ମହାନଦୀକୁ ମୁଖ୍ୟମନ୍ତ୍ରୀ ବିଜେଡିର ସମ୍ପତ୍ତି ଭାବେ ବ୍ୟବହାର କରୁଥିଲେ: କେଭି

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ରାଜ୍ୟର ସାଧାରଣ ଲୋକ, ସଂଗଠନ ଓ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ମତାମତ ଦେଇପାରିବେ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଆଜି ବିଜେପି ବିଧାୟକ ଦଳ ଦେତା କନକ ବର୍ଦ୍ଧନ ସିଂହଦେଓ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କେଭି କହିଛନ୍ତି,“ମହାନଦୀ ବିଜୁ ଜନତା ଦଳର ସମ୍ପତ୍ତି ନୁହେଁ। ଏହା ଓଡ଼ିଶାର ଲାଇଫ୍‌ଲାଇନ୍ ଓ ଓଡ଼ିଶାବାସୀଙ୍କ ସମ୍ପତ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ବିଜେଡିର ସମ୍ପତ୍ତି ଭାବେ ବ୍ୟବହାର କରି ଆସୁଥିଲେ। ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ […]

kvsinghdeo

kvsinghdeo

Rakesh Mallick
  • Published: Tuesday, 13 September 2016
  • Updated: 13 September 2016, 07:24 PM IST

Sports

Latest News

kvsinghdeoଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ରାଜ୍ୟର ସାଧାରଣ ଲୋକ, ସଂଗଠନ ଓ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ମତାମତ ଦେଇପାରିବେ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଆଜି ବିଜେପି ବିଧାୟକ ଦଳ ଦେତା କନକ ବର୍ଦ୍ଧନ ସିଂହଦେଓ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

କେଭି କହିଛନ୍ତି,“ମହାନଦୀ ବିଜୁ ଜନତା ଦଳର ସମ୍ପତ୍ତି ନୁହେଁ। ଏହା ଓଡ଼ିଶାର ଲାଇଫ୍‌ଲାଇନ୍ ଓ ଓଡ଼ିଶାବାସୀଙ୍କ ସମ୍ପତ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ବିଜେଡିର ସମ୍ପତ୍ତି ଭାବେ ବ୍ୟବହାର କରି ଆସୁଥିଲେ। ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ମତାମତ ମାଗି ଦେଖାଇ ହେଉଛନ୍ତି।”

ସେ ଆହୁରି କହିଛନ୍ତି,“ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସବୁ ରାଜନୈତିକ ଦଳଗୁଡ଼ିକ ସହିତ ମତ ବିନିମୟ କଲେ ଠିକ୍ ମତା ପାଇବେ। ଓଡ଼ିଶାର ହିତ ଚାହୁଁଥିଲେ ସେ ସବୁ ରାଜନୈତିକ ଦଳ ସହିତ ଏ ପ୍ରସଙ୍ଗରେ ଆଲୋଚନା କରନ୍ତୁ। ସମସ୍ତଙ୍କ ମତାମତ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବା ଉଚିତ୍।”

ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି,“୧୭ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ବୈଠକ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ ଥିବା କହିଛନ୍ତି। ତା’ପରେ କାହିଁକି ମତାମତ ମାଗୁଛନ୍ତି। ଏହା ଓଡ଼ିଶାବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ମହାପ୍ରତାରଣା।”

ସେ କହିଛନ୍ତି,“ମହାନଦୀ ପ୍ରସଙ୍ଗରେ ସରକାର ସମସ୍ତଙ୍କୁ ବିଶ୍ୱାସକୁ ନିଅନ୍ତୁ।”

ମହାନଦୀ ପ୍ରସଙ୍ଗରେ ଅନ୍ୟମାନେ ମତ ଦେଇପାରିବେ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ କହିବା ପରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କହିଥିଲେ ଯେ ବିଳମ୍ବରେ ହେଲେ ବି ସରକାର ନିଜର ଭୁଲ୍ ବୁଝିପାରିଛନ୍ତି। ଏ ପ୍ରସଙ୍ଗରେ ସରକାର ସର୍ବଦଳୀୟ ବୈଠକ ବି ଡାକି ପାରିଥାଆନ୍ତେ ବୋଲି ସେ କହିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଲୋକଙ୍କ ଆଗରେ ଦେଖାଇ ହେବା ପାଇଁ ମୁଖ୍ୟମନ୍ତ୍ରୀ ମହାନଦୀ ପ୍ରସଙ୍ଗରେ ମତାମତ ଲୋଡ଼ିଛନ୍ତି। ଏହା ମୂଲ୍ୟହୀନ। ଏ ପ୍ରସଙ୍ଗରେ ଏବେବି ସର୍ବଦଳୀୟ ବୈଠକ ଡାକିବା ପାଇଁ ସରକାରଙ୍କ ପାଖରେ ସମୟ ଅଛି ବୋଲି ସେ କହିଥିଲେ।

ସେପ୍ଟେମ୍ବର ୧୭ ତାରିଖରେ ମହାନଦୀ ବିବାଦ ନେଇ ଦିଲ୍ଲୀରେ ତ୍ରୈପାକ୍ଷିକ ବୈଠକ ବସିବ। ତା’ପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚ୍ଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା ଓ ତ୍ରୈପାକ୍ଷିକ ବୈଠକରେ ଯୁକ୍ତି ଉପସ୍ଥାପନ ନେଇ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ ତ୍ରୈପାକ୍ଷିକ ବୈଠକ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos