କୁନ୍ଦୁଲି ଟ୍ୱିଷ୍ଟ: ଡାକ୍ତର ରିପୋର୍ଟ ଓ ପୀଡିତାଙ୍କ ବୟାନ୍ ମେଳ ଖାଉନି

କୋରାପୁଟ (ଓଡିଶା ରିପୋର୍ଟର): କୁନ୍ଦୁଲି ନାବାଳିକା ଗଣବଳାତ୍କାର ମାମଲା ଦିନକୁ ଦିନ ରହସ୍ୟାବୃତ୍ତ ହେବାରେ ଲାଗିଛି। ଘଟଣାରେ ଚର୍ଚ୍ଚ। ରାଜ୍ୟବ୍ୟାପୀ ରହିଥିଲା ବେଳେ ଏଯାଏଁ ଅଭିଯୁକ୍ତ ପ୍ରଚ୍ଛଦପଟରେ ରହିଥିବା ଆଲୋଚନା ହେଉଛି। ଯବନାମାନେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଥିବା ବେଳେ ସ୍ଥାନୀୟ ଏସ୍‌ପି ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡାଉଥିବା ମଧ୍ୟ ଚର୍ଚ୍ଚା ହେଉଥିଲା। ମାତ୍ର ଏଚ୍‌ଆରପିସି ଏଡିଜି ମହେନ୍ଦ୍ର ପ୍ରତାପ ମଙ୍ଗଳବାର ଦେଇଥିବା ଚାଞ୍ଚଲ୍ୟକର ବୟାନ୍‌ ମାମଲାକୁ ଭିନ୍ନମୋଡ଼ ଦେଇଛି। ନାବାଳକିଙ୍କୁ ବଳାତ୍କାର କରାଯାଇ ନ ଥିବା ଓ […]

koraput-sp-say-gang-rape-case-may-solfs

Rakesh Mallick
  • Published: Tuesday, 07 November 2017
  • , Updated: 07 November 2017, 05:53 PM IST

କୋରାପୁଟ (ଓଡିଶା ରିପୋର୍ଟର): କୁନ୍ଦୁଲି ନାବାଳିକା ଗଣବଳାତ୍କାର ମାମଲା ଦିନକୁ ଦିନ ରହସ୍ୟାବୃତ୍ତ ହେବାରେ ଲାଗିଛି। ଘଟଣାରେ ଚର୍ଚ୍ଚ। ରାଜ୍ୟବ୍ୟାପୀ ରହିଥିଲା ବେଳେ ଏଯାଏଁ ଅଭିଯୁକ୍ତ ପ୍ରଚ୍ଛଦପଟରେ ରହିଥିବା ଆଲୋଚନା ହେଉଛି। ଯବନାମାନେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଥିବା ବେଳେ ସ୍ଥାନୀୟ ଏସ୍‌ପି ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡାଉଥିବା ମଧ୍ୟ ଚର୍ଚ୍ଚା ହେଉଥିଲା। ମାତ୍ର ଏଚ୍‌ଆରପିସି ଏଡିଜି ମହେନ୍ଦ୍ର ପ୍ରତାପ ମଙ୍ଗଳବାର ଦେଇଥିବା ଚାଞ୍ଚଲ୍ୟକର ବୟାନ୍‌ ମାମଲାକୁ ଭିନ୍ନମୋଡ଼ ଦେଇଛି। ନାବାଳକିଙ୍କୁ ବଳାତ୍କାର କରାଯାଇ ନ ଥିବା ଓ ବଳାତ୍କାର ବାବାଦରେ ଡାକ୍ତରୀ ରିପାର୍ଟରେ ସେମିତି କିଛି ତଥ୍ୟ ମିଳୁନାହିଁ ବୋଲି ଏଡିଜି କହିବା ପରେ ଘଟଣା ଆହୁରି ରହସ୍ୟାବୃତ ହୋଇପଡିଛି।

ଅନ୍ୟପକ୍ଷରେ ଏସ୍‌ପି କନୱାର ବିଶାଲ ସିଂହ କହିଛନ୍ତି-“କ୍ରାଇମବ୍ରାଞ୍ଚ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ ଚାଲିଛି। ଏଥିରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ତାହାକୁ ଭତ୍ତିକରି ତଦନ୍ତ ଚାଲିଛି। ଖୁବ୍‌ ଶୀଘ୍ର ସତ ଲୋକଲୋଚନକୁ ଆସିବ। ଡାକ୍ତରଙ୍କ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ମେଳ ଖାଉ ନ ଥିବା ବେଳେ ଘଟଣା ଦିନ ସେ ଅଞ୍ଚଳରେ କୌଣସି ଯବାନଙ୍କ ଆତଜାତ ନ ଥିଲା।”

Related story