଅତ୍ୟନ୍ତ ସହଜ ହୋଇଥିବା ବେଳେ ଏହାକୁ ଦୁନିଆରେ ସବୁଠାରୁ ଭୟଙ୍କର ବନ୍ଧୁକ ବୋଲି ବିବେଚନା କରାଯାଇଥାଏ। ବିଶ୍ୱର ପ୍ରାୟ ସବୁ ଦେଶରେ ଏହାକୁ ବ୍ୟବହାର କରାଯାଏ। ହେଲେ ଆତଙ୍କବାଦୀ ଏହାକୁ ଅଧିକ ବ୍ୟବହାର କରୁଛନ୍ତି। କୁହାଯାଏ ଆତଙ୍କବାଦୀଙ୍କ ପ୍ରଥମ ପସନ୍ଦ ହେଉଛି ଏହି ଏକେ-୪୭। ତେବେ ଏହି ବନ୍ଧୁକ ତିଆରି କରାଯିବା ପଛରେ ଏକ କାହାଣୀ ରହିଛି। ଆସନ୍ତୁ ଜାଣିବା ଏକେ-୪୭ର ଏହି କାହାଣୀ ସହ ଯୋଡ଼ି ହୋଇ ରହିଥିବା କିଛି ଅଜଣା କଥା।

ଇତିହାସ:

ଏକେ-୪୭ର ସ୍ରଷ୍ଟା ହେଉଛନ୍ତି ମିଖାଇଲ କାଲାଶ୍ନିକୋଭ। ମିଖାଇଲ ୧୯୧୯ ନଭେମ୍ବର ୧୦ରେ ଋଷରେ ଜନ୍ମ ଗ୍ରହଣ କରିଥିଲେ। ସେ ଋଷର ଜେନେରାଲ ସହ ନେଭିରେ ଇଞ୍ଜିନିୟର ଥିଲେ। ମିଖାଇଲ ବହୁତ ବେମାର ରହୁଥିଲେ। ଦିନେ ସେ ଚିକିତ୍ସା ପାଇଁ ମେଡିକାଲ ଯାଇଥିବା ବେଳେ ସେଠାରେ କିଛି ଋଷ ସୈନିକ ଛିଡା ହୋଇ ସୋଭିଏତ ଋଷର ଅସ୍ତ୍ରଶସ୍ତ୍ରର ଖରାପ ଗୁଣ ବିଷୟରେ ଆଲୋଚନା କରୁଥିଲେ। ଏହା ଶୁଣିବା ପରେ ମିଖାଇଲଙ୍କ ମନକୁ ଭାବନା ଆସିଥିଲା ଏକ ନୂଆ ବନ୍ଧୁକ ତିଆରି କରିବାକୁ। ଏହାପରେ ସେ ଏକେ-୪୭ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ମିଖାଇଲ ଏକେ-୪୭ ବ୍ୟତୀତ ଏକେଏମ୍‌, ଏକେ-୭୪, ଏକେ-୧୦୧, ଏକେ-୧୦୫, ଏକେ-୧୨, ଆରପିକେ, ପିକେ ମେଶିନ ଗନ ପରି ଭୟଙ୍କର ବନ୍ଧୁକ ତିଆରି କରିଛନ୍ତି। ହେଲେ ସାରା ବିଶ୍ୱରେ ଏକେ-୪୭ ଆଦୃତ ହୋଇଥିଲା।

ଏକେ-୪୭ର ଜଣାଅଜଣା କଥା

୧. ଏକେ-୪୭ର ପୂରା ନାଁ ଅଟୋମେଟିକ୍‌ କାଲାଶ୍ନିକୋଭ ୪୭। ମିଖାଇଲ କାଲାଶ୍ନିକୋଭଙ୍କ ନାମ ଅନୁସାରେ ଏହା ରହିଛି। ୧୯୪୭ରେ ଏହାକୁ ମିଖାଇଲ ବନାଇ ଥିବାରୁ ଶେଷରେ ୪୭ ରହିଛି।

