ଭୁବନେଶ୍ୱର: ଲଘୁଚାପ ଯୋଗୁ ରାଜ୍ୟରେ ପୁଣି ସକ୍ରିୟ ହୋଇଛି ମୌସୁମୀ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ସେପଟେ କିଛି ଦିନ ଧରି ବର୍ଷା ପରେ ରାଜ୍ୟର ୨୩ଟି ଜିଲ୍ଲାରେ ସ୍ଥିତି ସୁଧୁରିଛି। ତେବେ ୬ଟି ଜିଲ୍ଲାରେ ଏବେବି ସ୍ୱାଭାବିକଠାରୁ ବର୍ଷା ପରିମାଣ କମ୍ ରହିଛି। ସେପଟେ ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ସମେତ କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏହି ବର୍ଷା ଉଜୁଡି ଯାଇଥିବା ଫସଲ ପାଇଁ ଲାଭଦାୟକ ହେବ ନାହିଁ ବୋଲି କୁହାଯାଉଛି।
ସେହିପରି ବର୍ଷା ଯୋଗୁ ବିଭିନ୍ନ ଜଳଭଣ୍ଡାରରେ ପାଣି ବଢିଥିଲେ ବି ଏହା ବିଦ୍ୟୁତ ଉତ୍ପାଦନ ସ୍ୱାଭାବିକ କରିବାରେ ସହାୟକ ହୋଇପାରି ନାହିଁ।