୨. ଥଣ୍ଡା ସମୟରେ ମୋଟା ମୋଟା ଗ୍ଲୋବ୍ସ ପିନ୍ଧି ବନ୍ଧୁକ ଚଲାଇବା ବହୁତ କଷ୍ଟ। ମିଖାଇଲଙ୍କ ଏହି ବନ୍ଧୁକ ନିର୍ମାଣ କରିବାର ଉଦ୍ଦେଶ୍ୟ ଥିଲା ସୈନିକମାନେ ଗ୍ଲୋବ୍ସ ପିନ୍ଧି ସହଜରେ ଏହାକୁ ବ୍ୟବହାର କରିପାରିବେ। ହେଲେ ଏଥିରେ ଏତେ ଆଧୁନିକ ବ୍ୟବସ୍ଥା ଥିଲା ଯେ, ସାରା ଦୁନିଆରେ ଏହା ପ୍ରସିଦ୍ଧ ହୋଇଗଲା ଓ ଏବେ ପ୍ରାୟ ସବୁ ଦେଶ ଏହାକୁ ବ୍ୟବହାର କରୁଛନ୍ତି।

୩. ଏକେ-୪୭ ଦୁଇ ପ୍ରକାର। ପ୍ରଥମଟି ଅଟୋମେଟିକ ଓ ଦ୍ୱିତୀୟଟି ସେମି ଅଟୋମେଟିକ। ଅଟୋମେଟିକ୍‌ ଗନ୍‌ରେ ଗୋଟିଏ ଥରରେ ସବୁ ଗୁଳି ବାହାରି ଯାଇଥାଏ। ସେମି ଅଟୋମେଟିକରେ ଥରେ ଟ୍ରିଗର ଚିପିଲେ ଗୋଟେ ଗୁଳି ବାହାରିଥାଏ। ଅଟୋମେଟିକରେ ଥରେ ଟ୍ରିଗର ଚିପିଲେ ଏକ ସେକେଣ୍ଡରେ ୧୦ଟି ଗୁଳି ବାହାରିଥାଏ।

୪. ମିଖାଇଲ କାଲା ହେବାର କାରଣ ଏହି ଏକେ-୪୭। ସେ ଏହାକୁ ଏକ ଲକ୍ଷ ଥର ବ୍ୟବହାର କରିଛନ୍ତି। ଏହାର ଶବ୍ଦ ଏତେ ଅଧିକ ଯେ ସେ କାଲା ହୋଇଯାଇଥିଲେ।

୫. ଆଫଗାନିସ୍ତାର ଆତଙ୍କବାଦୀ ସଂଗଠନ ତାଲିବାନ ଏହାକୁ ସବୁଠାରୁ ଅଧିକ ବ୍ୟବହାର କରିଥାଏ। ଥରେ ମିଖାଇଲ କହିଥିଲେ, “ମୁଁ ମୋ ଆବିଷ୍କାରକୁ ନେଇ ଗର୍ବ ଅନୁଭବ କରୁଛି। ଏହାସହ ଦୁଃଖ ବି ଲାଗୁଛି। କାରଣ ଆତଙ୍କବାଦୀମାନେ ଏହାକୁ ବ୍ୟବହାର କରୁଛନ୍ତି।”

୬. ସାଧାରଣ ଲୋକଙ୍କ ପକ୍ଷେ ଏହି ବନ୍ଧୁକ ରଖିବା ବେଆଇନ। ଏଥିପାଇଁ କଠୋର ଦଣ୍ଡ ଭୋଗିବାକୁ ପଡ଼ିପାରେ।

୭. ବର୍ତ୍ତମାନ ସାରା ବିଶ୍ୱରେ ୧୦ କୋଟି ଏକେ-୪୭ ବନ୍ଧୁକ ରହିଛି।

୮. ଏଥିରୁ ସହଜରେ ଲକ୍ଷ୍ୟଭେଦ କରିହେବ। ଏହା ୩୦୦ରୁ ୪୦୦ ମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ୩ ଫୁଟ୍‌ର ଏହି ବନ୍ଧୁକର ଓଜନ ମାତ୍ର ୪ କେଜି ହୋଇଥିବାରୁ ଏହାକୁ ଚଲାଇବାକୁ ଓ ନେବାଆଣିବା କରିବାକୁ ଅଧିକ ପରିଶ୍ରମ କରିବାକୁ ପଡ଼ି ନଥାଏ।

ଆହୁରି ମଧ୍ୟ ପଢନ୍ତୁ: ଭାରତର ଗୋଲ୍‌ଡେନ୍‌ ବୟ ସନି: ଜୋତା ଠାରୁ ଗାଡ଼ି ସବୁ ସୁନା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story